ଓଡିଶା

odisha

By ETV Bharat Odisha Team

Published : Mar 18, 2024, 2:15 PM IST

ETV Bharat / state

ସୁନା ବ୍ୟବସାୟୀଙ୍କୁ ଆକ୍ରମଣ, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

Loot in Dhenkanal: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଶାମଳ ଛକ ନିକଟ ଜଙ୍ଗଲରେ ସୁନା ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ । ଅଧିକ ପଢନ୍ତୁ

Loot in Dhenkanal
Loot in Dhenkanal

Loot in Dhenkanal

ଢେଙ୍କାନାଳ:ସୁନା ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଶାମଳ ଛକ ନିକଟ ଜଙ୍ଗଲରେ । ତେବେ ଗୁରୁତର ଯୁବ ସୁନା ବ୍ୟବସାୟୀଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଗୁରୁତର ଯୁବକ ଭୁବନ NAC ଓ୍ବାର୍ଡ-14ର ଦିପୁନ ଚିନରା ବୋଲି ଜଣାପଡିଛି ।

ସୂଚନା ମୁତାବକ, ଗତକାଲି(ରବିବାର) ରାତିରେ ଭୁବନ ମାଆ ତାରିଣୀ ନାମକ ଏକ ସୁନା ଦୋକାନର କର୍ମଚାରୀ ଦିପୁନ ଚିନରା ବାଇକ ଯୋଗେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନେଇ କାମାକ୍ଷାନଗର ଏକ ବିବାହ କାର୍ଯ୍ୟକୁ ଯାଉଥିଲେ । ଯିବା ବାଟରେ ଜାତୀୟ ରାଜପଥ ୫୩ ସାମଳ ଛକ ନିକଟ ଜଙ୍ଗଲରେ କିଛି ଦୁର୍ବୃତ୍ତ ଦିପୁନଙ୍କ ପଛପଟ ମୁଣ୍ଡରେ ଆଘାତ କରି ତଳେ ପକାଇ ଦେଇଥିଲେ । ଏହାପରେ ଗାଡି ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ କରି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ ।

ଏହାପରେ ଗୁରୁତର ଦିପୁନ ବହୁକଷ୍ଟରେ ନିଜର ବାଇକ ଧରି ଭୁବନ ମେଡିକାଲରେ ପହଞ୍ଚିଥିଲେ । ପରେ ଖବରପାଇ ଦିପୁନ ଚିନରାଙ୍କ ପରିବାର ଲୋକେ ଭୁବନ ମେଡିକାଲରେ ପହଞ୍ଚି ଗୁରୁତର ଦିପୁନଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ନେଇଥିବା ଜଣାପଡିଛି । ଦିପୁନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ କଟକରେ ତାଙ୍କର ଚିକିତ୍ସା ଚାଲିଛି l ସେହିପରି ଅନ୍ୟପଟେ ପରିବାର ପକ୍ଷରୁ ଏନେଇ ଲିଖିତ ଅଭିଯୋଗ ପରେ ଭୁବନ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ- ଦୁଇଟି ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କଲା କଣାସ ପୋଲିସ; ଜଣେ ଗିରଫ

ପ୍ରକାଶ ଥାଉକି, ଶନିବାର ବିଳମ୍ବିତ ରାତିରେ ଢେଙ୍କାନାଳ ସହରର ଶ୍ରୀନିବାସ ରାଉତଙ୍କ ଘରୁ 50 ହଜାର ଟଙ୍କା ସାଙ୍ଗକୁ ସୁନା ଗହଣା ଚୋରି ହୋଇଛି । ରାତିରେ ସମସ୍ତେ ଶୋଇଥିବା ବେଳେ ସିଡିଘର ଦେଇ ଦୁର୍ବୃତ୍ତମାନେ ଘର ଭିତରକୁ ପଶି ନଗଦ 50 ହଜାର ଟଙ୍କା ସହ ସୁନାଗହଣା ଚୋରି କରିଥିଲେ l ସକାଳେ ଉଠି ପରିବାର ଲୋକେ ଚୋରି ହୋଇଥିବା କଥା ଜାଣିପାରି ଟାଉନ ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ତେବେ ଢେଙ୍କାନାଳ ଜିଲ୍ଲାରେ ଲୁଟେରାଙ୍କ ପାଦ୍ରୁଭାବ ବୃଦ୍ଧି ପାଇବାରେ ଲାଗିଛି l ଯାହାକୁ ନେଇ ଚିନ୍ତାରେ ଅଞ୍ଚଳବାସୀ l

ଇଟିଭି ଭାରତ,ଢେଙ୍କାନାଳ

ABOUT THE AUTHOR

...view details