ଭୁବନେଶ୍ୱର:କମିଶନରେଟ ପୋଲିସ ହାତରେ ଲକ୍ଷପତି ଚୋର । ରାଜଧାନୀ ଭୁବନେଶ୍ୱରରେ ଆତଙ୍କ ମଚାଇଥିଲା ଏହି ଚୋର । ଘର ଗ୍ରିଲ ତାଡି କରୁଥିଲା ଚୋରି । ସେହି ଚୋରି ଟଙ୍କାରେ ଆରାମଦାୟକ ଜୀବନ ବଞ୍ଚୁଥିଲା ଚୋର । ତାଜ ହୋଟେଲ ଭଳି ବଡ ବଡ ହୋଟେଲରେ ରହିବା ସହ ଦାମୀ ଗାଡି କିଣି ସହରରେ ବୁଲୁଥିଲା ଏହି ଚୋର । ଭୁବନେଶ୍ୱରରେ ଜାଗା କିଣି ଘର ମଧ୍ୟ ନିର୍ମାଣ କରି ଭଡା ଦେଇଥିବାର ପୋଲିସ ସୂଚନା ଦେଇଛି ।
ପୋଲିସ କମିଶନରଙ୍କ ସୂଚନା ମୁତାବକ, ଗିରଫ ହୋଇଥିବା ଚୋରର ନାଁ ପର୍ଶୁରାମ ଗିରି । ତା ଘର ବାଲେଶ୍ବରର ସୋର ଅଞ୍ଚଳରେ ହୋଇଥିବା ବେଳେ ଭୁବନେଶ୍ୱର ଚିଲ୍ଲି ପୋଖରୀ ଅଞ୍ଚଳରେ ରହୁଥିଲା । ୨୦୦୧ ରେ ମିସ୍ତ୍ରୀ ଭାବେ କାମ କରିବାକୁ ଆସିଥିଲା ଭୁବନେଶ୍ୱର । ମିସ୍ତ୍ରୀ କାମ ଛାଡି ଧିରେ ଧିରେ ଚୋରି କରି ପରେ ଏକ କୁଖ୍ୟାତ ଚୋର ପାଲଟିଥିଲା । ମିସ୍ତ୍ରି କାମ କରୁଥିବା ବେଳେ ଚୋରି କରିବା କାଏଦା ଶିଖି ଭୁବନେଶ୍ୱରରେ ଆରମ୍ଭ କରିଥିଲା ଚୋରି । ଗ୍ରିଲ କିମ୍ବା ଘରର ଝରକା କବାଟ ତାଡି ଘରେ ପଶି ଚୋରି କରୁଥିଲା ଟଙ୍କା ଓ ସୁନା ଗହଣା । ଚୋରି ପରେ ସବୁ ସୁନା ଗହଣାକୁ ଏକ ନିର୍ଦିଷ୍ଟ ଗହଣା ଦୋକାନିକୁ ବିକ୍ରି କରୁଥିଲା । ମହାରାଷ୍ଟ୍ରରେ ଚୋରି ଜିନିଷ ବିକ୍ରି କରୁଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି ।
ଏହାମଧ୍ୟ ପଢନ୍ତୁ.. ଆଠଗଡ଼ରେ ମାତିଛନ୍ତି ମଦ ମାଫିଆ, ଟାର୍ଗେଟରେ ଅବକାରୀ କର୍ମଚାରୀ - LIQUOR MAFIA Attack