ଓଡିଶା

odisha

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ଦୁଇ ନାବାଳକ ଗୁରୁତର

By ETV Bharat Odisha Team

Published : Feb 7, 2024, 9:56 PM IST

Husband Brutally Killed His Wife: ସ୍ତ୍ରୀକୁ ଟାଙ୍ଗିଆରେ ହାଣି କଲା ହତ୍ୟା କଲା ସ୍ବାମୀ । ଏହାସହ ଅନ୍ୟ ଦୁଇ ଜଣଙ୍କୁ ମରଣାନ୍ତକ ଆକ୍ରମଣ । ଅଧିକ ପଢ଼ନ୍ତୁ

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ
ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ଭବାନୀପାଟଣା: କୁହାଯାଏ ସ୍ବାମୀ-ସ୍ତ୍ରୀର ସମ୍ପର୍କ ସାତ ଜନ୍ମର । ହେଲେ ଏହି ସମ୍ପର୍କରେ ଲାଗିଛି ରକ୍ତର ଦାଗ । ପାରିବାରିକ କଳହରୁ ସ୍ତ୍ରୀହନ୍ତା ସାଜିଲା ସ୍ବାମୀ । ସ୍ତ୍ରୀକୁ ଟାଙ୍ଗିଆରେ ହାଣି କଲା ହତ୍ୟା । ଏହାସହ ଅନ୍ୟ ଦୁଇ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳରେ ।

ସୂଚନା ଅନୁଯାୟୀ, ଗତକାଲି (ମଙ୍ଗଳବାର) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧିନସ୍ଥ ଭାଟିପାସ ଗ୍ରାମର ଗୁରୁନାଥ ଗଉଡ ଓ ସ୍ତ୍ରୀ ପୁଷ୍ପା ଗଉଡଙ୍କ ମଧ୍ୟରେ କଳହ ଲାଗିଥିଲା । ଏଥିରେ ଉତ୍‌କ୍ଷୀପ୍ତ ହୋଇ ଗୁରୁନାଥ ପୁଷ୍ପାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ତେବେ ଆକ୍ରମଣ ପରେ ଫେରାର୍ ହୋଇ ନିକଟ ଜଙ୍ଗଲକୁ ଚାଲିଯାଇଥିଲା ଗୁରୁନାଥ । ସେପଟେ ପୁଷ୍ପାଙ୍କୁ ଗୁରୁତର ଅବସ୍ଥାରେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

ତେବେ ମଙ୍ଗଳବାର ସକାଳୁ ରକ୍ତମୁଖା ହୋଇ ବୁଲୁଥିବା ଗୁରୁନାଥ ଯାହାକୁ ଦେଖିଲା ତାକୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିଲା । ଏନେଇ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ପେଙ୍ଗଢୁସି ଗ୍ରାମର ଚନ୍ଦ୍ରଶେଖର ରାଉତଙ୍କ ପୁଅ ଶିବଶଙ୍କର ରାଉତ (12) ଓ ଢୋଲପାସ ଗ୍ରାମର ମଦନ ମାଝୀଙ୍କ ପୁଅ ମଧୁ ମାଝୀ (12) ଉଭୟ ଗାଧୋଇବାକୁ ଯାଉଥିବା ବେଳେ ସେମାନଙ୍କୁ ମଧ୍ୟ ଟାଙ୍ଗିଆରେ ଆକ୍ରମଣ କରିଥିଲା ଗୁରୁନାଥ । ଆକ୍ରମଣ ଫଳରେ ଶିବଶଙ୍କର ଏବଂ ମଧୁ ଦୁଇ ନାବାଳକ ଗୁରୁତର ଭାବରେ ଆହତ ହୋଇଥିବା ବେଳେ ଲୋକେ ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଶିବଶଙ୍କରଙ୍କ ବେକରେ ଗଭୀର ଆଘାତ ଲାଗିଥିବା ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ଦେଖି ତୁରନ୍ତ ତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ....ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଜୀବନ ନେଲା ସ୍ବାମୀ

ଅନ୍ୟପଟରେ ମଧୁ ମାଝୀଙ୍କୁ ମଧ୍ୟ ଆଘାତ ଲାଗିଥିବା ବେଳେ ଅସ୍ତ୍ରୋପଚାର ପରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଚାଲିଛି । ସେପଟେ ଏଭଳି ଘଟଣାର ସୂଚନା ପାଇ ରାମପୁର ଥାନା ପୋଲିସ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପହଞ୍ଚି ତଦନ୍ତ ଆରମ୍ଭ କରି ମୃତ ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପରବର୍ତ୍ତୀ ସମୟରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲା । ଏହାପରେ ଥୁଆମୂଳ ରାମପୁର ପୋଲିସ ହତ୍ୟାକାରୀ ଗୁରୁନାଥକୁ ଗିରଫ କରି ପଚରାଉଚରା ଚାଲାଇଛି । ତେବେ କାହିଁକି ଏବଂ କେଉଁ କାରଣରୁ ଗୁରୁନାଥ ଏଭଳି ବିଭତ୍ସ କାଣ୍ଡ ଘଟାଇଛି ତାହା ତଦନ୍ତଧିନ ରହିଛି । ତଦନ୍ତ ପରେ ଘଟଣାର ସମ୍ପର୍କରେ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details