ଭୁବନେଶ୍ବର: ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ । ହୋଟେଲ ଭିତରେ ଗଡିଲା ମୁଣ୍ଡ । ମାଛ ଝୋଳକୁ ନେଇ ହୋଟେଲ କର୍ମଚାରୀଙ୍କୁ ପନିକିରେ ହାଣି ହତ୍ୟା । ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଏଭଳି ଘଟଣା ଘଟିଛି ଭୁବନେଶ୍ବରର ଡମଣା ଛକରେ ଥିବା ମାଆ ତାରା ଦେଇ ହୋଟେଲରେ । ହୋଟେଲ ରୋଷେୟାଙ୍କୁ ତାଙ୍କ ସହକର୍ମୀ ହତ୍ୟା କରିଥିବା ଜଣାପଡିଛି । ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ପୀତାମ୍ବର ଜେନା । ହତ୍ୟାକାରୀ ହେଉଛି ହୋଟେଲ କର୍ମଚାରୀ ବିନ । ଆଜି ଭୋର ସମୟରେ ଏହି ହତ୍ୟାକାଣ୍ଡ ଘଟିଥିଲା ।
ଭୋର ସମୟରେ ହତ୍ୟାକାଣ୍ଡ:
ମୃତକ ପୀତାମ୍ବର ଜେନା ମାଆ ତାରା ଦେଇ ହୋଟେଲରେ ରୋଷେୟା ଭାବେ କାମ କରନ୍ତି । ଅଭିଯୁକ୍ତ ହୋଟେଲ କର୍ମଚାରୀ ବିନ ମଧ୍ୟ ସେହି ଠାରେ ନାନା ମିସ୍ତ୍ରୀ ଭାବେ କାମ କରନ୍ତି । ଉଭୟ ସେଠାରେ ମିଶି କରି ରହୁଥିଲେ । ଦୁଇ ଜଣଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ଝଗଡା ଲାଗି ରହିଥିଲା । ଯାହା ଶେଷରେ ଉଗ୍ରରୂର ଧାରଣ କରିଥିଲା । ଆଜି ଭୋର ସମୟରେ ପିତାମ୍ବରକୁ ପନିକିରେ ହାଣି ହତ୍ୟା କରିଥିଲା ବିନ । ମୃତକର ବେକ ଓ ହାତରେ ଆଘାତ ଲାଗିଛି । ଅଧିକ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହୋଟେଲ ରୋଷେୟାଙ୍କ ମୃତ୍ୟୁ ହୋଇଛି ।
HOTEL COKKERS KILLED (ETV BHARAT ODISHA) ପୁରୁଣା ରାଗ ସୁଧାରିବାକୁ ହତ୍ୟା :
ହୋଟେଲ ମାଲିକଙ୍କ କହିବା ଅନୁଯାୟୀ, ଦୁହେଁ ହୋଟେଲରେ କାମ କରନ୍ତି । ଏକାଠି ମଧ୍ୟ ରୁହନ୍ତି । ହଠାତ୍ କାହିଁକି ଏମିତି ଘଟଣା ଘଟିଲା ତାହା ଜଣାନାହିଁ । ପୁରୁଣା ରାଗ ସୁଧାରିବା ପାଇଁ ଏମିତି ହୋଇଥାଇପାରେ । କାରଣ ହତ୍ୟା କାରୀ ଯିଏ ସେ ଜଣେ ହୋଟେଲ ର ନାନ ମିସ୍ତ୍ରୀ। ନାନ ତିଆରି କରିବା ତାର ଦାୟିତ୍ବ । ମୃତକ ପିତାମ୍ବର ଜେନା ରୋଷେୟା ଭାବେ କାମ କରୁଥିଲେ ।
ପୋଲିସ ତଦନ୍ତ ଜାରି:
ଏହି ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇଁ ପାଇବା ପରେ ତଦନ୍ତ ଆରମ୍ଭ କରିଛି । ପୋଲିସ ତଦନ୍ତ ସମୟରେଜାଣିବାକୁ ପାଇଛି ଯେ, ରାତି ସମୟରେ ହୋଟେଲ ବନ୍ଦ ହେବା ପରେ ବିନ ଓ ପୀତାମ୍ବର ଖାଇଥାନ୍ତି । ରୋଷେୟା ପୀତାମ୍ବର ନିଜ ପାଇଁ ତରକାରୀ ରଖି ବିନକୁ କେବଳ ନାନ ଓ ପିଆଜ ଖାଇବାକୁ ଦିଅନ୍ତି । ଯାହାକୁ ନେଇ ସବୁ ଦିନ ଅଶାନ୍ତିରେ ରୁହେ ହତ୍ୟାକାରୀ ଜଣଙ୍କ । ହେଟେଲରେ ତରକାରୀ ଥାଇ ବି ସେ ଖାଇପାରେନି । ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବହୁବାର ବଚସା ହୋଇଛି । ବିନା ଖାଇବାକୁ ନେଇ ପିତାମ୍ବର ଉପରେ ରାଗ ରଖିଥିଲା ।
ମାଛ ଝୋଳକୁ ନେଇ ହତ୍ୟା !
ପୂର୍ବରୁ ମାଛ ଝୋଳକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଖାଇବା ସମୟରେ ବିନକୁ ମାଛ ଝୋଳ ଦେଇନଥିଲା ପୀତାମ୍ବର । ଏହାକୁ ନେଇ ଅଭିଯୁକ୍ତ ମୃତକ ଉପରେ ରାଗ ରଖିଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଣ ହୋଇଛି ତାହା ଜଣା ନାହିଁ । କିନ୍ତୁ ଆଜି ଭୋର ସମୟରେ ବିନ ପିତାମ୍ବରକୁ ପନିକିରେ ହାଣି ହତ୍ୟା କରିଥିଲା । ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଛି । ତେବେ ହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ପୂର୍ବ ଶତ୍ରୁତା ନା ମାଛ ତରକାରୀକୁ ନେଇ ହତ୍ୟାକାଣ୍ଡ ଘଟିଲା ତାହା ତଦନ୍ତ ସରିବା ପରେ ସ୍ପଷ୍ଟ ହେବ । ମୃତଦେହ ଜବତ ପରେ କ୍ୟାପିଟାଲ ହସପିଟାଲରେ ପୋଷ୍ଟମର୍ଟମ ଓ୍ବାର୍ଡକୁ ପଠାଯାଇଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ତନାଘନା କରୁଛୁ ।
ଇଟିଭି ଭାରତ, ଭୁବନେଶ୍ବର