ଓଡିଶା

odisha

ETV Bharat / state

ପୂର୍ବତନ ମନ୍ତ୍ରୀ ରଘୁନନ୍ଦନଙ୍କୁ ଘାରିଲା ଗିରଫଦାରୀ ଭୟ, ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ - Raghunandan Das moves High Court - RAGHUNANDAN DAS MOVES HIGH COURT

Raghunandan Das moves High Court: ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ଘଟଣା । ପୂର୍ବତନ ମନ୍ତ୍ରୀ ରଘୁନନ୍ଦନଙ୍କୁ ଘାରିଲା ଗିରଫଦାରୀ ଭୟ । ହାଇକୋର୍ଟରେ ଆବେଦନ କଲେ ଆଗୁଆ ଜାମିନ । ଅଧିକ ପଢନ୍ତୁ

Raghunandan Das moves High Court
Raghunandan Das moves High Court (ETV Bharat Odisha)

By ETV Bharat Odisha Team

Published : Jul 4, 2024, 10:27 PM IST

କଟକ:ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ଘାରିଲା ଗିରଫଦାରୀ ଭୟ । ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣାରେ ଗିରଫଦାରୀ ଏଡ଼ାଇବାକୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ରଘୁନନ୍ଦନ । ଗଣମାଧ୍ୟମର ଜଣେ ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ନେଇ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ନାଁରେ ଅଭିଯୋଗ ଆସିଥିଲା । ଏହାପରେ ରଘୁଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

ଏନେଇ ରଘୁନନ୍ଦନ କହିଥିଲେ ଯେ ଜଣେ ମହିଳା ସମ୍ବାଦିକା ଓ ଫଟୋଗ୍ରାଫର ତାଙ୍କ ସରକାରୀ ବାସଭବନକୁ ଆସିଥିଲେ । ସେମାନେ ସେମାନଙ୍କ ପରିଚୟ ଦେଇ ନଥିଲେ । ଏପରିକି ତାଙ୍କ ବିନା ଅନୁମତିରେ ବାସଭବନକୁ ପ୍ରବେଶ କରିଥିଲେ । ସିକ୍ୟୁରିଟିକୁ ଧକ୍କା ମାରି ପ୍ରଥମ ଗେଟ ପରେ ଦ୍ଵିତୀୟ ଗେଟରେ ପ୍ରବେଶ କରିଥିଲେ । ବ୍ୟକ୍ତିଗତ ଅଞ୍ଚଳରେ ଥିବା ବେଡରୁମ ପାର କରି ଫଟୋ ଉଠାଉଥିଲେ । ଘରେ ତାଙ୍କର ଝିଅ ଓ ସମ୍ପର୍କୀୟ ଅଛନ୍ତି । ସିକ୍ୟୁରିଟି ଆସି ତାଙ୍କୁ ଓ ରୋଷେୟାକୁ ସୂଚନା ଦେଇଥିଲେ । ରୋଷେୟା ବାରଣ କରିବାରୁ ସେମାନେ ଏଣୁତେଣୁ କହିଥିଲେ ବୋଲି ରଘୁ ଅଭିଯୋଗ କରିଥିଲେ ।

ଏହା ବି ପଢନ୍ତୁ- ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡିବା ଘଟଣା, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ସାମ୍ବାଦିକ ସଂଘ

ରଘୁନନ୍ଦନଙ୍କ କହିବାନୁସାରେ ମହିଳା ସମ୍ବାଦିକା କହିଥିଲେ ଏହା ସରକାରୀ ବାସଭବନ । ତୁମ ବାବୁ ଆଉ ବିଧାୟକ ନାହାନ୍ତି । ତେଣୁ ଏହି ବାସଭବନ ଆଉ ତୁମ ବାବୁଙ୍କର ନାହିଁ । ଏପରିକି ରଘୁନନ୍ଦନଙ୍କୁ ମଧ୍ୟ ସେମାନେ ଏମିତି କହିଥିଲେ ବୋଲି ପାଲଟା ଅଭିଯୋଗ କରିଥିଲେ ମନ୍ତ୍ରୀ । "ସେମାନେ ଏ କଥା କହିବା ପରେ ମୁଁ କହିଲି କୁକୁର ଛାଡି ଦିଅ । କୁକୁରକୁ ଛାଡି ଦେବା କହିବା ଅର୍ଥ କୁକୁରକୁ ଖୋଲା ଯାଇନାହିଁ । ମୋ ସିକ୍ୟୁରିଟି କୁକୁରର ଚେନ ଧରି ଛିଡା ହୋଇଛି । ମୁଁ ମଧ୍ୟ ସେଠାରେ ଛିଡା ହୋଇଛି । ଆମ ଘର ଗେଟ ପାଖରେ ଆମେ ଛିଡା ହୋଇଛୁ । ସେ କେଉଁ ଉଦ୍ଦେଶ୍ୟରେ ପ୍ରବେଶ କରିଛନ୍ତି, ମୁଁ କେମିତି ଜାଣିବି ?" ବୋଲି ରଘୁନନ୍ଦନ କହିଥିଲେ ।

ଏହା ବି ପଢନ୍ତୁ- ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ଘଟଣା, ଏଭଳି ଜବାବ ରଖିଲେ ରଘୁନନ୍ଦନ

ଏହି ଘଟଣା ସାମ୍ନାକୁ ଆସିବା ପରେ ସାମ୍ବାଦିକ ମହଲରେ ତୀବ୍ର ବିରୋଧ କରାଯାଇଥିଲା । ବିଭିନ୍ନ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକମାନେ ଜିଲ୍ଲାପାଳଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ସାମ୍ବାଦିକଙ୍କ ପ୍ରତି ଏଭଳି ଏକ ଅମାନୁଷିକ ଘଟଣା ଘଟାଇଥିବା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଥିଲା । ବାରମ୍ବାର ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଏଭଳି ଆକ୍ରମଣ ଜାରି ରହୁଥିବା ବେଳେ ସାମ୍ବାଦିକ ମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ବୋଲି କହିଥିଲେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details