ଓଡିଶା

odisha

By ETV Bharat Odisha Team

Published : Mar 26, 2024, 10:52 AM IST

ETV Bharat / state

ଦୁଇ ଦିନରେ ସମ୍ବଲପୁରରୁ 16 ହଜାରରୁ ଊର୍ଦ୍ଧ୍ୱ କଫ ସିରଫ ଜବତ, 33 ଗିରଫ - cough syrup seized

Cough Syrup Seized In Sambalpur: ସମ୍ୱଲପୁରରେ 2 ଦିନ ମଧ୍ୟରେ 16 ହଜାରରୁ ଅଧିକ ବେଆଇନ କଫ ସିରପ ବୋତଲ ଜବତ କରାଯିବା ସହ 33 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

Sambalpur cough syrup seized
Sambalpur cough syrup seized

Sambalpur cough syrup seized

ସମ୍ବଲପୁର:ବେଆଇନ କଫ ସିରପ କାରବାରର ହବ୍ ପାଲଟିଛି ସମ୍ୱଲପୁର l ଦୁଇ ଦିନ ମଧ୍ୟରେ ଜିଲ୍ଲାର 2ଟି ଅଞ୍ଚଳରୁ 16 ହଜାରରୁ ଅଧିକ ବେଆଇନ କଫ ସିରପ ବୋତଲ ଜବତ କରାଯାଇଛି । ଏହି ଘଟଣାରେ 33 ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମହିଳା ରହିଛନ୍ତି । ପଶ୍ଚିମବଙ୍ଗରୁ ଏହି କଫ ସିରପ ସମ୍ୱଲପୁର ଅଣାଯାଇ ବିକ୍ରି କରାଯାଉଥିବା ପୋଲିସ ସୂଚନା ଦେଇଛି । ଏହି ଘଟଣାର ତଦନ୍ତ ଜାରି ରହିଛି ।

ସମ୍ବଲପୁରରେ ପୁଣି ବେଆଇନ କଫ ସିରପ ଜବତ କରାଯାଇଛି । ରବିବାର ଦିନ 10 ହଜାର 800 ବୋତଲ ବେଆଇନ କଫ ସିରପ ଜବତ ସହ 26 ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୋମବାର ଦିନ ସକାଳ ସମୟରେ ସମ୍ବଲପୁର ଏସପି ସୂଚନା ଦେଇଥିଲେ । ଏହାର ଦିନକ ପରେ ପୁଣି ଟାଉନ ଥାନାରୁ 3 ଶହ ମିଟର ଦୂରତାରେ ଥିବା ତଥା ରିଜର୍ଭ ପୋଲିସ ସମ୍ମୁଖ ଓ ଅଗ୍ନିଶମ କେନ୍ଦ୍ର ପାର୍ଶ୍ୱରେ ଥିବା ସାହୁ କଲୋନୀରୁ 5 ହଜାର 500 ବୋତଲ ବେଆଇନ କଫ ସିରପ ଜବତ କରିଛି ଟାଉନ ଥାନା ପୋଲିସ l ଏହି ଘଟଣାରେ ପୋଲିସ 7 ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି l ତେବେ ପୂର୍ବରୁ ଗିରଫ ହୋଇଥିବା 26 ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ମହିଳା ଅଭିଯୁକ୍ତ ରହିଥିବା ନେଇ ସୂଚନା ରହିଛି l

ଏହାମଧ୍ୟ ପଢନ୍ତୁ..କଫସିରପ ରାକେଟର ପର୍ଦ୍ଦାଫାସ: ୩୪୭ ବୋତଲ କଫସିରପ ଜବତ, 2 ଗିରଫ

ପୋଲିସ ସୂଚନା ଅନୁସାରେ, କଫ ସିରପ କାରବାର ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇ ପଚରାଉଚରା ସମୟରେ ପଶ୍ଚିମବଙ୍ଗରୁ କଫ ସିରପ ସମ୍ବଲପୁର ଆସି କାରବାର କରାଯାଉଥିବା ଖବର ଜଣାପଡିଥିଲା । ଏହାପରେ ଏକ ସ୍ୱତନ୍ତ୍ର ଟିମ ଗଠନ ହୋଇଥିଲା । ପ୍ରଥମେ ରବିବାର ଦିନ 10 ହଜାର 800 ବୋତଲ କଫ ସିରପ ଜବତ ହୋଇଥିବା ବେଳେ ସୋମବାର ଦିନ ଏକ ଟ୍ରକରେ କଫ ସିରପ ଆସି ଅନଲୋଡ ହେଉଥିବା ବେଳେ ଟାଉନ ଥାନା ପୋଲିସ ଚଢାଉ କରିଥିଲା । ଚଢାଉ ସମୟରେ ପୋଲିସ 5 ହଜାର 500 ବୋତଲ ବେଆଇନ କଫ ସିରପ ଜବତ କରିବା ସହ 7 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିସହ ଗୋଟିଏ ଟ୍ରକ, 2ଟି ଚାରି ଚକିଆ ଓ ଗୋଟିଏ ବାଇକ ଜବତ କରାଯାଇଛି । ତେବେ ହୋଲି ତଥା ସାଧାରଣ ନିର୍ବାଚନରେ ଚଢା ଦାମରେ ଏହି ନିଶାଦ୍ରବ୍ୟ ବିକ୍ରି କରିବା ଉଦେଶ୍ୟରେ ଅଣାଯାଇଥିବା ପୋଲିସ କହିଛି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details