ଓଡିଶା

odisha

ETV Bharat / state

୪୪.୭ ଡିଗ୍ରୀ ସହ ଅନୁଗୋଳ ରାଜ୍ୟର ଉତ୍ତପ୍ତ ସହର, କାଲି ପାଇଁ 13 ଜିଲ୍ଲାକୁ ରେଡ ଆଲର୍ଟ - Odisha Weather - ODISHA WEATHER

Odisha Weather Update: ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ଅନୁଗୋଳ । ଆସନ୍ତାକାଲି ବି ଜଳିବ ଓଡ଼ିଶା । ଅଧିକ ପଢ଼ନ୍ତୁ

୪୪.୭ ଡିଗ୍ରୀ ସହ ଅନୁଗୋଳ ରାଜ୍ୟର ଉତ୍ତପ୍ତ ସହର, ଆସନ୍ତାକାଲି ପାଇଁ 13 ଜିଲ୍ଲାକୁ ରେଡ ଆଲର୍ଟ
୪୪.୭ ଡିଗ୍ରୀ ସହ ଅନୁଗୋଳ ରାଜ୍ୟର ଉତ୍ତପ୍ତ ସହର, ଆସନ୍ତାକାଲି ପାଇଁ 13 ଜିଲ୍ଲାକୁ ରେଡ ଆଲର୍ଟ

By ETV Bharat Odisha Team

Published : Apr 27, 2024, 11:00 PM IST

୪୪.୭ ଡିଗ୍ରୀ ସହ ଅନୁଗୋଳ ରାଜ୍ୟର ଉତ୍ତପ୍ତ ସହର, ଆସନ୍ତାକାଲି ପାଇଁ 13 ଜିଲ୍ଲାକୁ ରେଡ ଆଲର୍ଟ

ଭୁବନେଶ୍ବର:ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ଅନୁଗୋଳ । ଆଜି (ଶନିବାର) ଅନୁଗୋଳରେ ତାପମାତ୍ରା ୪୪.୭ ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟର 4 ସହରରେ ତାପମାତ୍ରା 44 ଡିଗ୍ରୀ ପାର କରିଥିବା ବେଳେ 32 ସହରରେ 40 ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଭୁବନେଶ୍ୱରରେ ୪୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଆସନ୍ତାକାଲି ପାଇଁ 13 ଜିଲ୍ଲାକୁ ରେଡ୍ ଆର୍ଲଟ ଜାରି କରିଛି ପାଣିପାଗ ବିଭାଗ ।


ଆଜି ୪୪.୭ ଡିଗ୍ରୀ ସହ ଅନୁଗୋଳ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ସେହିପରି ଭୁବନେଶ୍ୱରରେ ୪୪.୬ ଡିଗ୍ରୀ ଏବଂ ବାରିପଦାରେ 44.2 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱର ଆଜିର ତାପମାତ୍ରା ଏପ୍ରିଲ ମାସର ଚତୁର୍ଥ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ତେବେ ବର୍ତ୍ତମାନ ଉତ୍ତର-ପଶ୍ଚିମ ଓ ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହିତ ହେଉଛି । ଯାହା ପ୍ରଭାବରେ ଦିନର ତାପମାତ୍ରା ବୃଦ୍ଧି ହେଉଛି । ଆସନ୍ତା ୨୪ ଘଣ୍ଟାରେ ଆହୁରି କିଛି ସ୍ଥାନରେ ୨ ଡିଗ୍ରୀ ତାପମାତ୍ରା ବଢିବ । ଏହାର ପ୍ରଭାବରେ ରାଜ୍ୟରେ ଦିନର ତାପମାତ୍ରା ସ୍ବାଭାବିକ ତୁଳନାରେ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ସହ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଆସନ୍ତାକାଲି ଠାରୁ ଦିନର ଗ୍ରାଷ୍ମ ପ୍ରବାହ ବୃଦ୍ଧି ପାଇବା ସହ ତାପମାତ୍ରା ଧିରେ ଧିରେ ବଢ଼ିବ । ଭୀଷଣ ଗ୍ରୀଷ୍ମ ପ୍ରବାହକୁ ନେଇ ଆସନ୍ତାକାଲି (ରବିବାର) 13 ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ଉତ୍ତର ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ତାପମାତ୍ରା ଅଧିକ ରହିବ । ଏନେଇ ୧୫ ଜିଲ୍ଲାକୁ ଅରେଞ୍ଜ ଓ ୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି 29 ତାରିଖରେ ମଧ୍ୟ 13 ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାୟାଇଛି । ବିଶେଷ କରି ଆଗାମୀ 3 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରଵାହକୁ ନେଇ ୩୦ଟି ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...ଉପର ମୁହାଁ ପାରଦ: ଆଉ 5 ଦିନ ହିଟୱେଭ, 13 ଜିଲ୍ଲାକୁ ରେଡ ଆଲର୍ଟ - HEAT WAVE IN ODISHA

ଆଜି ବିଭିନ୍ନ ସହରରେ ରେକର୍ଡ ହୋଇଥିବା ତାପମାତ୍ରା:-

ଅନୁଗୋଳ- 44.7 ଡିଗ୍ରୀ

ଭୁବନେଶ୍ବର- 44.6 ଡିଗ୍ରୀ

ବାରିପଦା- 44.2 ଡିଗ୍ରୀ

ବୌଦ୍ଧ- 43.7 ଡିଗ୍ରୀ

ଢେଙ୍କାନାଳ- 43.7 ଡିଗ୍ରୀ

ଭବାନୀପାଟଣା- 43.7 ଡିଗ୍ରୀ

ନୂଆପଡ଼ା- 43.6 ଡିଗ୍ରୀ

ଝାରସୁଗୁଡା- 43.6 ଡିଗ୍ରୀ

ବଲାଙ୍ଗୀର- 43.5 ଡିଗ୍ରୀ

ଯାଜପୁର- 43.5 ଡିଗ୍ରୀ

ତାଳଚେର- 43.5 ଡିଗ୍ରୀ

ନୟାଗଡ଼- 43.5 ଡିଗ୍ରୀ

କଟକ- 43.3 ଡିଗ୍ରୀ

ଟିଟିଲାଗଡ଼- 43 ଡିଗ୍ରୀ


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details