ଜଗତସିଂହପୁର: ଶେଷରେ ନ୍ୟାୟ ପାଇଲେ ଦୁଷ୍କର୍ମ ପୀଡିତା । ଦୁଷ୍କର୍ମ ଅଭିଯୋଗରେ ଭଣ୍ଡ ବାବାଙ୍କୁ ହୋଇଛି ଜେଲଦଣ୍ଡ । ଜଗତସିଂହପୁର ନାବାଳିକା ଦେହରୁ ଭୂତ ଛଡ଼ାଇବା ବାହାନା କରି ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ 66 ବର୍ଷୀୟ ତାନ୍ତ୍ରିକ ବାବା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଜଗତସିଂହପୁର ଫାଷ୍ଟ ଟ୍ରାକ କୋର୍ଟ ଅଭିଯୁକ୍ତକୁ 20 ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇବା ସହିତ 30 ହଜାର ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି ।
ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ତ୍ରିତଲ ଥାନା ଅନ୍ତର୍ଗତ ଧୂଆଁପାରି ଗ୍ରାମର ଅଲେଖ ନାୟକ ଓରଫ ମଣିଆ ବାବା ସେଠାରେ ଏକ ମଠ କରି ଝାଡ ଫୁଙ୍କା କରୁଥିଲେ । ଏହି ବାବା ଜଣଙ୍କ ନିଜକୁ ତାନ୍ତ୍ରିକ ଭାବରେ ସ୍ଥାନୀୟ ଅଞ୍ଚଳରେ ପରିଚିତ କରେଇବା ସହିତ ତାଙ୍କ ପାଖକୁ ଆସିଲେ ସବୁ ସମସ୍ୟାର ସମାଧାନ ହୋଇ ପାରିବ ବୋଲି କହି ଲୋକଙ୍କୁ ପ୍ରଭାବିତ କରୁଥିଲା । ତେବେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଅଞ୍ଚଳର ଜୈନିକ ବ୍ୟକ୍ତିଙ୍କର 14 ବର୍ଷୀୟ ନାଁ ବାଳିକାର ଜର ଛାଡି ନଥିଲା । ଫଳରେ ନାଁ ବାଳିକା ଦେହରେ ଭୂତ ସବାର ହୋଇଛି ବୋଲି ପରିବାର ଲୋକେ ଭାବି ଭଣ୍ଡବାବା ମଣିଆ ପାଖକୁ ଆଣିଥିଲେ ।
ଏହା ମଧ୍ୟ ପଢନ୍ତୁ .... ନାବାଳିକା ଦୁଷ୍କର୍ମ ମାମଲା:ଦୋଷୀକୁ 20ବର୍ଷ ସଜା; ପୀଡିତାଙ୍କୁ 11ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ