ଓଡିଶା

odisha

ETV Bharat / state

ରାଜଧାନୀରେ ଗ୍ୟାସ ଲିକ୍, ସିଲ୍ ହେଲା ପଟିଆ-ଇନଫୋସିଟି ରାସ୍ତା - bhubaneswar gas leak

ଭୁବନେଶ୍ବରରେ ଏକ ଗ୍ୟାସ ଫ୍ୟାକ୍ଟ୍ରିରୁ ଗ୍ୟାସ ଲିକ୍ ହୋଇଛି । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛି ଅଗ୍ନିଶମ ଟିମ୍ । ତେବେ କୋୖଣସି ଅଘଟଣ ଘଟିନଥିବା ଜଣାପଡ଼ିଛି ।

By ETV Bharat Odisha Team

Published : 6 hours ago

BHUBANESWAR GAS LEAK
BHUBANESWAR GAS LEAK (ETV Bharat Odisha)

ଭୁବନେଶ୍ବର:ରାଜଧାନୀରେଗ୍ୟାସ ଲିକ୍ । ପଟିଆ, ଇନଫୋସିଟି ଅଞ୍ଚଳରେ ଗ୍ୟାସ ଲିକ୍ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା । ଘଟଣା ସ୍ଥଳରେ ଅଗ୍ନିଶମ ଟିମ ପହଞ୍ଚି ପାଇପ ମରାମତି ପାଇଁ ପ୍ରୟାସ ଜାରି ।ଏନେଇ ସୁରକ୍ଷା ଦୃଷ୍ଟିରୁ ପଟିଆ ଓ ଇନଫୋସିଟି ରାସ୍ତାକୁ ସିଲ୍ କରିଛି କମିଶନରେଟ୍ ପୋଲିସ ।

ରାଜଧାନୀରେ ଗ୍ୟାସ ଲିକ୍:

ମିଳିଥିବା ସୂଚନା ଅନୁସାରେ ପଟିଆ ଓ ଇନଫୋସିଟି ରାସ୍ତାର ଏକ ଘରୋଇ ଗ୍ୟାସ ବିତରଣ ସଂସ୍ଥାର ପାଇପାରୁ ନିର୍ଗତ ହେଉଥିଲା ଗ୍ୟାସ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛି ଅଗ୍ନିଶମ ଟିମ୍ । କୋୖଣସି ଅଘଟଣ ଘଟିନାହିଁ କି କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ଅଗ୍ନିଶମ ପକ୍ଷରୁ ସୂଚନା ଦିଆଯାଇଛି ।

'କାହାର କିଛି କ୍ଷତି ହୋଇନାହିଁ ':

ଡେପୁଟି ଫାୟାର ଅଫିସର ଅବନିକାନ୍ତ ସ୍ବାଇଁ କହିଛନ୍ତି, "ସ୍ପଟରେ ଛୋଟ ସିଏନଜି ଗ୍ୟାସ ଲିକ୍ ହୋଇଥିବା ନେଇ ଖବର ମିଳିବା ପରେ । ଫାୟାର ସର୍ଭିସର ଟିମ୍ ସ୍ବତନ୍ତ୍ର ଗ୍ୟାସ ଲିକ୍ ମରାମତି ପାଇଁ ଡ୍ରେସ୍ ପିନ୍ଧି ସେଠାରେ ମରାମତି କରୁଛନ୍ତି । ଫାୟାର ଅଫିସର ନିୟୋଜିତ ରହିଛନ୍ତି । କାହାର କିଛି କ୍ଷୟକ୍ଷତି ହୋଇନାହିଁ ।"

'ଗ୍ୟାସ ଫ୍ୟାକ୍ଟ୍ରିରୁ ଗ୍ୟାସ ଲିକ୍':

ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି," ଏକ ଗ୍ୟାସ ଫ୍ୟାକ୍ଟ୍ରିରୁ ଗ୍ୟାସ ଲିକ୍ ହୋଇଛି । ଯେଉଁଠି ଗୋଟିଏ ସୋଡିୟମ ହାଇପୋକ୍ଲୋରାଇଡ ଲିକ୍ ହେଉଥିବା ଚିହ୍ନଟ କରଯାଇଛି । ଯାହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଅଗ୍ନିଶମ କର୍ମଚାରୀ ଅମ୍ଳଜାନ ବହନ କରୁଥିବା ମାସ୍କ ପିନ୍ଧା ଡ୍ରେସ୍ ପରିଧାନ କରି ସଠିକ ଭାବେ ସମସ୍ୟାକୁ ସମାଧାନ କରିଛନ୍ତି । ବର୍ତ୍ତମାନ ସେଠାରେ ସ୍ଥିତି ସମ୍ପୂର୍ଣ୍ଣ ସ୍ବଭାବିକ ରହିଛି । ସେଠାରେ ପାଣି ସ୍ପ୍ରେ କରାଯାଇଛି । ଗ୍ୟାସ ଭଳି କୋୖଣସି ସାମଗ୍ରୀ ସେଠାରେ ନାହିଁ କି ସେହି ସ୍ଥାନକୁ ସୁରକ୍ଷିତ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏବେ ମଣିଷ ନିଶ୍ବାସ ପ୍ରଶ୍ବାସ ନେଲା ଭଳି ସ୍ଥିତି ରହିଛି । ଏହି ଅପରେସନ ଆଇଜି ଦୀପକ କୁମାରଙ୍କ ତତ୍ବାବଧାନରେ ସମ୍ପୂର୍ଣ୍ଣ ତଦାରଖ କରାଯାଇଛି । "

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details