ଓଡିଶା

odisha

ETV Bharat / state

ମାଟ୍ରିକ ସାର୍ଟିଫିକେଟ ଜାଲିଆତି, ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ - Fake Certificate Issue - FAKE CERTIFICATE ISSUE

Fake Certificate Issue: ଜାଲ ସାର୍ଟିଫିକେଟ ହାତେଇ ସରକାରୀ ଚାକିରି କରିଥିବା ଜଣେ ବ୍ୟକ୍ତିଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ । ଏହି ନକଲି ସାର୍ଟିଫିକେଟ ରାକେଟର ଖୋଳତାଡ଼ ଚଳାଇଛି କ୍ରାଇମବ୍ରାଞ୍ଚ ।

Fake Certificate Issue
Fake Certificate Issue (ETV Bharat Odisha)

By ETV Bharat Odisha Team

Published : Jun 10, 2024, 10:51 PM IST

ଭୁବନେଶ୍ବର:ଗିରଫ‌ ହେଲେ ଜାଲ ସାର୍ଟିଫିକେଟ ହାତେଇଥିବା ବ୍ୟକ୍ତି । କୋରାପୁଟ ଗ୍ରାମୀଣ ଡାକ ସେବକ ଚାକିରି କରିଥିବା ବ୍ୟକ୍ତି ଗିରଫ ହୋଇଛନ୍ତି । ଜାଲ ସାର୍ଟିଫିକଟ ଦେଇ ଚାକିରି କରିବା ଛନ୍ଦା ଚରଣ ସାହୁଙ୍କୁ ପଡ଼ିଛି । ଏହି ମାମଲାରେ ତାଙ୍କୁ ଗିରଫ କରିଛି ଓଡି଼ଶା କ୍ରାଇମବ୍ରାଞ୍ଚ ଟିମ । ଗିରଫ ପରେ ତାଙ୍କୁ ଜୟପୁର କୋର୍ଟକୁ ଚାଲାଣ କରାଯାଇଛି । ଏନେଇ ଗତବର୍ଷ ସିନିୟର ସୁପରିଟେଣ୍ଡ ପୋଷ୍ଟ ଅଫିସ କୋରାପୁଟ ଡିଭିଜନର ଜୟପୁର ପକ୍ଷରୁ ଜୟପୁର ଥାନାରେ ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗ ଆଧାରରେ ତଦନ୍ତ ଜୋରଦାର ହୋଇଥିଲା ।

କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଏହି ବ୍ୟକ୍ତି ନକଲି ମାଟ୍ରିକ ସାର୍ଟିଫିକେଟ ଯୋଗେ ଗ୍ରାମୀଣ ଡାକ ସେବକ ଚାକିରି ହାତେଇଛନ୍ତି । ଏନେଇ ଜୟପୁର ଥାନାରେ ଗତବର୍ଷ ଏପ୍ରିଲ 5ରେ ଅଭିଯୋଗ କରିଥିଲେ ଡାକ ବିଭାଗ ଅଧିକାରୀ । ଅଭିଯୋଗ ଆଧାରରେ ତଦନ୍ତ କରିଥିଲା କୋରାପୁଟ ପୋଲିସ । ପରେ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା। କ୍ରାଇମବ୍ରାଞ୍ଚ ଡିଏସପି ଅନାଦି ଚରଣ ସେଠୀଙ୍କ ନେତୃତ୍ବରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା । ଏଭଳି ଜାଲ ସାର୍ଟିଫିକେଟ ପଛରେ ଏକ ବଡ଼ ରାକେଟ୍ କାମ କରୁଥିବା କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ଜାଣିବାକୁ ପାଇଥିଲା । ଏହି ରାକେଟର ଚେର କେତେ ଦୂର ଲମ୍ବିଛି ତାହାର ଖୋଳତାଡ଼ ଚଳାଇଛି କ୍ରାଇମବ୍ରାଞ୍ଚ ।

ଏହା ବି ପଢନ୍ତୁ...ଜାଲ ସାର୍ଟିଫିକେଟ ଦେଇ 30 ବର୍ଷ ଶିକ୍ଷକତା, ଚାକିରିରୁ ବିଦା ହେଲେ ଶିକ୍ଷକ

ଏହା ବି ପଢନ୍ତୁ...ଜାଲ ସାର୍ଟିଫିକେଟ ଦେଇ କରିଥିଲେ ସରକାରୀ ଚାକିରି, ଗିରଫ ହେଲେ ବିଆରସିଏସ

ସୂଚନା ଅନୁସାରେ, ପୂର୍ବରୁ ଏହି ରାକେଟରେ ଏଭଳି ସାର୍ଟିଫିକେଟ ତିଆରି ଠାରୁ ଆରମ୍ଭ କରି କାରବାର କରିବା ମାମଲାରେ ମୋଟ 7 ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ବର୍ତ୍ତମାନ ଏହି ନକଲି ସାର୍ଟିଫିକେଟ ବ୍ୟବହାର‌ କରିଥିବା ଛନ୍ଦା ଚରଣ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ନକଲି ସାର୍ଟିଫିକେଟ ବ୍ୟବହାର କରି ଚାକିରି ହାତେଇବା ସହ ଅନ୍ୟ ଯୋଗ୍ୟ ପ୍ରାର୍ଥୀକୁ ଚାକିରି ପାଇବାରୁ ବଞ୍ଚିତ କରିବା ଆଦି ଅପରାଧ ତାଙ୍କ ନାଁରେ ରହିଛି । ଏହି ମାମଲାରେ‌ ଗିରଫ ହେବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ମାଟ୍ରିକ ସାର୍ଟିଫିକେଟ ଜାଲିଆତି ଘଟଣା ନୂଆ ନୁହେଁ, ପୁର୍ବରୁ ମଧ୍ୟ ଏଭଳି ଏକ ରାକେଟ ବଲାଙ୍ଗୀରରେ‌ ଠାବ ହୋଇଥିଲା । ଏଯାବତ କ୍ରାଇମବ୍ରାଞ୍ଚ ଏଭଳି ନକଲି ସାର୍ଟିଫିକେଟ ହାତେଇବା ମାମଲାରେ ମୋଟ୍ 20 ଜଣଙ୍କୁ ଗିରଫ କରିଥିବା ସୂଚନା ରହିଛି ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details