ଓଡିଶା

odisha

ETV Bharat / state

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ପୂର୍ବତନ ରାଜ୍ୟପାଳ, କହିଲେ 'ଓଡ଼ିଶାବାସୀ ଦେଇଥିବା ସମ୍ମାନ ସ୍ମରଣୀୟ ରହିବ' - RAGHUBAR DAS IN PURI

ପଦ ଛାଡିଲା ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ପୂର୍ବତନ ରାଜ୍ୟପାଳ ରଘୁବର ଦାସ । ଓଡ଼ିଶାବାସୀଙ୍କ କଲେ ଭୂରି ଭୂରି ପ୍ରଶଂସା ।

RAGHUBAR DAS IN PURI
RAGHUBAR DAS IN PURI (ETV Bharat Odisha)

By ETV Bharat Odisha Team

Published : Dec 25, 2024, 3:33 PM IST

ପୁରୀ:ରଘୁବର ଦାସ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଓଡ଼ିଶାର ନୂଆ ରାଜ୍ୟପାଳ ହୋଇଛନ୍ତି କମ୍ଭମପତି ହରିବାବୁ । ଆଜି ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ପୂର୍ବତନ ରାଜ୍ୟପାଳ ରଘୁବର ଦାସ । ସେ କହିଛନ୍ତି,"ଓଡ଼ିଶାବାସୀଙ୍କ ସମ୍ପର୍କ ଅଭୁଲା ସ୍ମୃତି ହୋଇ ରହିବ । ଦଳ ଯାହା ଦାୟିତ୍ଵ ଦେବ ତାହା ମୁଁ ନିର୍ବାହ କରିବି ।"

RAGHUBAR DAS IN PURI (ETV Bharat Odisha)

'ଓଡ଼ିଶା ଲୋକ ବହୁତ ସ୍ୱାଭିମାନୀ'

ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ପୂର୍ବତନ ରାଜ୍ୟପାଳ ରଘୁବର ଦାସ । ଦର୍ଶନ କରିବା ପରେ ପୂର୍ବତନ ରାଜ୍ୟପାଳ ନିଜ ପ୍ରତିକ୍ରିୟାରେ କହିଛନ୍ତି, "ମୁଁ ଅତ୍ୟନ୍ତ ସୌଭଗ୍ୟଶାଳୀ ଯେ ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ଭୂମିରେ ଦୀର୍ଘ 14 ମାସ କାର୍ଯ୍ୟ କରିବାର ସୁଯୋଗ ପାଇଲି। ତେବେ ଓଡ଼ିଶାର ଲୋକଙ୍କ ସହ ଏହାରି ଭିତରେ ଯେଉଁ ସମ୍ପର୍କ ସୃଷ୍ଟି ହୋଇଛି ତାହା ସାରା ଜୀବନ ସ୍ମୃତି ହୋଇ ରହିବ। ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ବେଶ ସମୃଦ୍ଧ। ଓଡ଼ିଶା ଲୋକ ବହୁତ ସ୍ୱାଭିମାନୀ । ଆଗାମୀ 2036 ମସିହାରେ ଓଡ଼ିଶାର ଗଠନ 100 ବର୍ଷ ପୂରଣ କରିବ । ଓଡ଼ିଶାର ନୂଆ ସରକାର ଯେଭଳି ବିକାଶ କାର୍ଯ୍ୟ ଆରମ୍ଭ କରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ 2036 ସୁଦ୍ଧା ଓଡ଼ିଶା ଏକ ବିକଶିତ ରାଜ୍ୟ ଭାବେ ପରିଗଣିତ ହେବ।"

RAGHUBAR DAS IN PURI (ETV Bharat Odisha)

ଏହା ବି ପଢନ୍ତୁ...ହରିବାବୁ କମ୍ଭମପତି ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ

ଏହା ବି ପଢନ୍ତୁ...ASOଙ୍କୁ ମାଡ଼ ଘଟଣା: ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ନ୍ୟାୟ ପ୍ରତିଶ୍ରୁତି ଦେଲେ ରାଜ୍ୟପାଳ - ASO Assault Case

ଏହା ବି ପଢନ୍ତୁ...ବୋହୂ ପାଇଁ ରାଜନୀତି କରୁଛନ୍ତି ରାଜ୍ୟପାଳ ! ନିର୍ବାଚନ ଆୟୋଗଙ୍କୁ କଂଗ୍ରେସର ଅଭିଯୋଗ

RAGHUBAR DAS IN PURI (ETV Bharat Odisha)

'ଦଳ ଯାହା ଦାୟିତ୍ବ ଦେବ ତୁଲାଇବି'

ଓଡ଼ିଶାର ରାଜ୍ୟପାଳ ପଦବୀରୁ ଇସ୍ତଫା ଦେବା ପରେ ଆଗାମୀ କାର୍ଯ୍ୟ କ'ଣ ରହିବ ସେ ପ୍ରଶ୍ନର ଉତ୍ତର ଦେଇ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ କହିଛନ୍ତି, "ମୁଁ ପାର୍ଟିର ଜଣେ ସାଧାରଣ କର୍ମୀ । ଦଳ ମୋତେ ଯାହା ଦାୟିତ୍ଵ ଦେବ ମୁଁ କରିବି । ମୁଁ ଜଣେ ସାଧାରଣ ଦିନ ମଜୁରିଆ ପରିବାରରୁ ଆସିଛି । ଦଳ ମୋତେ ବହୁତ କିଛି ସୁଯୋଗ ଦେଇଛି । ମୁଁ ଝାଡ଼ଖଣ୍ଡର ସେବା କରିଛି । ଦଳର ସଂଗଠନ ବୃଦ୍ଧି ପାଇଁ କାର୍ଯ୍ୟ କରିଛି । ଏଣୁ ଆଗାମୀ ଦିନରେ ଦଳ ମୋତେ ଯାହା ଦାୟିତ୍ଵ ଦେବ ତୁଲାଇବି ।" ତେବେ ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ସେବାୟତମାନେ ତାଙ୍କୁ ସ୍ବାଗତ କରି ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲେ। ପ୍ରଥମେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଶ୍ରୀମନ୍ଦିର ଭିତରେ ଥିବା ପାର୍ଶ୍ଵ ଦେବଦେବୀଙ୍କୁ ଦର୍ଶନ କରିଥିଲେ ।

RAGHUBAR DAS IN PURI (ETV Bharat Odisha)
ଇଟିଭି ଭାରତ, ପୁରୀ

ABOUT THE AUTHOR

...view details