ଓଡିଶା

odisha

ETV Bharat / state

ମୁଁ ଭିନ୍ନକ୍ଷମ ନୁହେଁ ସକ୍ଷମ; କଟକରେ ପାଳିତ ହେଲା ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ - INTERNATIONAL DISABILITY DAY

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ କଟକରେ ଥିବା 'ସହାୟ' କେନ୍ଦ୍ରରେ ଏହାକୁ ବହୁ ଆଡ଼ମ୍ବର ସହ ପାଳନ କରାଯାଇଛି ।

INTERNATIONAL DISABILITY DAY
INTERNATIONAL DISABILITY DAY (ETV Bharat Odisha)

By ETV Bharat Odisha Team

Published : Dec 3, 2024, 7:27 PM IST

କଟକ: ଆଜି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ । ଅଦମ୍ୟ ଇଚ୍ଛା ଶକ୍ତି ଥିଲେ ଆସେ ବଡ଼ ସଫଳତା । ପଙ୍ଗୁ ମଧ୍ୟ ଗିରି ଲଂଘେ । ସେ ଯେ କୌଣସି ପରିସ୍ଥିତି ହେଉନା କାହିଁକି, ଦୃଢ଼ ମନୋବଳକୁ ପାଥେୟ କରି ଆଗେଇ ଚାଲିବା ଦ୍ୱାରା ଜୀବନରେ ଦେଖିଥିବା ସ୍ୱପ୍ନକୁ ମଣିଷ ହାସଲ କରିଥାଏ । ଏହି ଅବସରରେ କଟକରେ ଥିବା 'ସହାୟ' କେନ୍ଦ୍ରରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସକୁ ବେଶ ଆଡ଼ମ୍ବର ସହ ପାଳନ କରାଯାଇଛି ।

  • ପାଳନ ହେଲା ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ :

'ସହାୟ' କେନ୍ଦ୍ରରେ ଥିବା ୧୦୦ରୁ ଊର୍ଦ୍ଧ୍ବ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସେମାନଙ୍କ ବୌଦ୍ଧିକ ବିକାଶର ପଦର୍ଶନ କରିଛନ୍ତି । କି’ଏ ନାଚି-ଗାଇ ବେଶ ଆନନ୍ଦ ଅନୁଭବ କରୁଛି, ତ ଆଉ କିଏ ଚିତ୍ରାଙ୍କନ, ଯୋଗ ଏବଂ ହାତରେ ମେହେନ୍ଦୀ କରି ଏହି ଦିବସକୁ ପାଳନ କରିଛନ୍ତି । ହୁଏତ ଏମାନେ ମାନସିକ, ଶାରୀରିକ ସ୍ତରରେ ଅକ୍ଷମ କିନ୍ତୁ ସେମାନେ ଆଗମୀ ଦିନରେ ସମାଜରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଜାରି ରଖିଛନ୍ତି ପ୍ରୟାସ । ତେବେ 'ସହାୟ' କେନ୍ଦ୍ରରେ ଏହି ବିଦ୍ୟାର୍ଥୀମାନଙ୍କୁ ଯୋଗ ଶିକ୍ଷା, ପାଠ୍ୟକ୍ରମ, ସଙ୍ଗୀତ, ନୃତ୍ୟ ଏବଂ ଚିତ୍ରକଳା ଇତ୍ୟାଦି ପ୍ରଶିକ୍ଷଣ ଦିଆଯାଏ । ଏହି ପିଲାମାନଙ୍କର ମଧ୍ୟରେ ସର୍ବାଙ୍ଗୀନ ବିକାଶ କରିବା ଏହି ଅନୁଷ୍ଠାନର ମୁଖ୍ୟ ଲକ୍ଷ୍ୟ ।

INTERNATIONAL DISABILITY DAY (ETV Bharat Odisha)
  • ଏମତି କହିଲେ ଅଭିଭାବକ:

ଯେତେବେଳେ ଏଭଳି ଦିବ୍ୟାଙ୍ଗ ପିଲାମାନେ ମାଆ ଗର୍ଭରୁ ଜନ୍ମ ନିଅନ୍ତି ସେହି ସମୟରେ ତାଙ୍କୁ ନେଇ ପରିବାର ଖୁସି ମନେଇବା ଅପେକ୍ଷା ଦୁଃଖରେ ବୁଡି ରହୁନ୍ତି । କାହିଁକି ନା ସମାଜରେ ସେମାନେ ନିଜକୁ ପ୍ରତିଷ୍ଠିତ କରିବାରେ ସମ୍ପୂର୍ଣ୍ଣ ବିଫଳ ହେବାର ଭୟ ପିତାମାତା ମାନଙ୍କର ରହିଥାଏ । ତେଣୁ ବୋଝ ଉପରେ ନଳିତା ବିଡା ଅର୍ଥାତ ଦୁଃଖ ଉପରେ ଦୁଃଖକୁ ସାରା ଜୀବନ ଭୋଗିବା ପାଇଁ ମନସ୍ତ କରି ନେଇଥାନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ସରକାରଙ୍କ ବିଭିନ୍ନ ଯୋଜନା ବଳରେ ଦିବ୍ୟାଙ୍ଗ ସବୁ ଦିଗରେ ସକ୍ଷମ ବୋଲି କହିଛନ୍ତି ଅଭିଭାବକ ।

INTERNATIONAL DISABILITY DAY (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...ରାଜ୍ୟରେ ଚିହ୍ନଟ ହେଲେଣି 50 ହଜାରରୁ ଊର୍ଦ୍ଧ୍ବ HIV ପଜିଟିଭ, ଗଞ୍ଜାମରୁ ସର୍ବାଧିକ

ଏହା ମଧ୍ୟ ପଢନ୍ତୁ...ଓଡିଆ ଭଜନକୁ ଜାତୀୟ ମାନ୍ୟତା, ‘ଜଗା ତୁ ଯାଦୁଗର’କୁ ମିଳିଲା ଇଣ୍ଡିଆନ୍ ମ୍ୟୁଜିକ୍ ଆୱାର୍ଡ

ଏହା ମଧ୍ୟ ପଢନ୍ତୁ...ବଢିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ; ଜାଣନ୍ତୁ କେଉଁ ଶ୍ରେଣୀ ପାଇଁ ବଢିଲା କେତେ ?

ତେବେ ଗୋଟିଏ ଦିନ ନୁହେଁ ବରଂ ଏମାନଙ୍କ ପାଇଁ ପ୍ରତିଦିନ ଆନନ୍ଦ ଉଲ୍ଲସ ଦିନ ହୋଇ ପାରିଲେ ସେମାନେ ଦେଖୁଥିବା ସବୁ ସ୍ୱପ୍ନ ପୂର୍ଣ୍ଣ ହୋଇପାରିବ । କେହି କେହି ପିଲା ପୋଲିସ, ଡାକ୍ତର ଓ ଅଫିସର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏଥିରୁ ସ୍ପଷ୍ଟ ଯେ ସେମାନେ ଭିନ୍ନକ୍ଷମ ହୋଇପାରନ୍ତି ହେଲେ, ଜୀବନର ସ୍ୱପ୍ନ ସାକାର ଦିଗରେ ସକ୍ଷମ । ଏନେଇ ଦିବ୍ୟାଙ୍ଗ ଶିଶୁମାନଙ୍କ ଯୋଗ ପ୍ରଶିକ୍ଷକ ସତ୍ୟଭାମା ରଥ କହିଛନ୍ତି,‘‘ ଯେଉଁମାନେ ମାନସିକ ବିକାରଗ୍ରସ୍ତ ରହିଛନ୍ତି ତାଙ୍କୁ ଯୋଗ ବଳରେ ସୁସ୍ଥ କରାଯାଇପାରିବ ।’’

ଇଟିଭି ଭାରତ, କଟକ

ABOUT THE AUTHOR

...view details