ଓଡିଶା

odisha

ETV Bharat / state

ରାଜ୍ୟରେ ଆହୁରି ବଢ଼ିବ ବର୍ଷା, ବିଜୁଳି ଓ ଘଡଘଡ଼ି ପାଇଁ ସତର୍କ କଲା ପାଣିପାଗ ବିଭାଗ - Odisha weather - ODISHA WEATHER

Odisha Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ଆହୁରି କିଛି ଦିନ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବାକୁ ଥିବା ବେଳେ ଏହି ଦିନ ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

IMD Odisha Weather Forecast
IMD Odisha Weather Forecast (ETV Bharat Odisha)

By ETV Bharat Odisha Team

Published : Jul 9, 2024, 8:26 PM IST

Updated : Jul 9, 2024, 8:42 PM IST

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ବର୍ଷା । ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଥିବା ବେଳେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ଆଜି ରାଜ୍ୟରେ ବର୍ଷାର ପରିମାଣ କମିଥିଲେ ମଧ୍ୟ ଅନେକ ସ୍ଥାନରେ ବର୍ଷା ଲାଗି ରହିଛି । ଆସନ୍ତାକାଲି ମଧ୍ୟ ରାଜ୍ୟରେ ସମାନ ସ୍ଥିତି ରହିବାକୁ ଥିବା ବେଳେ 13 ତାରିଖରୁ ପୁଣି ବର୍ଷାର ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

IMD Odisha Weather Forecast (ETV Bharat Odisha)

ରାଜ୍ୟରେ ଆସନ୍ତା ୫ଦିନ ଯାଏଁ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି । ସେହିପରି ଆଗାମୀ ୪୮ଘଣ୍ଟା ଯାଏଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡି ପାଇଁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ । ବିଜୁଳି ଘଡ଼ଘଡିକୁ ନେଇ ସତର୍କ ରହିବା ନେଇ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଆସନ୍ତାକାଲି ୧୩ ଜିଲ୍ଲାକୁ ଘଡଘଡି ବିଜୁଳି ସହ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ୧୧ ଓ ୧୨ ତାରିଖ 2 ଦିନ ରାଜ୍ୟରେ ହାଲୁକାରୁ ମଧ୍ୟମ ବର୍ଷା ଲାଗି ରହିବ । ପରେ ପୁଣି ୧୩ ତାରିଖ ଠାରୁ ପ୍ରବଳ ବର୍ଷାର ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...ଆଗାମୀ 5 ଦିନ ଲାଗି ରହିବ ବର୍ଷା, ଏହି ଦିନଠୁ ପ୍ରବଳ ଛେଚିବ - Odisha Weather

ତେବେ 13 ତାରିଖରେ ମୁଖ୍ୟତଃ କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଜୁନ ୧ରୁ ଏଯାବତ ରାଜ୍ୟରେ ୨୧୬.୩ ମିମି ବର୍ଷା ହୋଇଥିବା ବେଳେ ଏବେବି ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ବର୍ତ୍ତମାନ ସ୍ୱାଭାବିକ ବର୍ଷା ରହିବା କଥା 295.0. ମିମି । ବାଲେଶ୍ୱରରେ ସର୍ବାଧିକ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଥିବା ବେଳେ ୧୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୧୩ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ରାୟଗଡ଼ାରେ ସର୍ବାଧିକ 52 ମିଲିମିଟର ବର୍ଷା ରେକର୍ଡ କାଯାଇଛି । ସେହିପରି ପାରଳାଖେମୁଣ୍ଡିରେ ସର୍ବାଧିକ ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 9, 2024, 8:42 PM IST

ABOUT THE AUTHOR

...view details