ଓଡିଶା

odisha

ETV Bharat / state

ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଭାବେ ଦାୟିତ୍ବ ନେଲେ ଜୟନାରାୟଣ ପଙ୍କଜ - ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି

South Zone New IG: ଦକ୍ଷିଣାଞ୍ଚଳ ନୂତନ ଆଇଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ IPS ଅଫିସର ଜୟନାରାୟଣ ପଙ୍କଜ। ଅଧିକ ପଢନ୍ତୁ

South Zone New IG
South Zone New IG

By ETV Bharat Odisha Team

Published : Feb 1, 2024, 12:11 PM IST

South Zone New IG

ବ୍ରହ୍ମପୁର: ଦକ୍ଷିଣାଞ୍ଚଳ ପୋଲିସ ରେଞ୍ଜର ନୂତନ ଆଇଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ IPS ଅଫିସର ଜୟନାରାୟଣ ପଙ୍କଜ। ପୂର୍ବତନ ଆଇଜି ସତ୍ୟବ୍ରତ ଭୋଇଙ୍କ ଠାରୁ ଗତକାଲି(ବୁଧବାର) ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ସମୟରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡକ୍ଟର ଶ୍ରବଣ ବିବେକ୍ ଏମ୍ ଉପସ୍ଥିତ ଥିଲେ ।

ତେବେ ଦାୟିତ୍ବ ଗ୍ରହଣ ପରେ ଜୟନାରାୟଣ ପଙ୍କଜ କହିଛନ୍ତି, ‘‘ଆଗକୁ ନିର୍ବାଚନ ରହିଛି । ତେଣୁ ଏହା ଆମ ପାଇଁ ବହୁତ ବଡ ଚ୍ୟାଲେଞ୍ଜ । ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଇନ ଶୃଙ୍ଖଳା ସହ ନକ୍ସଲ ଦମନ କରିବା ବଡ଼ ଚ୍ୟାଲେଞ୍ଜ ରହିଛି । ଏହାସହିତ ଆଇନଶୃଙ୍ଖଳା ପରିସ୍ଥିତି କିପରି ସୂଚାରୁ ରୁପେ ରହିବ । ସେଥିପାଇଁ ବିଶେଷ ଧ୍ୟାନ ଦିଆଯିବ । ମୁଖ୍ୟତଃ ସାଧାରଣ ଜନତାଙ୍କୁ ଯେତେ ସୁବିଧା ଦିଆଯାଇପାରିବ ତାହାରି ଉପରେ ଗୁରୁତ୍ୱ ଦିଆଯିବ ।’’ ଏଥି ସହିତ ଥାନାକୁ ନ୍ୟାୟ ପାଇବା ଆଶାରେ ଯାଉଥିବା ବ୍ୟକ୍ତି ବିଶେଷଙ୍କ କଥା ଶୁଣିବା ସହ ସେମାନଙ୍କୁ ସଠିକ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ ।

ସେହିପରି ଦକ୍ଷିଣାଞ୍ଚଳରେ ମାଓ କାର୍ଯ୍ୟକଳାପ ନେଇ ଆଲୋଚନା ସମୟରେ ରାଜ୍ୟ ପୋଲିସ କେନ୍ଦ୍ରୀୟ ପୋଲିସ ବାହିନୀର ସହାୟତାରେ ମାଓ ପ୍ରବଣ ଅଞ୍ଚଳରେ ମାଓ ଦମନକୁ ପ୍ରାଥମିକତା ଦେବା ଏବଂ ଜନସାଧାରଣଙ୍କୁ ଉଚିତ ସେବା ଯୋଗାଇ ଦେବା ପାଇଁ ଗୁରୁତ୍ଵ ଦେବେ ବୋଲି କହିଛନ୍ତି । ଦକ୍ଷିଣାଞ୍ଚଳରେ ଯେପରି ଚୋରି,ଡକାୟତି ଭଳି ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରିତ ହୋଇପାରିବ ସେନେଇ ଦୃଷ୍ଟି ଦିଆଯିବ ବୋଲି ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ - କଟକରେ ଦାୟିତ୍ବ ଗ୍ରହଣ କଲେ ନୂତନ ଡିସିପି

ଏହା ମଧ୍ୟ ପଢନ୍ତୁ- ରାୟଗଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ମନୋଜ ସତ୍ୟବାନ ମହାଜନ

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏଠାରେ କାର୍ଯ୍ୟରତ ଥିବା ପୂର୍ବତନ ଆଇଜିଙ୍କୁ ପୂର୍ବାଞ୍ଚଳ ଆଇଜି ଭାବେ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ନୂତନ ଭାବେ ଆଇଜି ଜୟନାରାୟଣ ପଙ୍କଜ ଅବସ୍ଥାପିତ କରାଯାଇଛି । ଗତକାଲି ନୂତନ ଆଇଜିଙ୍କୁ ସ୍ଥାନୀୟ କାର୍ଯ୍ୟାଳୟରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏଥିସହ ଆଇଜି ଜୟନାରାୟଣ ପଙ୍କଜଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ଜଣାଇବା ସହିତ ପୁରାତନ ଆଇଜି ସତ୍ୟବ୍ରତ ଭୋଇଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details