ଗଜପତି: ହାତରେ ଟୋକନ ଅଛି, କିନ୍ତୁ ଧାନ ନେଉନାହାନ୍ତି ମିଲର । ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ ପରେ ପ୍ରତିଶ୍ରୁତି ମିଳୁଛି, କିନ୍ତୁ ଚାଷୀଙ୍କ ଧାନ କ୍ରୟ ହେଲାନି । ଏଥିରେ ଅତିଷ୍ଠ ହୋଇ ଶେଷରେ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ଚାଷୀ । ଧାନ କିଣି ଦାବିରେ ଆଜି ଗଜପତି ଜିଲ୍ଲାର କାଶୀନଗରରେ ବନ୍ଦ ଡାକରା ଦେଇ ରାସ୍ତାରୋକ କରିଛନ୍ତି ଚାଷୀ । ଧାନ କିଣାନଯିବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ କହିଛନ୍ତି । ସେପଟେ ଚାଷୀଙ୍କ ସମସ୍ତ ଧାନ କିଭଳି କିଣାଯାଇପାରିବ ସେନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।
କେହି ଶୁଣୁନାହାନ୍ତି ଚାଷୀର କଥା, ଧାନ ବିକ୍ରି ପାଇଁ ରାସ୍ତାରୋକ:
ଗତ ନଭେମ୍ବର ଶେଷ ସପ୍ତାହରୁ ଧାନ ଅମଳ ହୋଇଛି । କିନ୍ତୁ ଦୀର୍ଘ ୩ମାସ ହେଲାଣି ଚାଷୀ ସେମାନଙ୍କ ଅମଳ ଧାନ ବିକ୍ରି କରିପାରୁନାହିଁ । ପ୍ରଶାସନ ଚାଷୀ ହାତରେ ଟୋକନ ଖଣ୍ଡିଏ ଦେଇଛି, ହେଲେ ସେହି ଟୋକନ ଧରି ଧାନ କ୍ରୟ କରିବାକୁ ଗଲେ ମିଲର ଏହାକୁ ଗ୍ରହଣ କରୁନାହାନ୍ତି । ଏ ସଂପର୍କରେ ପ୍ରଶାସନ ନିକଟରେ ଗୁହାରୀ କଲେ ମଧ୍ୟ ପ୍ରଶାସନ ନିଦାବିଷ୍ଣୁ ସାଜିଛି । ଏହାର ପ୍ରତିବାଦରେ ଗଜପତି ଜିଲ୍ଲାରେ ବାରମ୍ବାର ଚାଷୀ ଆନ୍ଦୋଳନ ହେଉଥିଲେ ମଧ୍ୟ ପ୍ରତ୍ୟେକ ଥର ପ୍ରଶାସନ କେବଳ ପ୍ରତିଶ୍ରୁତି ଦେଇ ନିଜର କର୍ତ୍ତବ୍ୟ ସାରିଦେଉଛି । ଫଳରେ ସାଧାରଣ ଚାଷୀ ନିଜର ଧାନ ବିକ୍ରି ନକରିପାରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି କିଛି ଅଭିଯୋଗ କରିବା ସହ ତୁରନ୍ତ ଧାନ ଖିଣିବା ଦାବିରେ ଆଜି ଗଜପତି ଜିଲ୍ଲା କାଶୀନଗର ବ୍ଲକର ଚାଷୀମାନେ କାଶୀନଗର ବନ୍ଦ ଡାକରା ଦେବା ସହ ରାସ୍ତାରୋକ କରିଥିଲେ । ଫଳରେ ପାରଳାଖେମୁଣ୍ଡି-ଗୁଣପୁର ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।
FARMERS PROTEST (ETV BHARAT ODISHA) ଏହା ମଧ୍ୟ ପଢନ୍ତୁ-ଧାନ ମଣ୍ଡିରେ କଟନୀ ଛଟନୀ, 10ଟି ସୋସାଇଟ ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ - PADDY PROCUREMENT
ଏହା ମଧ୍ଯ ପଢନ୍ତୁ-ଗଞ୍ଜାମରେ ହେବ ୩ଟି ଶୀତଳ ଭଣ୍ଡାର: ଯୋଗାଣ ମନ୍ତ୍ରୀ - KHARIF PADDY PROCUREMENT GANJAM
FARMERS PROTEST (ETV BHARAT ODISHA) ଧାନ କ୍ରୟ କରାଯିବାକୁ ନେଇ ପ୍ରତିଶ୍ରୁତି ଦେଲେ ଉପଜିଲ୍ଲାପାଳ:
ଏହି ଖବର ପାଇ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । କାଶୀନଗର ବ୍ଲକର ୮୦ପ୍ରତିଶତ ଧାନ କିଣାଯାଇସାରିଥିବା ବେଳେ ବଳକା ୨୦ପ୍ରତିଶତ ଧାନ ରହିଯାଇଛି । କାଶୀନଗର ଏନଏସି ଏବଂ ବ୍ଲକର ପ୍ରାୟ ୧୦ହଜାର କ୍ବିଣ୍ଟାଲ ଧାନ ବିକ୍ରି ନହୋଇ ରହିଯାଇଛି । ଯାହାକୁ ନେଇ ଆଜି ଆନ୍ଦୋଳନ ହୋଇଥିଲା । ଏହାର ସମାଧାନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି । ଆସନ୍ତା ଦୁଇଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ଅନୁପ କୁମାର ପଣ୍ଡା ।
FARMERS PROTEST (ETV BHARAT ODISHA) ଖୋଲିଥିଲା ୪୫ ଗୋଟି ମଣ୍ଡି:
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ନିୟନ୍ତ୍ରିତ ବଜାର କମିଟି ଠାରେ ଜିଲ୍ଲାସ୍ତରୀୟ ଖରିଫ ୨୦୨୪-୨୫ ଧାନ କ୍ରୟ ମଣ୍ଡିକୁ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଚଳିତ ୨୦୨୩-୨୪ ଖରିଫ ବର୍ଷରେ ଜିଲ୍ଲାର ୪୫ ଗୋଟି ମଣ୍ଡି ଖୋଲାଯାଇଥିଲା । ଉତ୍ପାଦିତ ଧାନ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଦରରେ ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତି, ବୃହତ କାର କୃଷି ସମବାୟ କେନ୍ଦ୍ରରେ ଧାନ କ୍ରୟ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା ।
FARMERS PROTEST (ETV BHARAT ODISHA) ମାର୍ଚ୍ଚ ମାସ ୩୧ ପର୍ଯ୍ୟନ୍ତ ଜିଲ୍ଲାରେ ଧାନ କ୍ରୟ କରିବା ପାଇଁ ଜିଲ୍ଲାପାଳ ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ଅନୁରୋଧ କରିଥିଲେ। କିନ୍ତି ଏହା ପୂର୍ବରୁ ଟାର୍ଗେଟ ପୂରଣ ହୋଇଥିବାରୁ ଚାଷୀଙ୍କ ଧାନ କ୍ରୟ ହୋଇପାରୁନି । ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ ୮୪ ହାଜର କ୍ବିଣ୍ଟାଲ ଧାନ ସଂଗ୍ରହ କରିବା ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ଧାନ କ୍ରୟ କରିବା ପାଇଁ ଜିଲ୍ଲାର ୧୫ ହଜାର ୪୯୧ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିଲେ ।
ଆନ୍ଦୋଳନକାରୀ କେଦାର ଶବରକହିଛନ୍ତି, '' କାଶୀନଗର ଚାଷୀଙ୍କ ପାଖରେ ଯେଉଁ ଧାନ ରହିଛି ତାକୁ କ୍ରୟ କରାଯାଇନାହିଁ । ତେଣୁ ଏହାକୁ ବିରୋଧ କରି ଆମେ ଆଜି କାଶୀନଜର ବନ୍ଦ ଡାକରା ଦେଇଛୁ । ସମସ୍ତ ଚାଷୀ ଭାଇ ରାସ୍ତାରୋକରେ ବସିଛନ୍ତି । ସରକାର ଆମର ଧାନ କିଣିବା ଆମର ଦାବି । ବହୁଚ ଚାଷୀଙ୍କୁ ଟୋକନ ମିଳିଛି, କିନ୍ତୁ ଧାନ କ୍ରୟ କରାଯାଇନାହିଁ । ଏନେଇ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଜଣାଇଛୁ । କିନ୍ତୁ କୌଣସି ପଦକ୍ଷେପ ନନେବାରୁ ଆମେ ଧାରଣାକୁ ଓହ୍ଲାଇଲୁ । ଉପଜିଲ୍ଲାପାଳ ଘଟଣାସ୍ଥଳକୁ ଆସି ଗତକାଲି ଠାରୁ ଧାନ ଉଠାଯିବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ''
ଆନ୍ଦୋଳନକାରୀ ଆର.ଲୋକନାଥମକହିଛନ୍ତି, ''ଧାନ କିଣାନଯିବାରୁ ଆମେ ରାସ୍ତାରୋକ କରିଛୁ । ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ପାଖକୁ ଯାଇଥିଲୁ । ଜିଲ୍ଲାପାଳ ସମସ୍ୟାର ସମାଧାନ ହେବା ନେଇ କହିଥିଲେ । କିନ୍ତୁ କିଛି ହେଲାନାହିଁ । ବହୁଥର ଆମେ ଧାରଣା ଦେଇଛୁ । ଶେଷରେ ଦାବି ପୂରଣ ପାଇଁ ଆଜି କାଶୀନଗର ବନ୍ଦ ଡାକରା ଦେଇଛୁ । ''
ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଅନୁପ କୁମାର ପଣ୍ଡା କହିଛନ୍ତି,''କାଶୀନଗର ବ୍ଲକରେ ଧାନ କ୍ରୟ ପାଇଁ 80 ପ୍ରତିଶତ ଟାର୍ଗେଟ ରହିଥିଲା । ବଳକା ଯେଉଁ 20 ପ୍ରତିଶତ ରହିଛି ତାକୁ ନେଇ ରାସ୍ତାରୋକ କରିଛନ୍ତି ଚାଷୀ । 8ରୁ 10 ହଜାର କ୍ବିଣ୍ଟାଲ ଧାନ ବଳିଯାଇଛି । 2 ଦିନ ମଧ୍ୟରେ ଚାଷୀଙ୍କ ସମସ୍ୟାର ସମାଧାନ ହେବ । ''
ଇଟିଭି ଭାରତ, ଗଜପତି