ETV Bharat / state

ପୁଣି ଉଠିଲା ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ, ସମ୍ବଲପୁର ଓ ବଲାଙ୍ଗୀରରେ ଦାବି, ବିଜେଡି ନିସାନାରେ ବିଜେପି - High Court Bench

author img

By ETV Bharat Odisha Team

Published : 2 hours ago

High Court Bench: ସରକାର ବଦଳିବା ପରେ ପୁଣି ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ବଲାଙ୍ଗୀର ଏବଂ ସମ୍ବଲପୁରରେ ବିଜେଡି ଏବଂ ଓକିଲ ସଂଘ ଉଠାଇଲା ପ୍ରସଙ୍ଗ । ଶାସକ ବିଜେପିକୁ ବିଜେଡିର ଟାର୍ଗେଟ । ଅଧିକ ପଢନ୍ତୁ

High Court bench issues
High Court bench issues (ETV BHARAT ODISHA)

ସମ୍ବଲପୁର/ବଲାଙ୍ଗୀର: କିଛି ଦିନର ନୀରବତା ପରେ ସମ୍ବଲପୁରରେ ପୁଣି ଆକ୍ଟିଭ ହୋଇଛି ବିଜେଡି ଶିବିର । ନିର୍ବାଚନରେ ପରାଜୟ ପରେ ଦଳ ଗତ ତିନିମାସ ହେବ ଶିଥିଳ ପଡିଥିଲା । ଏବେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଦଳକୁ ସୁଦୃଢ କରିବାକୁ ଅଣ୍ଟା ଭିଡିଛି ବିଜେଡି । ହାଇକୋର୍ଟ ବେଞ୍ଚ ପ୍ରସଙ୍ଗକୁ ନେଇ ଆଗାମୀ ଦିନରେ ଶାସକ ବିଜେପିକୁ ଘେରିବାକୁ ଯୋଜନା କରୁଛି ସମ୍ବଲପୁର ଜିଲ୍ଲା ବିଜେଡି l

ଏହା ମଧ୍ୟ ପଢନ୍ତୁ-High Court Bench: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ 'ପ୍ରସ୍ତାବ ବିଚାରାଧୀନ' - CM On High Court Bench

ଏହା ମଧ୍ୟ ପଢନ୍ତୁ-High Court Bench: 'ଓଡ଼ିଶାରେ ହେବନି ହାଇକୋର୍ଟ ବେଞ୍ଚ', ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ କାହିଁକି ନୁହେଁ ପ୍ରଶ୍ନ କଲେ ପଶ୍ଚିମ ଓଡ଼ିଶା ବିଧାୟକ ? - No High Court Bench

ଏହା ମଧ୍ୟ ପଢନ୍ତୁ-ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ନାହିଁ: କେନ୍ଦ୍ର ଆଇନ ମନ୍ତ୍ରୀ

HIGH COURT BENCH ISSUE (ETV BHARAT ODISHA)

ମୁଖ୍ୟତଃ ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନା, ମହାନଦୀ ଜଳ ବିବାଦ, ସମ୍ବଲପୁର ମହାନଗର ନିଗମର ନିର୍ବାଚନ, ସମ୍ବଲପୁର ବିଶ୍ୱ ବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ କରାଇବା, VSSUT କୁ IIT ମାନ୍ୟତା ଏବଂ 300 ୟୁନିଟ ମାଗଣା ବିଜୁଳୀ ପ୍ରସଙ୍ଗକୁ ନେଇ ଶାସକ ବିଜେପିକୁ ଆଗାମୀ ଦିନରେ ପ୍ରଶ୍ନ ବାଣରେ ଘାଇଲା କରିବା ବୋଲି କହିଛନ୍ତି ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ । ସେ କହିଛନ୍ତି ଯେ, ''ଶାସକ ଦଳକୁ କିଛି ସମୟ ଦେଇଥିଲୁ, ଏବେ ସାଙ୍ଗଠନିକ ବୈଠକ ଡାକିଥିଲୁ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସଭ୍ୟ ସଂଗ୍ରହ ଅଭିଯାନ କରିବା ସହ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ବିରୋଧରେ ଲଢେଇ କରିବୁ । ସମ୍ବଲପୁର ବିକାଶ ନେଇ ଲଢେଇ କରିବୁ । ସେମାନେ କହିଥିଲେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବେ । ତାହା କିନ୍ତୁ ବର୍ତ୍ତମାନ ସୁଦ୍ଧା ହୋଇପାରିଲା ନାହିଁ । ଖାଲି ବିଚାର ଅଛି କହିଲେ ଚଳିବନି ସ୍ପଷ୍ଟ କରନ୍ତୁ କେବେ ହାଇକୋର୍ଟ ବେଞ୍ଚ କରିବେ । ଆମକୁ ଗୋଟିଏ ରୋଡ ମ୍ୟାପ ଦିଅନ୍ତୁ ସମ୍ବଲପୁର ବିକାଶ କଣ କଣ କରିବେ । ଆମେ ଦାବି କରୁଛୁ ସମ୍ବଲପୁର ବିଶ୍ଵବିଦ୍ୟାଳୟକୁ ସେଣ୍ଟ୍ରାଲ ୟୁନିଭାରସିଟି କରାଯାଉ, VSSUT ବୁର୍ଲାକୁ IIT ଷ୍ଟାଟସ ଦିଆଯାଉ l ''

ସେ ଆହୁରି ମଧ୍ୟ କହିଛନ୍ତି, ''ମହାନଦୀ ଛତିଶଗଡରୁ ବାହାରି ଓଡ଼ିଶା ଦେଇ ପ୍ରଭାହିତ ହୋଇ ବଙ୍ଗୋପସାଗରରେ ମିଶିଛି । ଓଡିଶାରେ ଅଛି ତାଙ୍କ ସରକାର ଛତିଶଗଡ଼ରେ ମଧ୍ୟ, ବେଆଇନ ଭାବେ ସବୁ ବ୍ୟାରେଜ ଗୁଡିକ ହୋଇଛି । ଯଦି ଅଧିକ ବର୍ଷା ହୁଏ ତେବେ ଉପର ମୁଣ୍ଡରେ ପାଣି ଜମିଯିବ, ଯାହା ଫଳରେ ପ୍ରଥମେ ସମ୍ବଲପୁର କ୍ଷତିଗ୍ରସ୍ତ ହେବ । ଏହାକୁ ନଜରରେ ରଖି ତୁରନ୍ତ ଯେଉଁ ବେଆଇନ ଭାବେ ବ୍ୟାରେଜ ଗୁଡିକ ହୋଇଛି ତାକୁ ତୁରନ୍ତ ହଟେଇବା କାମ କରୁ ଏହି ବିଜେପି ସରକାର । ''

ବଲାଙ୍ଗୀରରେ ଜୋର ଧରିଲା ହାଇକୋର୍ଟ ବେଞ୍ଚ ଦାବି:

ଅନ୍ୟପଟେ ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଦୀର୍ଘ 1948 ସମସିହାରୁ ଦାବି ହୋଇ ଆସୁଛି । ଏହା ପାଇଁ ତତ୍କାଳୀନ ସରକାର ପ୍ରଥମେ ପାଳ କମିଶନ ଓ ପରେ ଜସୱନ୍ତ ସିଂ କମିଶନ ବସାଇ ଥିଲେ । ଉଭୟ ହାଇକୋର୍ଟ ବେଞ୍ଚ ହେବା ଜରୁରୀ ବୋଲି କହିଥିଲେ। ହେଲେ ତାହା ଆଜି ଯାଏଁ ସମ୍ଭବ ହୋଇ ପାରି ନାହିଁ । ରାଜ୍ୟରେ ନୂଆ ବିଜେପି ସରକାର ଆସିବା ପରେ ଏବେ ଏହି ଦାବି ପୁଣି ଥରେ ଜୋର ଧରିଛି । ଏପରିକି ବିଧାନସଭାରେ ବଲାଙ୍ଗୀର ବିଧାୟକ କାଲିକେଶ ସିଂହ ଦେଓ ଏହାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିବା ସହ ଉତ୍ତର ରଖିବା ପାଇଁ ଦାବି କରିବା ପରେ ଏବେ ଏହି ଦାବି ପୁଣି ଥରେ ତେଜିଛି ।

ଏନେଇ ବୁଦ୍ଧିଜୀବୀ ପୂର୍ଣ ଚନ୍ଦ୍ର ପଣ୍ଡା କହିଛନ୍ତି " ପଶ୍ଚିମାଞ୍ଚଳରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି ନାଯ୍ୟ ଦାବି ଅଟେ । ଗଣତନ୍ତ୍ରରେ ସବୁ ନାଗରିକ ନ୍ୟାୟ ପାଇବା ତାଙ୍କର ଅଧିକାର ଅଟେ। ଏଠି ମଧ୍ୟ ଲୋକଙ୍କ ପାଖକୁ ଡୋର ଷ୍ଟେପରେ ନ୍ୟାୟ ମିଳିବା କଥା। ଗୋଟିଏ ମାମଲା ଏଠି ବର୍ଷ ବର୍ଷ ଧରି ଗଡୁଛି । ଏଠିକାର ଗରିବ ଲୋକ ବାରମ୍ବାର ହାଇକୋର୍ଟ ଦୌଡ଼ି ନ୍ୟାୟ ପାଇବା ସମ୍ଭବ ହୋଇ ପାରୁ ନାହିଁ । ଏଠି ହାଇକୋର୍ଟ ନଥିବାରୁ ଲୋକେ ସଠିକ ସମୟରେ ନ୍ୟାୟ ପାଇପାରୁ ନାହାନ୍ତି। ସେପଟେ ଦୁଇ ଦୁଇଟି କମିଶନ ଏହାକୁ ସମର୍ଥନ କରି ନିଜ ରିପୋର୍ଟ ଦେଇ ସାରିଛନ୍ତି । ଯେଉଁଥିରେ ଏଠି ହାଉକୋର୍ଟ ବେଞ୍ଚ ହେବା ଆବଶ୍ୟକ ଅଛି । ହେଲେ ସବୁ ସରକାର ଏଥିରେ ନୀରବ ନୀତି ଅପଣାଇଛନ୍ତି । ''

ଆଇନଜୀବୀ ପ୍ରମୋଦ ମିଶ୍ର କହିଛନ୍ତି " ଏହି ଦାବି ନାର୍ଯ୍ୟ ଦାବି ଅଟେ । ଏଠିକାର ଅଧିକାଂଶ ଲୋକେ ଗରିବୀ ସୀମା ତଳେ ଅଛନ୍ତି । ସେମାନଙ୍କ ପାଖରେ ଦୂର ଯାତ୍ରା କରି ହାଇକୋର୍ଟରେ ନ୍ୟାୟ ପାଇବା ସମ୍ଭବ ପର ହେଉ ନାହିଁ । ତେବେ ଏଠି ପାଟଣା ରାଜ୍ୟ ସମୟରେ ହାଇକୋର୍ଟ ଥିଲା । ପରେ ଓଡ଼ିଶାରେ ଏହା ସାମିଲ ହେବା ପରେ 1948 ମସିହାରେ ହାଇକୋର୍ଟ ଏଠୁ କଟକକୁ ସ୍ଥାନାନ୍ତରିତ ହୋଇଥିଲା । ସେହି ଦିନଠାରୁ ଏଠିକାର ଲୋକେ ଉଚିତ ସମୟରେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି । ସୁପ୍ରମିକୋର୍ଟଙ୍କ ନିର୍ଦେଶ ପରେ ଏଠି ଭର୍ଚ୍ଚୁଆଲ ହାଇକୋର୍ଟ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ହେଲେ ଏହା କେବେ ବି ବାସ୍ତବ କୋର୍ଟ ପ୍ରକ୍ରିୟା ସହ ସମାନ ନୁହେଁ । ଏହା କେବଳ ଜରୁରୀ ପରିସ୍ଥିତି ପାଇଁ ପ୍ରଯୁଜ୍ୟ ଅଟେ। ''

ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହ ଦେଓ କହିଛନ୍ତି "ପାଟଣା ରାଜ୍ୟ ସମୟରୁ ଏଠି ହାଇକୋର୍ଟ ଥିଲା ଏବଂ ଏଠି ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି ନ୍ୟାର୍ଯ୍ୟ ଦାବି ଅଟେ। ତେବେ ବର୍ତ୍ତମାନ ସରକାର ଏହା ଉପରେ ସବୁ ବେଳେ ମତ ବଦଳାଉଛନ୍ତି । ଏଠି ହାକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଦୁଇ ଦୁଇଟି କମିଶନ ହଁ କରିଥିଲେ ସୁଦ୍ଧା ବିଜେପି ସରକାର ଭୁଆଁ ବୁଲାଇ ବାରମ୍ବାର ମତ ପରିବର୍ତ୍ତନ କରି ଆସୁଛନ୍ତି । ସେପଟେ ସୁପ୍ରିମକୋର୍ଟ ଏକ ରାୟ ଦେଇଥିଲେ । ଯେଉଁଥିରେ ଓକିଲ ମାନଙ୍କର ଆନ୍ଦୋଳନ ବନ୍ଦ କରିବା ପାଇଁ ଥିଲା । ସୁପ୍ରିମକୋର୍ଟ ହାଇକୋର୍ଟ ବେଞ୍ଚ ସ୍ଥାପନ ନ ହେଉ ବୋଲି କୌଣସି ଭାବେ ରାୟ ଦେଇ ନାହାନ୍ତି । ଆଗକୁ ମଧ୍ୟ ଆମର ଦାବି ରହିବ ଏଠି ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ହେଉ । ''

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.