ଓଡିଶା

odisha

କାୟା ବିସ୍ତାର କରୁଛି ଡାଇରିଆ, କୁରୁଲ ଗାଁରେ ଗଡ଼ିଲା 4 ମୁଣ୍ଡ - DIARRHEA SPREAD IN BALANGIR

By ETV Bharat Odisha Team

Published : Jul 24, 2024, 8:58 PM IST

Diarrhea Fear in Balangir: ବଲାଙ୍ଗୀରର ପୁଣି ଏକ ଗାଁରେ ବ୍ୟାପିଲା ଝାଡ଼ାବାନ୍ତି । 54 ଜଣ ଆକ୍ରାନ୍ତ ହୋଇଥିବାବେଳେ 4 ଜଣଙ୍କ ମୃତ୍ୟୁ ଅଭିଯୋଗ । ଗାଁରେ ଡାକ୍ତରୀ ଟିମ୍ ନିୟୋଜିତ । ଅଧିକ ପଢନ୍ତୁ

FOUR PERSON DIED AND SEVERAL PEOPLE AFFECTED IN DIARRHEA DISEASE IN BALANGIR DISTRICT
FOUR PERSON DIED AND SEVERAL PEOPLE AFFECTED IN DIARRHEA DISEASE IN BALANGIR DISTRICT (ETV Bharat Odisha)

ବଲାଙ୍ଗୀର:ପୁଣି ବ୍ୟାପିଲା ଝାଡ଼ାବାନ୍ତି, 4 ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ବଲାଙ୍ଗୀର କୁରୂଲ ଗାଁରେ ଝାଡ଼ାବାନ୍ତିରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିବାବେଳେ 54 ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ତେବେ ଡାକ୍ତରୀ ଟିମ ଗାଁରେ ପହଞ୍ଚି ଲୋକଙ୍କୁ ଚିକିତ୍ସା ସହ ସଚେତନ ଜାରି ରଖିଛନ୍ତି । ଦିନକୁ ଦିନ ଜିଲ୍ଲାର ବିଭିନ୍ନ ଗାଁରେ କାୟା ବିସ୍ତାର କରୁଛି ଝାଡ଼ାବାନ୍ତି । ଯାହାକୁ ନେଇ ଆତଙ୍କିତ ଲୋକେ । ଝାଡ଼ାବାନ୍ତି ଆକ୍ରାନ୍ତରେ ଅନେକ ଲୋକଙ୍କ ଜୀବନହାନି ଘଟୁଥିବାବେଳେ ସ୍ଥିତି ଚିନ୍ତାଜନକ ହୋଇପଡିଛି ।

FOUR PERSON DIED AND SEVERAL PEOPLE AFFECTED IN DIARRHEA DISEASE IN BALANGIR DISTRICT (ETV Bharat Odisha)

ପୂର୍ବରୁ ମଧ୍ୟ ପୁଇନ୍ତଳା ବ୍ଲକ ଅନ୍ତର୍ଗତ ଲଖ ପାଳିରେ ଝାଡ଼ାବାନ୍ତି ରୋଗ ବ୍ୟାପି ଥିବାବେଳେ ଏବେ ପୁଣି ଏହି ବ୍ଲକର କୁରୂଲ ଗ୍ରାମରେ ମଧ୍ୟ ଝାଡ଼ାବାନ୍ତି ବ୍ୟାପିଛି । ତେବେ ଗତ 17 ତାରିଖରୁ ଏଠି ଡାଇରିଆ ବ୍ୟାପିଥିବା ଲୋକେ କହିଥିବା ବେଳେ ଏଥିରେ 54 ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଏଯାବତ୍ 4 ଜଣଙ୍କ ଏଥିରେ ମୃତ୍ୟୁ ହୋଇଥିବାର ମଧ୍ୟ ଅଭିଯୋଗ ଆସିଛି । ଯେଉଁଥିରେ ଦୁଇ ଜଣ ମହିଳା ଓ ଦୁଇ ଜଣ ପୁରୁଷ ରହିଛନ୍ତି । ମୃତକ ମାନେ ହେଲେ ବେଦମତି ରାଉତ, ସପୁର ପଟେଲ, ଫାଦ୍ରୀ ସେଠ୍ ଓ ଜୟଦେବ ପଟେଲ ।

ଗ୍ରାମବାସୀ ମାନେ ନଳକୂପ ତଥା ଆରଡବ୍ଲୁ ଏସଏସ ଦ୍ୱାରା ଯୋଗାଇ ଦିଆ ଯାଉଥିବା ପାଣି ବ୍ୟବହାର କରନ୍ତି । ସେହିପରି ଗାଁରେ ଥିବା ପୋଖରୀ ପାଣି ମଧ୍ୟ ଅନ୍ୟାନ୍ୟ କାମରେ ବ୍ୟବହାର କରନ୍ତି ବୋଲି କହିଛନ୍ତି । ତେବେ କେଉଁ କାରଣରୁ ଏଭଳି ସ୍ଥିତି ହୋଇଛି ସେମାନେ ଜାଣି ନ ଥିବାବେଳେ ଗାଁର ପ୍ରତ୍ୟେକ ଘରେ ଏହି ଝାଡ଼ାବାନ୍ତିରେ ଲୋକେ ଆକ୍ରାନ୍ତ ହୋଇଥିବା ଦେଖାଯାଇଛି । ଜ୍ୱର ହେବା ସହ ଦୁଇ ଦିନ ଝାଡାବାନ୍ତି ହେବା ପରେ କିଛି ରୋଗୀଙ୍କୁ ବଲାଙ୍ଗୀର ଭିମ ଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଦୁଇ ଜଣ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଗ୍ରାମବାସୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ....ଆତଙ୍କ ଖେଳାଇଛି ଡାଇରିଆ, ପାରଦ୍ବୀପ ଓ କୋକସରାରେ ଝାଡ଼ାବାନ୍ତି ଆକ୍ରାନ୍ତରେ ବଢ଼ୁଛି ମୃତ୍ୟୁ ସଂଖ୍ୟା - DIARRHEA DISEASE

ସେପଟେ ଗାଁରେ ଡାକ୍ତରୀ ଟିମ୍ ନିୟୋଜିତ ଅଛନ୍ତି । ସେମାନେ ଘରକୁ ଘର ବୁଲି ଚିକିତ୍ସା କରିବା ସହ ଲୋକଙ୍କୁ ସଚେତନ କରିଛନ୍ତି ।ବଲାଙ୍ଗୀର ସିଡିଏମଓ ପ୍ରଦୀପ୍ତ ଗୁରୁ ଫୋନ ଯୋଗେ କହିଛନ୍ତି ଯେ, ମୋଟ 54 ଜଣ ଏଠାରେ ଆକ୍ରାନ୍ତ ହୋଇଥିଲେ । ସେଥିରୁ 4 ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି କିଛି ଦିନ ହେବ ଏଠି ସ୍ଥିତି ନିୟନ୍ତ୍ରଣଧିନ ଥିବାର ସେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ,ବଲାଙ୍ଗୀର

ABOUT THE AUTHOR

...view details