ସମ୍ବଲପୁର: ଋଣ କରି କରିଥିଲେ ଧାନ ଚାଷ । ଭାବିଥିଲେ ଫସଲ ଅମଳ ହେଲେ ବିକ୍ରି କରି ସେ ଋଣ ସୁଝିଦେବେ । ହେଲେ ଅଦିନିଆ ବର୍ଷାରେ ସବୁ ଆଶା ଧୂଳିସାତ ହୋଇଗଲା । ଉଜୁଡା ଫସଲ ଦେଖି ବିଗିଡ଼ିଗଲା ମାନସିକ ସ୍ଥିତି । ଋଣ ବୋଝ ସୁଝିବା ଚିନ୍ତାରେ ଚାଷୀ ଜୀବନ ହାରି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବୈରାଗୀପାଲି ଗାଁରୁ ।
ଜୀବନ ହାରିଲେ ଚାଷୀ:
ବୈରାଗୀପାଲି ଗାଁର ଚାଷୀ ରତ୍ନାକର ଭୋଇ । ୫୮ ବର୍ଷ ବୟସ୍କ ଏହି ଚାଷୀ ଧାନ ଫସଲ ଭଲ ଉତ୍ପାଦନ ନହେବାରୁ ତଥା ଋଣ ବୋଝ ନ ସୁଝିପାରିବା ଚିନ୍ତାରେ ଜୀବନ ହାରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀଙ୍କ ପରିବାରଲୋକେ ଏନେଇ ସଦର ଥାନାରେ ଏତଲା ଦେଇଛନ୍ତି । ସେପଟେ ଏହାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି ।
ଫସଲ ନଷ୍ଟ ଦେଖି ବିଗିଡି ଯାଇଥିଲା ମାନସିକ ସ୍ଥିତି:
ମୃତ ଚାଷୀ ରତ୍ନାକର ଭୋଇଙ୍କ ପୁଅ ପରେଶ କୁମାର ଭୋଇ ସଦର ଥାନାରେ ଦେଇଥିବା ଏତଲା ଅନୁସାରେ, ତାଙ୍କ ବାପା ରତ୍ନାକର ଭୋଇ ୩ ବର୍ଷ ପୂର୍ବେ ଝିଅ ବାହାଘର ପାଇଁ ଋଣ ଓ ଉଧାରୀ ଆଣିଥିଲେ । ଧୀରେ ଧୀରେ ଋଣ ସୁଝୁଥିବା ବେଳେ ସମ୍ପୂର୍ଣ୍ଣ ଋଣ ସୁଝି ନଥିଲେ । ସେଥିପାଇଁ ସେ ମାନସିକ ସ୍ତରରେ ଚିନ୍ତାଗ୍ରସ୍ତ ଥିଲେ ଓ ତାଙ୍କର ମାନସିକ ସ୍ଥିତି ଭଲ ନଥିଲା । ଏବର୍ଷ ୨ ଏକର ଜମିରେ ଚାଷ କରିଥିଲେ । ଚାଷ ପାଇଁ ସେ ଋଣ କରିଥିଲେ । କିନ୍ତୁ ଧାନ ଫସଲ ଭଲ ନହେବାରୁ ତାଙ୍କ ମାନସିକ ସ୍ଥିତି ବିଗିଡି ଯାଇଥିଲା । ତେବେ ଶନିବାର ଅପରାହ୍ନ ସମୟରେ ସେ ହଠାତ ଅସୁସ୍ଥ ହୋଇ ବାନ୍ତି କରିବାକୁ ଲାଗିଲେ । ପରବର୍ତ୍ତୀ ସମୟରେ ରତ୍ନାକର ଜୀବନ ହାରିବା ପାଇଁ ଉଦ୍ୟମ କରିଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ । ପରେ ତୁରନ୍ତ ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ବୋଲି ଏତଲାରେ ଉଲ୍ଲେଖ ରହିଛି ।
ସରକାରଙ୍କୁ ଘେରିଲା ବିଜେଡି: