ବ୍ରହ୍ମପୁର: ଚଳିତବର୍ଷ କ୍ରମାଗତ ଭାବରେ ବୃଦ୍ଧିପାଇବାରେ ଲାଗିଛି ଗ୍ରୀଷ୍ମ ପ୍ରଭାବ । ଏଭଳି ପରିସ୍ଥିତିରେ ରେଶମ ସହର ବ୍ରହ୍ମପୁରରେ ଏକପ୍ରକାର ତାତିର ପ୍ରଭାବରେ ଅସହ୍ୟ ହେଲାଣି ଜନଜୀବନ । ସକାଳ ସମୟରୁ ହିଁ ଆରମ୍ଭ ହୋଇଯାଉଥିବା ଖରାର ପ୍ରଭାବ ଦିନତମାମ ଲାଗି ରହୁଥିବା ବେଳେ ସଂନ୍ଧ୍ୟା ଏବଂ ରାତ୍ର ସମୟର ଗୁଳୁଗୁଳିରେ ଏକପ୍ରକାର ଆଉଟୁ ପାଉଟୁ ହେଉଛନ୍ତି ଜନସାଧାରଣ । ଏଭଳି ସମୟରେ ସମସ୍ତଙ୍କ ମୁହିଁରେ ଓଃ କି ଗରମ ।
ଦେଶ ତମାମ ସବୁଠି ଦେଖିବାକୁ ମିଳୁଛି ଅଗ୍ନି ବର୍ଷା । ଏପରିକି ପାଣିପାଗ ବିଶେଷଜ୍ଞମାନଙ୍କ ପକ୍ଷରୁ ଚଳିତ ଗୀଷ୍ମର ପ୍ରଭାବ ସର୍ବୋଚ୍ଚ ତାପମାତ୍ରା ବିଶ୍ୱର ସମସ୍ତ ରେକର୍ଡ ଭାଙ୍ଗିପାରେ ବୋଲି ଆଶା କରାଯାଉଛି । ଏପରିକି ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ଗ୍ରୀଷ୍ମର ପ୍ରଭାବରୁ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇ ଦେଶର କେତେକ ପ୍ରମୁଖ ସହରରେ ଆଲର୍ଟ ଜାରି କରାଯାଇଛି । ଏଭଳି ସମୟରେ ରେଶମ ସହର ବ୍ରହ୍ମପୁରରେ ଦିନକୁ ଦିନ ଏକପ୍ରକାର ତାତିର ପ୍ରଭାବ ଏକପ୍ରକାର ଅସହ୍ୟ କରିଲା ଭଳି ମନେହେଉଛି । ଦିନତମାମ ଅସହ୍ୟ ଗରମ ଲାଗି ରହୁଥିବା ବେଳେ ସଂନ୍ଧ୍ୟା ଓ ରାତ୍ର ସମୟର ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ସହରବାସିନ୍ଦା । ଦକ୍ଷିଣ ଓଡିଶାର ଏହି ପ୍ରମୁଖ ସହରକୁ ପ୍ରତେକ ଦିନ ସ୍ୱାସ୍ଥସେବା ଠାରୁ ଆରମ୍ଭ କରି ବ୍ୟବସାୟିକ କାର୍ଯ୍ୟ କରିବା ପାଇଁ ବହୁ ବ୍ୟକ୍ତିବିଶେଷ ଏଠାକୁ ଆସୁଥିବା ବେଳେ ଏପରି ଗରମ ଓ ଗୁଳୁଗୁଳିରେ ଛାଇ ଟିକିଏ ପାଇବା ପାଇଁ ଗଛ ଛାଇରେ କିଛି ସମୟ ଅନିଚ୍ଛାକୃତ ଭାବରେ ଅଟକି ରହିବା ସହିତ ଏଭଳି ସମୟରେ ସମସ୍ତଙ୍କ ମୁହିଁରୁ ଶୁଣିବାକୁ ମିଳୁଛି ଓଃ କି ଗରମ ।
ଏହା ମଧ୍ୟ ପଢନ୍ତୁ:କିଏ ଦଖଲ କରିବ ବ୍ରହ୍ମପୁର, ମୋଦିଙ୍କ ଅବକି ବାର ୪୦୦ ପାର୍ ନା 5ଟି ନବୀନ ଗ୍ୟାରେଣ୍ଟି - BERHAMPUR LOK SABHA CONSTITUENCY