ଓଡିଶା

odisha

ETV Bharat / state

ବିଶ୍ବର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଆଇଆଇଟି ଭୁବନେଶ୍ୱର ପ୍ରଫେସର - IIT Bhubaneswar - IIT BHUBANESWAR

IIT Bhubaneswar, Stanford-Elsevier Ranking: ବିଶ୍ବର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ଆଇଆଇଟି ଭୁବନେଶ୍ୱରର ପ୍ରଫେସର । ଏହି ଅଧ୍ୟାପକମାନେ ସେମାନଙ୍କର ଗୁରୁତ୍ବପୂର୍ଣ୍ଣ ଗବେଷଣା ଅବଦାନ ଏବଂ ଉଚ୍ଚ-ପ୍ରଭାବ ପ୍ରକାଶନ ପାଇଁ ସ୍ବୀକୃତିପ୍ରାପ୍ତ, ଯାହାନିଜ ନିଜ ଡୋମେନରେ ମାନଦଣ୍ଡ ସ୍ଥିର କରିଛି। ଅଧିକ ପଢନ୍ତୁ

IIT Bhubaneswar
IIT Bhubaneswar (ETV Bharat Odisha)

By ETV Bharat Odisha Team

Published : Sep 28, 2024, 6:41 PM IST

ଭୁବନେଶ୍ବର:ଗବେଷଣା କ୍ଷେତ୍ରରେ ଆଇଆଇଟି ଏବଂ ଆଇଆଇଟିର ଆଧ୍ୟପକମାନେ ଉଚ୍ଚ କୋଟିର ଗବେଷଣା କରି ଶ୍ରେଷ୍ଠ ବୈଜ୍ଞାନିକ ଭାବରେ ବିଶ୍ଵସ୍ତରରେ ସ୍ଥାନିତ ହୋଇଛନ୍ତି । ଆଇଆଇଟି ଭୁବନେଶ୍ଵରର ନିର୍ଦ୍ଦେଶକ ଶ୍ରେଷ୍ଠ ୨ ପ୍ରତିଶତଙ୍କ ମଧ୍ୟରେ ବୈଜ୍ଞାନିକ ଭାବରେ ସ୍ଥାନ ପାଇଥିବା ବେଳେ ଆଇଆଇଟି ଭୁବନେଶ୍ଵରର ମଧ୍ୟ ୬ ଜଣ ଅଧ୍ୟାପକ ସ୍ଥାନ ପାଇଛନ୍ତି ।



ଆଇଆଇଟିରେ ଶ୍ରେଷ୍ଠ ବୈଜ୍ଞାନିକ:-
ଭୁବନେଶ୍ୱର ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଆଶିଷ ଘୋଷ ୨୦୨୪ ମସିହା ପାଇଁ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଛନ୍ତି । ଯାହା ଏକ ପ୍ରକାରର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଏହି ତାଲିକା ସମଗ୍ର ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ଗବେଷଣା ଏବଂ ନିବେଶରେ ଉତ୍କର୍ଷକୁ ଆଲୋକିତ କରିଥାଏ । ପ୍ରଫେସର ଘୋଷ ତାଙ୍କର ଉଲ୍ଲେଖନୀୟ ଗବେଷଣା କାର୍ଯ୍ୟ ଏବଂ ପ୍ରକାଶନକୁ ନେଇ ଏହା ହାସଲ କରିଛନ୍ତି । ତାଙ୍କର ଗବେଷଣାର ବିଷୟବର୍ଗ ହେଉଛି ‘କୂତ୍ରିମ ବୁଦ୍ଧିମତା ଓ ଇମେଜ୍‌ ପ୍ରକ୍ରିୟାକରଣ'।

Prof. Ashish Ghosh Director of IIIT Bhubaneswar (ETV Bharat Odisha)

ଗତ ସପ୍ତାହ ଆରମ୍ଭରେ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ୨୨ଟି ବୈଜ୍ଞାନିକ କ୍ଷେତ୍ର ଓ ୧୭୪ଟି ଉପକ୍ଷେତ୍ର ନେଇ ଏହି ବିଶ୍ୱସ୍ତରୀୟ ତାଲିକା ପ୍ରସ୍ତୁତ କରିଛନ୍ତି । ଏଥିରେ ୨ ଲକ୍ଷ୍ୟ ୨୩ ହଜାର ୨୫୨ ଜଣଙ୍କ ମଧ୍ୟରୁ ୨୦୨୩ ପାଇଁ ୫ ହଜାର ୩୫୨ ଜଣ ସ୍ଥାନ ପାଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଫେସର ଘୋଷ ମତାମତ ଦେଇଛନ୍ତି, "ଏହି ସଫଳତା ପାଇଁ ଖୁସି ଯେ ତାଙ୍କ କାର୍ଯ୍ୟ ଗ୍ଲୋବାଲ ଫୋରମ୍‌ରେ ଅନ୍ତର୍ଭୁକ୍ତ ହୋଇଛି ।" ସେ ଆହୁରି ମଧ୍ୟ କହିଛନ୍ତି ଯେ, "କୃତ୍ରିମ ବୁଦ୍ଧିମତାର ଡୋମେନ୍‌ ବିସ୍ତୃତ ଓ ଟେକ୍‌ନୋଲୋଜି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ କରିବାରେ ଅନେକ ସମ୍ମାବନା ପ୍ରଦାନ କରେ," ବୋଲି କହିଛନ୍ତି।

Prof. Manas Mohan Mahapatra (ETV Bharat Odisha)
Prof. P. Dinakar (ETV Bharat Odisha)
Dr. Pattabhi Ramaiah Budarapu (ETV Bharat Odisha)
Prof. Rajan Jha (ETV Bharat Odisha)
ଏହା ବି ପଢନ୍ତୁ- IIT ଭୁବନେଶ୍ୱରର ନୂଆ ନିର୍ଦ୍ଦେଶକ ହେଲେ ଭିକେ ତିୱାରୀ



ଆଇଆଇଟି ଭୁବନେଶ୍ବର ୬ ବୈଜ୍ଞାନିକ:-
ଷ୍ଟାନଫୋର୍ଡ-ଏଲ୍ସଭିଅର ରାଙ୍କିଙ୍ଗରେ ବିଶ୍ବର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ଆଇଆଇଟି ଭୁବନେଶ୍ବର ଅଧ୍ୟାପକ ସ୍ଥାନ ପାଇଛନ୍ତି। ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ଭୁବନେଶ୍ବରର ୬ ଜଣ ଅଧ୍ୟାପକ ବିଶ୍ବର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ମାନ୍ୟତା ପାଇଛନ୍ତି। ଏହି ବାର୍ଷିକ ବ୍ୟାଙ୍କିଙ୍ଗ୍ ବିଶ୍ବର ଏକାଡେମିକ୍ ସମ୍ପ୍ରଦାୟରେ ବହୁ ସମ୍ମାନିତ, ସେମାନଙ୍କର ଅନୁସନ୍ଧାନ କାର୍ଯ୍ୟର ପ୍ରଭାବ, ଉଦ୍ଧୃତ ସୂଚକାଙ୍କ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଏକାଡେମିକ୍ ପାରାମିଟର ଉପରେ ଆଧାର କରି ବୈଜ୍ଞାନିକମାନଙ୍କୁ ମାନ୍ୟତା ପ୍ରଦାନ କରେ ।

Dr. Barathram Ramkumar (ETV Bharat Odisha)
ଏହା ବି ପଢନ୍ତୁ-ଆଇଆଇଟି-ଆଇଏଲଏସ ମଧ୍ୟରେ ଚୁକ୍ତିନାମା, ଯକ୍ଷ୍ମା ଉପରେ ହେବ ଗବେଷଣା - MoU between IIT and ILS
Prof. Subhransu Ranjan Samantaray (ETV Bharat Odisha)

ଅଧ୍ୟାପକ ମାନେ ହେଉଛନ୍ତି....

୧. ପ୍ରଫେସର ଶୁଭ୍ରାଂଶୁ ରଂଜନ ସାମନ୍ତରାୟ, ସ୍କୁଲ୍ ଅଫ୍ ଇଲେକ୍ଟ୍ରିକାଲ ଏବଂ କମ୍ପ୍ୟୁଟର ସାଇନ୍ସେସ
୨. ପ୍ରଫେସର ରାଜନ ଝା, ସ୍କୁଲ୍ ଅଫ୍ ବେସିକ୍ ସାଇନ୍ସେସ
୩. ପ୍ରଫେସର ପି. ଦିନାକର, ସ୍କୁଲ୍ ଅଫ୍ ଇନ୍‌ଷ୍ଟ୍ରକ୍ଟର
୪. ପ୍ରଫେସର ମାନସ ମୋହନ ମହାପାତ୍ର, ସ୍କୁଲ୍ ଅଫ୍ ମେକାନିକାଲ୍ ସାଇନ୍ସେସ
୫. ଡକ୍ଟର ପଟ୍ଟାଭୀ ରାମାୟା ବୁଡାରାପୁ, ସ୍କୁଲ୍ ଅଫ୍ ମେକାନିକାଲ୍ ସାଇନ୍ସେସ
୬. ବରତରାମ ରାମକୁମାର, ସ୍କୁଲ୍ ଅଫ୍ ଇଲେକ୍ଟ୍ରି କାଲ ଏବଂ କମ୍ପ୍ୟୁଟର ସାଇନ୍ସେସ

IIT Bhubaneswar (ETV Bharat Odisha)

ABOUT THE AUTHOR

...view details