ଓଡିଶା

odisha

ETV Bharat / state

ସୁସ୍ଥ ଜୀବନ ପାଇଁ ଯୋଗ ନିତ୍ୟାନ୍ତ ଆବଶ୍ୟକ: ବ୍ରହ୍ମପୁର ସାଂସଦ - YOGA DAY CELEBRATED IN chatrapur - YOGA DAY CELEBRATED IN CHATRAPUR

YOGA DAY CELEBRATED IN CHATRAPUR: ଛତ୍ରପୁରରେ ଜିଲ୍ଲାସ୍ତରୀୟ ଯୋଗ ଦିବସ ପାଳିତ । ନିୟମିତ ଯୋଗ କରିବା ପାଇଁ ଲୋକଙ୍କୁ ଶପଥ କରାଇଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ । ଅଧିକ ପଢନ୍ତୁ

YOGA DAY CELEBRATED IN CHATRAPUR
YOGA DAY CELEBRATED IN CHATRAPUR (ETV Bharat Odisha)

By ETV Bharat Odisha Team

Published : Jun 21, 2024, 10:03 PM IST

ବ୍ରହ୍ମପୁର:ଜୀବନରେ ଯଦି କରିବାକୁ ଅଛି ଭୋଗ ,ତାହା ହେଲେ କରନ୍ତୁ ନିୟମିତ ଯୋଗ । ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଛତ୍ରପୁର ପୋଲିସ ପଡ଼ିଆ ଠାରେ ଜିଲ୍ଲାସ୍ତରୀୟ ଯୋଗ ଦିବସ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁରର ନବନିର୍ବାଚିତ ସାଂସଦ ଡ.ପ୍ରଦୀପ ପାଣିଗ୍ରାହୀ ଯୋଗ ଦେଇ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଅନ୍ୟତମ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗଦେଇ ଦୀର୍ଘ ୪୫ ମିନଟ୍ ଧରି ବିଭିନ୍ନ ପ୍ରକାର ଯୋଗାଭ୍ୟାସ କରିଥିଲେ ।

YOGA DAY CELEBRATED IN CHATRAPUR (ETV Bharat Odisha)

ପ୍ରତ୍ୟେକ ଦିନ ସକାଳୁ କିଛି ସମୟ ବାହାର କରି ଯୋଗ କରିବାକୁ ଆହ୍ୱାନ ଦେଇଥିଲେ ସଂସାଦ । ଏକ ସୁସ୍ଥ ଜୀବନ ବଞ୍ଚିବା ପାଇଁ ସମସ୍ତଙ୍କୁ ଯୋଗ କରିବା ନିହାତି ଆବଶ୍ୟକ ରହିଥିବାବେଳେ ଯୋଗ ମାଧ୍ୟମରେ ଜଣେ ବ୍ୟକ୍ତି ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶକ୍ତି ହାସଲ କରିବ । ଯେଉଁମାନେ ନିତିଦିନିଆ ଅଭ୍ୟାସରେ ଯୋଗ କରନ୍ତି ସେମାନେ ଏହି ଯୋଗର ଶକ୍ତି କ'ଣ ତାହା ଅନୁଭବ କରନ୍ତି ବୋଲି କହିଥିଲେ ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ ପାଣିଗ୍ରାହୀ ।

ଏହା ମଧ୍ୟ ପଢନ୍ତୁ .....ବଲାଙ୍ଗୀରରେ ପାଳିତ ହେଲା ବିଶ୍ବ ଯୋଗ ଦିବସ, ସାମିଲ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ - International Yoga Day In Balangir

ଏହା ମଧ୍ୟ ପଢନ୍ତୁ .....ସୁସ୍ଥ ଓଡ଼ିଶା ଗଠନ କରିବାରେ ଯୋଗ ସହାୟକ ହେବ: ମୁଖ୍ୟମନ୍ତ୍ରୀ - INTERNATIONAL DAY OF YOGA

୨୦୧୫ ମସିହା ଜୁନ ୨୧ ତାରିଖରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଥିଲା । ମିଳିତ ଜାତି ସଂଘର ୬୯ତମ ଅଧିବେସନରେ ଆମ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୨୦୧୪ ସମ୍ବୋଧନରେ ଯୋଗ ଦିବସ ସମ୍ପର୍କରେ ପରାମର୍ଶ ଦେଇଥିଲେ । ପରବର୍ତ୍ତୀ ସମୟରେ ୨୦୧୪ ମସିହା ଡିସେମ୍ବର ୧୧ ତାରିଖରେ ୧୯୩ ଜଣ ସଦସ୍ୟ ଜୁନ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ରାଜି ହୋଇଥିଲେ । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଏହି ଦିବସ ସମଗ୍ର ବିଶ୍ୱରେ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହରର ବହୁ ଲୋକ ସାମିଲ ହୋଇଥିଲେ ।



ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details