ଭୁବନେଶ୍ବର:ଆସନ୍ତା ୨୦ ତାରିଖରେ ରାଜ୍ୟରେ ହେବାକୁ ଯାଉଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ଏହା ପୂର୍ବରୁ ଆୟକର ବିଭାଗ ହାତରେ ଧରା ପଡିଛି କୋଟି କୋଟି ଟଙ୍କା । ରାଜଧାନୀରେ କାରରୁ ନଗଦ ୫ କୋଟି ଟଙ୍କା ଜବତ କରିଛି ଆୟକର ବିଭାଗ । ଯାଜପୁରର ଜଣେ କଣ୍ଟ୍ରାକ୍ଟରଙ୍କ ଗାଡିରୁ ଏତେ ପରିମାଣର ନଗଦ ଟଙ୍କା ମିଳିବା ପରେ ଜୋରଦାର ସର୍ଚ୍ଚ ଅପରେସନ କରିଛି ଆୟକର ଟିମ ।
ଏନେଇ ଯାଜପୁରର ୩ଟି ସ୍ଥାନରେ ଓ ଧର୍ମଶାଳାର ଗୋଟିଏ ସ୍ଥାନକୁ ମିଶାଇ ରେଡ ଭୁବନେଶ୍ବରରେ ରେଡ୍ ଜାରି ରଖିଛି ଆୟକର ବିଭାଗ । ତେବେ ମିଳିଥିବା ସୂଚନା ଅନୁସାରେ ନିର୍ବାଚନକୁ ଆଖି ଆଗରେ ରଖି କ୍ୟାସ ଫ୍ଲୋ ଉପରେ ନଜର ରଖିଛି ଆୟକର ଟିମ୍ । ଏ ନେଇ ଅନେକ ହେଭିଓ୍ବେଟଙ୍କୁ ଟ୍ରାକ କରାଯାଉଛି । ଏନେଇ କ୍ୟାସ କାରବାର ନେଇ ଖବର ପାଇ ଭୁବନେଶ୍ବର ସୂର୍ଯ୍ୟ ନଗରରେ ଏକ କାରକୁ ଚଢ଼ାଉ ବେଳେ ଇନକମ ଟ୍ୟାକ୍ସ ବିଭାଗ ହାତରେ ଧରା ପଡିଥିଲା ନଗଦ ୫ କୋଟି ଟଙ୍କା । କାର ଭିତରୁ ନଗଦ ପାଞ୍ଚ କୋଟି ଟଙ୍କାର କ୍ୟାସ ଦେଖି ତାଜୁବ ହୋଇଥିଲେ ଆୟକର ଅଧିକାରୀ । କାରଟି ଜଣେ ଏ କ୍ଲାସ କଣ୍ଟ୍ରାକ୍ଟରଙ୍କର ବୋଲି ଜଣାପଡିଛି । ଉକ୍ତ କଣ୍ଟ୍ରାକ୍ଟରଙ୍କ ନାଁ ନିହାର ରଞ୍ଜନ ବୋଲି ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ ...ବ୍ୟବସାୟୀଙ୍କ ଘରେ ଆୟକର ରେଡ୍, ଭୁବନେଶ୍ୱରରୁ ମିଳିଲାଣି 3 କୋଟି ନଗଦ ଟଙ୍କା - IT Raid In Bhubaneswar