ବଲାଙ୍ଗୀର: କଲବଲ କରୁଛି ପ୍ରଚଣ୍ଡ ଖରା । ଗରମ ଗୁଳୁଗୁଳି ସାଙ୍ଗକୁ ଅସହ୍ୟ ତାତି । ଦିନ ତ ଦିନ ସକଳ 10ଟାରୁ ଘରୁ ବାହାରକୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇପଡୁଛି । ଏତେ ଖରା ହେଉଛି ଯେ, ଘରୁ ବାହାରକୁ ବାହାରିଲେ ଦେହ ଝାଇଁ ଝାଇଁ ହୋଇଯାଉଛି । ଗ୍ରୀଷ୍ମ ପ୍ରବାହରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ର ଅବସ୍ଥା ଏବେଠୁ ଅସହ୍ୟ ହେଲାଣି । ଟିଟିଲାଗଡ଼ ଏବେ ତତଲାଗଡ଼ ପାଲଟିଛି । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ସାଧାରଣ ଜୀବନ ଯାପନ ଅସ୍ତବ୍ୟସ୍ତ ହୋଇପଡିଛି । ସେପଟେ ବିଜୁଳି କାଟ ଓ ପାଣି ସମସ୍ୟା ଏହାକୁ ଆହୁରି ଦ୍ବିଗୁଣିତ କରିଛି ।
ବଲାଙ୍ଗୀର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଜିଲ୍ଲାର ସବୁଠୁ ଉତ୍ତପ୍ତ ସହର ଭାବରେ ପରିଗଣିତ ହୋଇ ଆସୁଥିବା ଟିଟିଲାଗଡ ସହର ଏବେ ତତଲାଗଡ଼ରେ ପରିଣତ ହୋଇଛି । ପଥର ପାହାଡ଼ ଘେରା ଏହି ସହର ଏଥର ଖରା ଆରମ୍ଭରୁ ହିଁ ଉତ୍ତପ୍ତ ସହର ପାଲଟିଛି । ସକାଳୁ 8ଟାରୁ ଆକାଶରୁ ଅଗ୍ନିବର୍ଷା ହେବା ଭଳି ଟାଣ ଖରା ହେଉଛି । ସେହିପରି ଦିନ ସମୟରେ ଟାଣ ଖରା ସାଙ୍ଗକୁ ଗରମ ଝାଞ୍ଜି ପବନ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରୁଛି । ଅସହ୍ୟ ଗରମ ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ଓ ପିଇବା ପାଣି ସମସ୍ୟା ଲୋକଙ୍କ ସମସ୍ୟାକୁ ଦୁଇ ଗୁଣିତ କରିଛି । ତେବେ ଦିନ ବେଳା ଏଠି ଲୋକେ ନିହାତି ଜରୁରୀ କାମ ନ ହେଲେ ବାହାରକୁ ବାହାରୁ ନାହାନ୍ତି । ସେପଟେ ବିଦ୍ୟୁତ କାଟ ଯୋଗୁଁ ଲୋକେ ନା ଘରେ ନା ବାହାରେ ରହିବା ସମ୍ଭବ ହେଉନାହିଁ ବୋଲି ଅଭିଯୋଗ ଆଣିଛନ୍ତି । ସେହିପରି ପିଇବା ପାଣି 4 ଦିନରେ ଥରେ ଆସୁଥିବା ବେଳେ ତାହା ପୁଣି ଅଧଘଣ୍ଟା ଯୋଗାଣ ହେଉଥିବା ଯୋଗୁଁ ନାହିଁ ନ ଥିବା ସମସ୍ୟା ଭୋଗୁଥିବା କହିଛନ୍ତି ଟିଟିଲାଗଡ଼ବାସୀ ।
ତାତିରେ ତାତୁଛି ଟିଟିଲାଗଡ଼, ଗ୍ରୀଷ୍ମ ପ୍ରବାହରେ ହନ୍ତସନ୍ତ ଅଞ୍ଚଳବାସୀ - Heat Wave In Titilagarh - HEAT WAVE IN TITILAGARH
Heat Wave Increase In Titilagarh: ତତଲାଗଡ଼ ପାଲଟିଛି ଟିଟିଲାଗଡ଼ । ପ୍ରଚଣ୍ଡ ଖରା ଗୁଳୁଗୁଳି ସାଙ୍ଗକୁ ବିଜୁଳି କାଟ ଓ ପାଣି ସମସ୍ୟାରେ ସନ୍ତୁଳିତ ଟିଟିଲାଗଡ଼ବାସୀ । ଅଧିକ ପଢ଼ନ୍ତୁ
Published : Apr 7, 2024, 8:42 PM IST
ତେବେ କିଛି ଟିଟିଲାଗଡ଼ବାସୀଙ୍କ କହିବା ଅନୁସାରେ, ଟିଟିଲାଗଡ଼ରେ ଅଧିକ ତାପମାତ୍ରା ରହିଥାଏ । ଗ୍ରୀଷ୍ମ ଆରମ୍ଭରୁ ଏଠି ସକାଳୁ ତାତି ଅସମ୍ଭାଳ ହେଉଛି । ଏପରିକି ବିନା ଜରୁରୀ କାମରେ ଘରୁ ବାହାରି ହେଉନାହିଁ । ସେହିପରି ଦିନ ବେଳା ଗରମ ପବନ ଆହୁରି ଅସ୍ତବ୍ୟସ୍ତ କରୁଛି । ଏପରିକି ରାତିରେ ମଧ୍ୟ ଗରମରୁ ତ୍ରାହି ମିଳୁନାହିଁ । ଅନ୍ୟପକ୍ଷେ ଅସହ୍ୟ ଗରମ ତାତି ସାଙ୍ଗକୁ ଅଘୋଷିତ ବିଜୁଳି କାଟ ଓ ପାଣି ସମସ୍ୟା ମଧ୍ୟ ହେଉଛି । ତେବେ 3ରୁ 4 ଦିନରେ ଥରେ ପାଣି ଯୋଗାଣ ହେଉଥିବା ବେଳେ ତାହା ଯଥେଷ୍ଟ ହେଉନାହିଁ ବୋଲି ଟିଟିଲାଗଡ଼ବାସୀ କହିଛନ୍ତି । ସେପଟେ ପ୍ରଶାସନ ପକ୍ଷରୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ନିଆ ଯାଇଥିବାର ସୂଚନା ଦେଇଛି ପ୍ରଶାସନ । ଯେଉଁଥିରେ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲା ଯାଇଛି । ସେହିପରି ନିୟମିତ ପାଣି ଯୋଗାଣ ଓ ବିଦ୍ୟୁତ ସରବରାହ ପାଇଁ ପଦକ୍ଷେପ ନିଆ ଯାଇଛି । ଅନ୍ୟପଟେ ଅଂଶୁଘାତ ପାଇଁ ଡାକ୍ତରଖାନାରେ ସ୍ୱତନ୍ତ୍ର ବ୍ୟବସ୍ଥା କରା ଯାଇଛି ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।
ଇଟିଭି ଭାରତ, ବଲାଙ୍ଗୀର