ETV Bharat / state

ରାଇସମିଲରେ ଯୋଗାଣ ଅଧିକାରୀଙ୍କ ସହ ସାଂସଦଙ୍କ ରାତିଅଧିଆ ଚଢାଉ, କଣ ଥିଲା ଅଭିଯୋଗ ! - Raid in Rice mill

author img

By ETV Bharat Odisha Team

Published : 3 hours ago

Rice mill raid: ବେଆଇନ ମହଜୁଦ ନେଇ ଅଭିଯୋଗ ପରେ ରାଇସମିଲରେ ଚଢାଉ କଲା ଯୋଗାଣ ବିଭାଗ । ଅଧିକାରୀଙ୍କ ଟିମ ସହ ଘଟଣାସ୍ଥଳରେ ପହଞ୍ଚିଲେ ସ୍ଥାନୀୟ ସାଂସଦ ପ୍ରତାପ ଷଡଙ୍ଗୀ । ଅଧିକ ପଢନ୍ତୁ

ରାତିଅଧିଆ ଯୋଗାଣ ଅଧିକାରୀଙ୍କ ରାଇସମିଲରେ ଚଢାଉ କଲେ ସାଂସଦ, କଣ ଥିଲା ଅଭିଯୋଗ !
ରାତିଅଧିଆ ଯୋଗାଣ ଅଧିକାରୀଙ୍କ ରାଇସମିଲରେ ଚଢାଉ କଲେ ସାଂସଦ, କଣ ଥିଲା ଅଭିଯୋଗ ! (ETV Bharat Odisha)

ବାଲେଶ୍ୱର: ଖନ୍ତାପଡ଼ାରେ ଥିବା ରମାଦେବୀ ରାଇସ ମିଲ୍‌ ଉପରେ ଯୋଗାଣ ବିଭାଗ ଏବଂ ଜିଲ୍ଲା ପ୍ରଶ୍ୱାସନ ପକ୍ଷରୁ ଚଢ଼ାଉ କରାଯାଇଛି । ବେଆଇନ ମହଜୁଦ ଥିବା ଅଭିଯୋଗ ମିଳିବା ପରେ ପ୍ରଶାସନ ପକ୍ଷରୁ କରାଯାଇଥିବା ଏହି ଚଢ଼ାଉରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ଯୋଗାଣ ଅଧିକାରୀଙ୍କ ସହ ଉପସ୍ଥିତ ଥିଲେ । ରାଇସ ମିଲରେ ବେଆଇନ ଭାବରେ ‘ପିଡ଼ିଏସ’ ଚାଉଳ ମହଜୁଦ ରଖିଥିବା ନେଇ ଅଭିଯୋଗ ହେବା ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚେକିଂ କରିଛି । ଅଧିକାରୀଙ୍କ ଟିମ୍‌ ଗଚ୍ଛିତ ଚାଉଳ ପରିମାଣ, ଯୋଗାଣ ସମ୍ପର୍କିତ ତଥ୍ୟ ତଦାରଖ କରି ଫେରିଥିବା ସୂଚନା ମିଳିଛି ।

ତେବେ ଏନେଇ ରାଇସ ମିଲ୍‌ ଏମଡି ଗୌତମ କୁମାର ପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି,"ମୋତେ ଏ ସମ୍ପର୍କରେ କିଛି ଜାଣିନାହିଁ, ଏ ପବ୍ଲିକ ସାମଗ୍ରୀ । ଯିଏ ଚାହିଁବେ ଯେତେବେଳେ ଚାହିଁବେ, ଚେକିଂ କରିପାରିବେ । ମୁଁ ଗାଁକୁ ଯାଇଥିଲି । ମିଲରେ ଚେକିଂ ହେଉଥିବା ଖବର ଶୁଣିବା ପରେ ଆଜି ପହଞ୍ଚିଛି । ଦେଖିଲି ଚେକିଂ ଚାଲିଛି । ସେମାନେ ଷ୍ଟକ୍‌ ଚେକିଂ କରୁଛନ୍ତି । ତାଙ୍କୁ କି’ଏ ଅଭିଯୋଗ କରିଥିବ, ସେଥିପାଇଁ ଚଢାଉ ହେଉଛି । ଆମେ ୨ଲକ୍ଷ କୁଇଣ୍ଟାଲ ଚାଉଳ ରଖିଥିଲୁ, ସେଥିରୁ ଆମେ 1 ଲକ୍ଷ 60 ହଜାର ଚାଉଳ ଦେଇ ସାରିଲୁଣି । ତା’ ପରେ ଯାହା ଥିବ, ଖାତା ଦେଖିଲେ ସେମାନେ ଜାଣିବେ ।"

ଖବର ମିଳିଥିଲା, ତଦାରଖ ହେଲା: ପ୍ରତାପ

ରାଇସମିଲରେ ଯୋଗାଣ ଅଧିକାରୀଙ୍କ ସହ ସାଂସଦଙ୍କ ରାତିଅଧିଆ ଚଢାଉ, କଣ ଥିଲା ଅଭିଯୋଗ ! (ETV Bharat Odisha)

ଚଢାଉରେ ଅଧିକାରୀଙ୍କ ସହ ସାମିଲ ଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି ଯେ,"ଆମେ ଏଠି କିଛି ଷ୍ଟକରେ ଅନିୟମିତତା ଥିବା ଖବର ପାଇଥିଲୁ । ସନ୍ଦେହଜନକ ତଥ୍ୟ ଆମ ନିକଟକୁ ଆସିଥିଲା । ଆଧାରରେ ଆମ ସିଏସଓ, ଉପଜିଲ୍ଲାପାଳଙ୍କ ଦ୍ବାରା ଚେକିଂ ହେଉଛି । ଏହା ଏକ ନିୟମିତ ଚେକିଂ । ଏ ପର୍ଯ୍ୟନ୍ତ ଆମ ପାଖରେ କିଛି ବିଶେଷ ପ୍ରମାଣ ଉପଲବ୍ଧ ହୋଇନି ।’’

ରାଇସମିଲରେ ଯୋଗାଣ ଅଧିକାରୀଙ୍କ ସହ ସାଂସଦଙ୍କ ରାତିଅଧିଆ ଚଢାଉ, କଣ ଥିଲା ଅଭିଯୋଗ !

ଏହା ମଧ୍ୟ ପଢନ୍ତୁ :- ଶାରଦୀୟ ନବରାତ୍ରି; କଳସ ସ୍ଥାପନା ସହ ଏମିତି କରନ୍ତୁ ପୂଜା, ମନସ୍କାମନା ପୂରଣ କରିବେ ମା' ଦୁର୍ଗା - Sharadiya Navaratri

ଏହା ମଧ୍ୟ ପଢନ୍ତୁ :- ବୌଦ୍ଧ-କନ୍ଧମାଳ-କଳାହାଣ୍ଡିରେ ନକ୍ସଲ ସକ୍ରିୟ, ଅପରେସନ ଜରିଆରେ କରାଯିବ ଦମନ: ଡିଆଇଜି - Naxalites in Southern Range

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.