ଭୁବନେଶ୍ବର:ଜଙ୍ଗଲ ନିଆଁ ରୋକିବେ ଓଡ୍ରାଫ୍ ଟିମ । ୭ଟି ଡିଭିଜନରେ ଓଡ୍ରାଫ ଟିମ୍ ନିୟୋଜିତ କରାଯାଇଛି । ଅଧିକ ବନାଗ୍ନି ଦେଖାଦେଉଥିବା ୭ଟି ଡିଭିଜନରେ ନିୟୋଜିତ ହୋଇଛନ୍ତି ଓଡ୍ରାଫ । ବାଲିଗୁଡ଼ା, ଫୁଲବାଣୀ, ବଣାଇ, ପାରଳାଖେମୁଣ୍ଡି, କଳାହାଣ୍ଡି ଓ ଶିମିଳିପାଳ ଭଳି ୭ ବନଖଣ୍ଡରେ ଓଡ୍ରାଫ୍ ନିୟୋଜିତ ହୋଇଛନ୍ତି । ଆଜି ସେମାନେ ବାହାରି ଯାଇଥିବାବେଳେ ଆସନ୍ତାକାଲି ସୁଦ୍ଧା ନିୟୋଜିତ ହେବାକୁ ଥିବା ସ୍ଥାନରେ ପହଞ୍ଚିଯିବେ । ଏନେଇ ସୂଚନା ଦେଇଛନ୍ତି ପିସିସିଏଫ ଦେବୀଦତ୍ତ ବିଶ୍ଵାଳ । ପିସିସିଏଫ କହିଛନ୍ତି, "ଏଯାଏଁ ରାଜ୍ୟରେ ଆୟତ୍ତରେ ଅଛି ଜଙ୍ଗଲ ନିଆଁ । ଜଙ୍ଗଲ ନିଆଁ ରୋକିବାକୁ ସଚେତନତା ସୃଷ୍ଟି କରାଯାଇଛି । ଗତବର୍ଷ ଏହି ସମୟ ସୁଦ୍ଧା ପ୍ରାୟ ୩୨ ହଜାର ୫ ଶହ ପଏଣ୍ଟରେ ନିଆଁ ଲାଗିଥିବାବେଳେ ଚଳିତ ବର୍ଷ ଏଯାଏଁ ତାହା ୧୨ ହଜାରରେ ସୀମିତ ରହିଛି ।
ସୂଚନା ଅନୁଯାୟୀ, ଗତବର୍ଷ ତୁଳନାରେ ଚଳିତ ବର୍ଷ ଖୁବ କମ ପଏଣ୍ଟରେ ନିଆଁ ଲାଗିଛି । ମଧ୍ୟ ଓଡ଼ିଶାର ଅନେକ ଜଙ୍ଗଲରେ ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ । ବର୍ତ୍ତମାନ ସମୟରେ ରାଜ୍ୟରେ ଥିବା ଜଙ୍ଗଲ ଗୁଡିକରେ ଲାଗୁଥିବା ନିଆଁର ୯୯ ପ୍ରତିଶତ ହେଉଛି ମନୁଷ୍ୟକୃତ । ଯେଉଁ ସ୍ଥାନରେ ନିଆଁ ଲାଗୁଥିବା ନେଇ ସୂଚନା ମିଳୁଛି, ତୁରନ୍ତ ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ବିରୋଧରେ ଆକ୍ସନ ନିଆଯାଉଛି । ଏହାସହ ଜଙ୍ଗଲରେ ପୋଡୁ ଚାଷ ପାଇଁ ଲୋକମାନେ ନିଆଁ ଲଗାଉଛନ୍ତି । ତେବେ ଅନେକ ସମ୍ବେଦନଶୀଳ ଜଙ୍ଗଲ ବନ ବିଭାଗର ଫୋକସରେ ରହିଛି ।