ETV Bharat / state

ଆଜିଠୁ ତିନି ଦିନଆ ରତ୍ନଭଣ୍ଡାର ସର୍ଭେ ଆରମ୍ଭ, ଅପରାହ୍ନ 1ଟାରୁ ସଂଧ୍ୟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ - Ratna Bhandar survey

author img

By ETV Bharat Odisha Team

Published : 2 hours ago

Ratna Bhandar inspection: ଆଜିଠୁ ତିନି ଦିନଆ ରତ୍ନଭଣ୍ଡାର ସର୍ଭେ ଆରମ୍ଭ । ଅପରାହ୍ନ ଗୋଟାଏରୁ ସଂଧ୍ୟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ । ଦଶହରା ପୂର୍ବରୁ ସର୍ଭେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ । ଅଧିକ ପଢନ୍ତୁ

ଆଜିଠୁ ତିନି ଦିନଆ ରତ୍ନଭଣ୍ଡାର ସର୍ଭେ ଆରମ୍ଭ, ଅପରାହ୍ନ 1ଟାରୁ ସଂଧ୍ୟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ
ଆଜିଠୁ ତିନି ଦିନଆ ରତ୍ନଭଣ୍ଡାର ସର୍ଭେ ଆରମ୍ଭ, ଅପରାହ୍ନ 1ଟାରୁ ସଂଧ୍ୟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ (ETV Bharat Odisha)

ପୁରୀ: ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ASI) ପକ୍ଷରୁ ଆଜିଠାରୁ ତିନିଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ଅନୁଷ୍ଠିତ ହେବ । ଅପରାହ୍ନ 2 ଘଟିକାରୁ ସନ୍ଧ୍ୟା 6 ଘଟିକା ଯାଏଁ ସର୍ଭେ ପାଇଁ ସମୟ ସ୍ଥିର ହୋଇଛି । ଏଥିପାଇଁ ହୋଇଥିବା ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ, ଆଜି ରାତି 2ଟା 35 ମିନିଟ୍ ସମୟରେ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା । ଏଥିରେ ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉପସ୍ଥିତ ରହି ନୀତି ତ୍ୱରାନ୍ୱିତ କରିଥିଲେ । ଆଉ କିଛି ଘଣ୍ଟା ପରେ ସର୍ଭେ ପାଇଁ ଏଏସଆଇ ବିଶେଷଜ୍ଞ ଟିମ ମନ୍ଦିର ମଧ୍ୟରେ ପ୍ରବେଶ କରିବ ।

  • ଅପରାହ୍ନ ଗୋଟାଏରୁ ଦର୍ଶନ ବନ୍ଦ:-

ଆଜିର ବିଶେଷ ନୀତିନିର୍ଘଣ୍ଟ ଅନୁସାରେ ଅପରାହ୍ନ ଗୋଟାଏରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତମାନେ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ପ୍ରସ୍ଥାନ କରିପାରିବେ । କୌଣସି ଭକ୍ତ ଦର୍ଶନ ପାଇଁ ଶ୍ରୀମନ୍ଦିର ମୁଖ୍ୟମନ୍ଦିରରେ ପ୍ରବେଶ କରିପାରିବେ ନାହିଁ ।

  • 24 ତାରିଖ ସୁଦ୍ଧା ସର୍ଭେ ଶେଷ କରିବାକୁ ଲକ୍ଷ୍ୟ:-

ଚଳିତମାସ (ସେପ୍ଟେମ୍ବର) 24 ତାରିଖ ସୁଦ୍ଧା ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ସମ୍ପୂର୍ଣ୍ଣ କରିବାକୁ ‘ଏଏସଆଇ’ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଅନୁରୋଧ କରିବା ପରେ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ଆଜିଠାରୁ ପୁଣିଥରେ ସର୍ଭେ ପାଇଁ ତାରିଖ ସ୍ଥିର ହୋଇଛି । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା (SOP) ଅନୁସାରେ ସର୍ଭେ ପ୍ରକ୍ରିୟା ସମ୍ପନ୍ନ କରାଯିବ । ASIର ବୈଷୟିକ ଟିମ୍ ସହ ସି.ଏସ.ଆଇ.ଆର-ଏନ.ଜି.ଆର.ଆଇ (CSIR-NGRI)ର ନିର୍ଦେଶକ ଡ. ପ୍ରକାଶ କୁମାର ଆଜିର ସର୍ବେକ୍ଷଣରେ ସାମିଲ ହୋଇଛନ୍ତି ।

18 ରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ସର୍ବେକ୍ଷଣ:-

ପୂର୍ବରୁ 18 ସେପଟେମ୍ବର ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ‘ଏଏସଆଇ’ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ସେହି ଦିନ ସର୍ଭେ ସମୟରେ ସଂସ୍ଥାର ବୈଷୟିକ ଟିମର ମୁଖ୍ୟ ଏବଂ ‘ସିଏସଆଇଆର୍-ଏନଜିଆରଆଇ’ ର ମୁଖ୍ୟ ବୈଜ୍ଞାନିକ ଆଉ ଏକ ରାଉଣ୍ଡ ସର୍ଭେ କରିବାକୁ ମତାମତ ଦେଇଥିଲେ । ରାଡାର୍ ପେନିଟ୍ରେଟିଂ ସିସ୍ଟମ୍ ତଥା ଅନ୍ୟ ବୈଷୟିକ ଉପକରଣ ବ୍ୟବହାର କରାଯାଇ ଏହି ସର୍ଭେ କରିବା ପରେ ହିଁ ଚୂଡାନ୍ତ ରିପୋର୍ଟ ଦାଖଲ କରିବାକୁ ବୈଷୟିକ ଟିମ୍ ପ୍ରସ୍ତାବ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ :- ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ଆଳତି, ଶୁଭମୟ ହେବ ଦିନ - Mangala Alati

ଏହା ମଧ୍ୟ ପଢନ୍ତୁ :- ମହାପ୍ରଭୁଙ୍କୁ ଦର୍ଶନ କଲେ ରାଜ୍ୟପାଳ, ବିଜେପି ସରକାରର ୧୦୦ ଦିନ ପୂରଣ ପାଇଁ ଦେଲେ ଶୁଭେଚ୍ଛା - Governor Visits Puri Srimandir

ଏହା ମଧ୍ୟ ପଢନ୍ତୁ :- ଶ୍ରୀମନ୍ଦିର ରତ୍ନଭଣ୍ଡାର ହେବ GPR ସର୍ଭେ, ଏହି ସମୟରେ ବନ୍ଦ ରହିବ ସାଧାରଣ ଦର୍ଶନ - RATNA BHANDAR GPR SURVEY

  • ଦଶହରା ପୂର୍ବରୁ ଶେଷ ହେବ ସର୍ଭେ:-

ଆସନ୍ତା 24 ତାରିଖଠାରୁ ଶ୍ରୀମନ୍ଦିରରେ ଦଶହରା (ଷୋଳ ପୂଜା) ସମ୍ପର୍କିତ ନୀତିକାନ୍ତି ଆରମ୍ଭ ହେବା ପୂର୍ବରୁ ଯଥାଶୀଘ୍ର ଏହି ବାକି ଥିବା ସର୍ଭେ ଶେଷ କରି ଚୂଡାନ୍ତ ରିପୋର୍ଟ ଦାଖଲ ପାଇଁ ମୁଖ୍ୟ ପ୍ରଶାସକ ସଂସ୍ଥାକୁ ଲେଖିଥିବା ନିଜ ପତ୍ରରେ ଗୁରୁତ୍ବରୋପ କରିଥିଲେ । ସର୍ବେକ୍ଷଣ ସଂସ୍ଥା ମଧ୍ୟ ଏହା ପ୍ରତି ତତ୍ପରତା ପ୍ରକାଶ କରିଛି । ରାଜ୍ୟ ସରକାରଙ୍କ ଅନୁମୋଦିତ SOP ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଭାବେ ପ୍ରସ୍ତୁତ ହୋଇଥିବା ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତରଣ କରାଯାଇଛି । ଖାଲି ଆଲମିରା ତଥା ସିନ୍ଦୁକଗୁଡିକ ମଧ୍ୟ ସ୍ଥାନାନ୍ତରିତ ହୋଇ ସାରିଛି । ତାପରେ ‘ଏଏସଆଇ’କୁ ସଂରକ୍ଷଣ ତଥା ମରାମତି କାର୍ଯ୍ୟ ହାତକୁ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଥିଲା । ତେବେ ମରାମତି ପୂର୍ବରୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସର୍ଭେ କରାଯିବାକୁ ଅନୁରୋଧ କରାଯାଇଥିଲା । ଏହା ଦ୍ବାରା ଯେପରି ଶ୍ରୀମନ୍ଦିର ଉପରେ କୌଣସି ପ୍ରତିକୂଳ ପ୍ରଭାବ ନପଡିବ ସେଥିପ୍ରତି ଧ୍ୟାନ ଦେବାକୁ ‘ଏଏସଆଇ’କୁ ଅନୁରୋଧ କରାଯାଇଥିଲା l ପୂର୍ଣ୍ଣାଙ୍ଗ ଅତ୍ୟାଧୁନିକ ତଥା ବୈଷୟିକ ଯାଞ୍ଚ ପରେ ‘ଏଏସଆଇ’ ରତ୍ନ ଭଣ୍ଡାରର ସଂରକ୍ଷଣ ଓ ମରାମତି କାର୍ଯ୍ୟ ଅବିଳମ୍ବେ ସାରିବାକୁ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.