ଓଡିଶା

odisha

ETV Bharat / state

ଓଡ଼ିଶାରେ ଆଉ ୨ ଦିନ ବର୍ଷା ଆଲର୍ଟ, କାଲି ଭିଜିବ ଦକ୍ଷିଣ ଓଡ଼ିଶା: IMD - ODISHA WEATHER UPDATE

ରାଜ୍ୟରେ ଆଜି କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଆସନ୍ତାକାଲି ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ IMD ପୂର୍ବାନୁମାନ ।

IMD Odisha Weather Forecast
IMD Odisha Weather Forecast (ETV Bharat)

By ETV Bharat Odisha Team

Published : Dec 25, 2024, 12:57 PM IST

ଭୁବନେଶ୍ବର: ଓଡ଼ିଶାରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ସହ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ଆଗାମୀ ୨ ଦିନ ଏଭଳି ପାଗ ଲାଗି ରହିବ । ଆଜି ଗୋଟିଏ କିମ୍ବା ୨ ଟି ଜିଲ୍ଲାକୁ ଛାଡ଼ିଦେଲେ ସମ୍ପୂର୍ଣ୍ଣ ରାଜ୍ୟ ବର୍ଷା ହେବ । କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ମଧ୍ୟ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ-IMD ।

ଆଜି ଏସବୁ ଜିଲ୍ଲାରେ ବର୍ଷା :

ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ନବରଙ୍ଗପୁର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷାହେବାର ସମ୍ଭାବନା ରହିଛି । ଏହାସହ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ବ୍ୟତୀତ ଅନ୍ୟ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣ ବର୍ଷାହେବ ।

IMD Odisha Weather Forecast (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...IMD Alert: ଆହୁରି 24 ଘଣ୍ଟା ବର୍ଷା, 8 ଜିଲ୍ଲାରେ ବର୍ଷିବ - WEATHER UPDATE

ଏହା ମଧ୍ୟ ପଢ଼ନ୍ତୁ...IMDର ଆଲର୍ଟ: ଆଜି ରାଜ୍ୟରେ ପ୍ରବଳ ବର୍ଷା, ଏହି ଜିଲ୍ଲାକୁ ସତର୍କ ସୂଚନା

IMD Odisha Weather (ETV Bharat Odisha)

କାଲି ପାଇଁ ୱାର୍ଣ୍ଣିଂ:

ଆସନ୍ତାକାଲି ଅର୍ଥାତ 26 ତାରିଖରେ ମଧ୍ୟ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁାକରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏସବୁ ଜିଲ୍ଲା ହେଉଛି ଗଞ୍ଜାମ, ଗଜପତି, ରାଯଗଡ଼ା, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର ଓ କଳାହାଣ୍ଡି । ଆସନ୍ତାକାଲିି ପରଠାରୁ ବର୍ଷାର ପରିମାଣ ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇବ । ବର୍ଷା କମିବା ପରେ ରାଜ୍ୟରେ ତାପମାତ୍ରାରେ ପରିବର୍ତ୍ତନ ଘଟିବ । ରାତି ତାପମାତ୍ରା 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ କମିବା ସହ ଶୀତର ପରିମାଣ ବଢ଼ିବ । ଏହାସହ ଆଜି କେନ୍ଦୁଝର ଜିଲ୍ଲାରେ ଘନ କୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି । ସେପଟେ ଗତ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା 4.4 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପାହାଡିଆ ଅଞ୍ଚଳ ଭାବରେ ସର୍ମନିମ୍ନ ତାପମାତ୍ରା ଦାରିଙ୍ଗବାଡିରେ 13.5 ଡିଗ୍ରୀ ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details