ETV Bharat / state

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ପ୍ରାତଃ ଭ୍ରମଣ ପରେ ଚା' ପେ ଚର୍ଚ୍ଚା - CM Mohan In Kendujhar

author img

By ETV Bharat Odisha Team

Published : 2 hours ago

CM Mohan In Kendujhar: କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦୁଝର ଷ୍ଟାଡିୟମରେ ପ୍ରାତଃ ଭ୍ରମଣ ପରେ ଚା' ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ହେଲେ ସାମିଲ । ବିଦେଶୀ ବାବୁଙ୍କ ଦୋକାନରୁ ପିଇଲେ ଦେଶୀ ଚା' ।

CM Mohan Charan Majhi
CM Mohan Charan Majhi (ETV BHARAT ODISHA)

କେନ୍ଦୁଝର: ୩ ଦିନିଆ କେନ୍ଦୁଝର ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତର (ଶନିବାର) ଦ୍ବିତୀୟ ଦିନ । ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମ ଦିନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ବେଳେ, ଦ୍ବିତୀୟ ଦିନରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ସୁସ୍ଥ ରହିଲେ କେନ୍ଦୁଝର ଓ ଓଡ଼ିଶାକୁ ଆମେ ଆଗକୁ ନେଇ ପାରିବା :

ଆଜି ସକାଳୁ ସକାଳୁ କେନ୍ଦୁଝର ଷ୍ଟାଡିୟମଠାରେ ପ୍ରାତଃ ଭ୍ରମଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ ଟ୍ରାକ ସୁଟ୍‌ ପିନ୍ଧି ମୁଖ୍ୟମନ୍ତ୍ରୀ ଭ୍ରମଣ କରିଥିଲେ । ମୁଖ୍ୟମନ୍ତ୍ରୀ ପ୍ରାତଃ ଭ୍ରମଣ ସମୟରେ କହିଛନ୍ତି, '' ପ୍ରତି ଜିଲ୍ଲା ହେଡ କ୍ବାଟରରେ ଗୋଟିଏ ଗୋଟିଏ ଷ୍ଟାଡିୟମ ହେବା ଉଚିତ । ପ୍ରତି ଷ୍ଟାଡିୟମରେ ଯେଉଁ ମିନି ଷ୍ଡାଡିୟମ ହେବା କଥା ତାହା ହେଉ । ଗତକାଲି କରଞ୍ଜିଆରେ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମୁଁ ସାମିଲ ହୋଇଥିଲି । ସେଠାରେ ଏକ ମିନି ଷ୍ଟାଡିୟମ କରିବାକୁ ଜିଲ୍ଲାପାଳଙ୍କୁ କହିଛି । କ୍ରୀଡା କ୍ଷେତ୍ରରେ ଉନ୍ନତି କଲେ ପିଲା ମାନଙ୍କର ଏଥି ପ୍ରତି ଆଗ୍ରହ ବଢିବ । ଯାହା ଫଳରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରୀୟ କ୍ରୀଡାରେ ସେମାନଙ୍କ ପ୍ରତିଭା ବଢିବ । ''

ମର୍ଣ୍ଣିଂ ଓ୍ବାକ ଦ୍ବାରା ଶରୀର ସୁସ୍ଥ ରହିବ :

ମୁଖ୍ୟମନ୍ତ୍ରୀ କହିଛନ୍ତି "ମର୍ଣ୍ଣିଂ ଓ୍ବାକ ବା ପ୍ରାତଃ ଭ୍ରମଣ କରିବା ଦ୍ବାରା ଶରୀର ସୁସ୍ଥ ରହିବ । ଯାହା ଦ୍ବାରା କେନ୍ଦୁଝର ଏବଂ ଓଡ଼ିଶାକୁ ଆମେ ଆଗକୁ ନେଇ ପାରିବା । ଥ୍ରୀ ଇନ ଓ୍ବାନ ଟ୍ବିନ୍‌ ଓ୍ବାନରେ ପରିବାକୁ ମ୍ୟାନେଜ କରିବାକୁ ପଡିବ । ସମସ୍ୟାର ସମାଧାନ କରିବାକୁ ପଡିବ, ଶରୀରକୁ ସୁସ୍ଥ ରଖିବାକୁ ପଡିବ ଏବଂ ରାଜନୀତି ମଧ୍ୟ କରିବାକୁ ପଡିବ । ''

ଚା' ପେ ଚର୍ଚ୍ଚା :

ପ୍ରାତଃ ଭ୍ରମଣ ପରେ 'ଚା ପେ ଚର୍ଚ୍ଚା' କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ । ଦୀର୍ଘ ଦିନ ଧରି ବିଦେଶୀ ବାବୁଙ୍କ ଚା ଦୋକାନରେ ନାଲି ଚା ପିଉଥିବା ମୁଖ୍ୟମନ୍ତ୍ରୀ ଆଜି ମଧ୍ୟ ତାଙ୍କ ହାତ ତିଆରି ନାଲି ଚାହା ପିଇଲେ । ପ୍ରଥମେ ତାଙ୍କ ନୂତନ ନିର୍ମିତ ଦୋକାନର ଉଦଘାଟନ କରିବା ସହ ତାଙ୍କ ହାଲ ଚାଲ ପଚାରି ବୁଝିିଥିଲେ । ବିଦେଶୀ ବାବୁଙ୍କ ଦେଶୀ ଚା ପିଇ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ଏହାପରେ ବିଦେଶୀ ବାବୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରିଥିଲେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ଆଜିର କାର୍ଯ୍ୟକ୍ରମ-

  • ଏଲଭି ପ୍ରସାଦ ଚକ୍ଷୁ ହସ୍ପିଟାଲ ଦ୍ଵାରା ଆୟୋଜିତ ନେତ୍ର ଉତ୍ସବରେ ସାମିଲ ହେବେ
  • ଧରଣୀଧର ବିଶ୍ଵବିଦ୍ୟାଳୟ ପରିସରରେ ମେଗା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଓ କୃତ୍ରିମ ଅଙ୍ଗଦାନ କାର୍ଯ୍ୟକ୍ରମରେ ଯୋଗଦେବେ
  • ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ସାମିଲ ହେବେ ସିଏମ୍‌
  • ସନ୍ଧ୍ୟାରେ ଝାଡ଼ଖଣ୍ଡ ଗସ୍ତ କରିବେ
  • ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ

ଦିନ ୧୧ ଟାରେ 'ସମ୍ବାଦ' ଦ୍ଵାରା ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ । ପରେ ଝାଡ଼ଖଣ୍ଡ ଗସ୍ତ କରିବେ । ଅପରାହ୍ନ ୫ଟା ୩୦ ମିନିଟରେ ଟାଉନ ହଲଠାରେ ଅବସରପ୍ରାପ୍ତ କର୍ମଚାରୀ ସଂଘ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ। ଏହାପରେ ସନ୍ଧ୍ୟା ୬ଟା ୩୦ରେ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ।

CM MOHAN IN KENDUJHAR
CM MOHAN IN KENDUJHAR (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଜନ୍ମମାଟି ରାଇକଳା ସମେତ ବିଭିନ୍ନ କାର୍ଯ୍ୟକ୍ରମ - CM ON KENDUJHAR VISIT

ଏହା ମଧ୍ୟ ପଢନ୍ତୁ-ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଠିକଣା - CM complaint hearing program

ଏହା ମଧ୍ୟ ପଢନ୍ତୁ-‘କେନ୍ଦୁଝରରେ ଇସ୍ପାତ କାରଖାନା’ ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା - CM Mohan Majhi

ଫୁଟବଲ ଖେଳିଲେ ମୁଖ୍ୟମନ୍ତ୍ରୀ:

ଗତକାଲିଠୁ(ଶୁକ୍ରବାର) ତିନିଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ରହିଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଗସ୍ତ ସମୟରେ କେନ୍ଦୁଝର କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ । ଏଠାରେ ପିଲାଙ୍କ ସହ ନିଜେ ଫୁଟବଲ ଖେଳିଥିଲେ । ବିଜୟୀ ଦଳକୁ ପୁରସ୍କାର ପ୍ରଦାନ କରିବା ସହିତ ସମସ୍ତ କ୍ରୀଡାବିତଙ୍କୁ ଉତ୍ସାହିତ କରିଥିଲେ । " ରାଜ୍ୟରେ କ୍ରୀଡ଼ା କ୍ଷେତ୍ରକୁ ଅଧିକ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ।" କ୍ରୀଡ଼ାବିତ ନିଷ୍ଠାର ସହ ଉଦ୍ୟମ ଜାରି ରଖି ରାଜ୍ୟ ପାଇଁ ଗର୍ବ ଆଣନ୍ତୁ, ସମସ୍ତଙ୍କୁ ମୋର ଶୁଭକାମନା ବୋଲି ଟ୍ବିଟ କରି କହିଥିଲେ ମୁୁଖ୍ୟମନ୍ତ୍ରୀ ମୋହନ ମାଝୀ ।

CM Mohan Charan Majhi
CM Mohan Charan Majhi (CM Mohan Charan Majhi)

କେନ୍ଦୁଝରରେ ହେବ ବୃହତ ଇସ୍ପାତ କାରଖାନା:

କେନ୍ଦୁଝର ଅଡିଟୋରିୟମରେ ଲାଇଫ ସେଭର୍ଶ ଗ୍ରୁପ ଟ୍ରଷ୍ଟ ଦ୍ଵାରା ଆୟୋଜିତ ତୃତୀୟ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ସେଠାରେ ଜିଲ୍ଲାର ବିକାଶ ପାଇଁ ବହୁ ଦିନର ଦାବି ବୃହତ୍ ଇସ୍ପାତ କାରଖାନା ନିଶ୍ଚିତ ଭାବରେ ପ୍ରତିଷ୍ଠା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତର ତୃତୀୟ ତଥା ଶେଷ ଦିନ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.