ଓଡିଶା

odisha

By ETV Bharat Odisha Team

Published : Mar 13, 2024, 7:45 PM IST

ETV Bharat / state

ବରଗଡ଼ର ବହୁ ଚର୍ଚ୍ଚିତ ଜବର ଦଖଲ ଉଛେଦ ମାମଲା ନେଲା ଭିନ୍ନ ମୋଡ

Eviction Issue Of Bargarh: ବରଗଡର ସହରର ବହୁ ଚର୍ଚ୍ଚିତ ଜବରଦଖଲ ଉଚ୍ଛେଦ ମାମଲାରେ ଭିନ୍ନ ମୋଡ । ହାଇକୋର୍ଟ ଜବରଦଖକାରୀଙ୍କ ପିଟିସନକୁ ରିଜେକ୍ଟ କରିଛନ୍ତି । ହେଲେ ଆଗକୁ ନିର୍ବାଚନ ଥିବାବେଳେ କାର୍ଯ୍ୟକୁ ନେଇ ଅନିଶ୍ଚିତତା ଦେଖା ଦେଇଛି । ଅଧିକ ପଢନ୍ତୁ

ବରଗଡ଼ର ଜବର ଦଖଲ ଉଚ୍ଛେଦ ମାମଲା , କେବେ ଆରମ୍ଭ ହେବ କାର୍ଯ୍ୟ ?
ବରଗଡ଼ର ଜବର ଦଖଲ ଉଚ୍ଛେଦ ମାମଲା , କେବେ ଆରମ୍ଭ ହେବ କାର୍ଯ୍ୟ ?

ବରଗଡ଼ର ଜବର ଦଖଲ ଉଚ୍ଛେଦ ମାମଲା , କେବେ ଆରମ୍ଭ ହେବ କାର୍ଯ୍ୟ ?

ବରଗଡ:ବରଗଡର ସହରର ବହୁ ଚର୍ଚ୍ଚିତ ଜବରଦଖଲ ଉଚ୍ଛେଦ ମାମଲା ଏବେ ଭିନ୍ନ ମୋଡ ନେଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ଜବରଦଖଲକାରୀ ମାନେ ଉଚ୍ଚନ୍ୟାୟାଳୟଙ୍କ ଦ୍ଵାରସ୍ଥ ହୋଇ ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରିବାରେ ସଫଳ ହୋଇଥିଲେ । ମାତ୍ର 6 ମାସ ପରେ ଉଚ୍ଚନ୍ୟାୟାଳୟ ତାଙ୍କର ରାୟ ଶୁଣାଇବା ପରେ ବର୍ତ୍ତମାନ ଏହି ଉଚ୍ଛେଦ ଘଟଣା ଏକ ଭିନ୍ନ ମୋଡ ନେଇଛି ।

ହାଇକୋର୍ଟ ବରଗଡ ପୌର ପରିଷଦକୁ ସମସ୍ତ ପାୱାର ଦେଇଥିବା ବେଳେ ବରଗଡ ପୌର ପରିଷଦ ନୂତନ ଭାବେ ପୁଣି 15 ଦିନର ନୋଟିସ ଜବରଦଖଲକାରୀଙ୍କୁ ଦେଇଛି । ତେବେ 15 ଦିନର ନୋଟିସ ପରେ ପୌର ପରିଷଦ ଜବରଦଖଲ ଉଚ୍ଛେଦ କାମ ଆରମ୍ଭ କରିବାର କ୍ଷମତା ରହିଛି । କିନ୍ତୁ ତଥାପି ମଧ୍ୟ ଜବରଦଖଲକାରୀ ପୁଣି ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ । କିନ୍ତୁ ହାଇକୋର୍ଟ ସେମାନଙ୍କ ପିଟିସନକୁ ରିଜେକ୍ଟ କରି ଦେଇଥିଲେ । ବର୍ତମାନ ପୌରପରିଷଦ ଜବରଦଖକାରୀଙ୍କୁ ନୋଟିସ ଦେବାର 15 ଦିନ ବିତିଯାଇଥିବା ବେଳେ ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଏହା ରାଜନୀତିକରଣ ହେବ ନାଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ତାହା ଏବେ ପ୍ରଶ୍ନ ଉଠିଛି ।

ସୂଚନା ଅନୁଯାୟୀ ବରଗଡ ସହରର ଲେଙ୍ଗୁ ମିଶ୍ର ଛକ ଠାରୁ ଲମ୍ବା ବିଲଡିଙ୍ଗ ପର୍ଯ୍ୟନ୍ତ ଦିନ ତମାମ ଲାଗି ରହୁଥିବା ଟ୍ରାଫିକ ସମସ୍ୟାକୁ ଦୀର୍ଘ ବର୍ଷରୁ ବରଗଡବାସୀ ସହ୍ୟ କରିଆସୁଥିଲେ । ମାତ୍ର ଜିରାନଦୀ ଉପରେ ନୂତନ ବ୍ରିଜ ନିର୍ମାଣ ପରେ ଆଗକୁ ହେବାକୁଥିବା ବ୍ୟାପକ ଟ୍ରାଫିକ ସମସ୍ୟାକୁ ଆଖିଆଗରେ ରଖି ମୁଣ୍ଡ ଟେକିଥିଲା ଜନଆନ୍ଦୋଳନ । ଜନସାଧାରଣଙ୍କ ଦାବି ଥିଲା ଯେ ଲେଙ୍ଗୁମିଶ୍ର ଛକ ଠାରୁ ଲମ୍ବା ବିଲଡିଙ୍ଗ ପର୍ଯ୍ୟନ୍ତ ରହିଥିବା ବେଆଇନ ଜବରଦଖଲକୁ ହଟାଯାଉ ।

ଏହା ମଧ୍ୟ ପଢନ୍ତୁ .....3 ଦିନରେ ବଢ଼ିବ ଦରମା, ମେୟରଙ୍କ ପ୍ରତିଶୃତି ପରେ ଆନ୍ଦୋଳନରୁ ହଟିଲେ ସଫେଇ କର୍ମଚାରୀ

ବରଗଡ ସହର ଦେଇ ଯାଇଥିବା 6 ନମ୍ବର ଜାତୀୟ ରାଜପଥ ଯାହାକି 110 ଫୁଟ ଚଉଡା ରହିଥିଲା ତାହା ଏବେ ସଂକୀର୍ଣ୍ଣ ହୋଇ କେଉଁଠି 30 ଫୁଟ ପର୍ଯ୍ୟନ୍ତ ମଧ୍ୟ ରହିଛି । ତେବେ ଆନ୍ଦୋଳନ ପରେ ଗତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଜବରଦଖଲର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ହେଲେ ଜବରଦଖଲକାରୀ ମାନେ ଉଚ୍ଛେଦକୁ ବିରୋଧ କରିବା କିମ୍ବା ଘର ଖାଲି କରିବାକୁ ଅଧିକ ସମୟ ମାଗିବା ଦାବିରେ ଆନ୍ଦୋଳନ କରିଥିଲେ । ବର୍ତ୍ତମାନ ଜବରଦଖଲ ଉଚ୍ଛେଦ ପାଇଁ ପୌରପରିଷଦ ପାଖରେ କୌଣସି ପ୍ରତିବନ୍ଧକ ନଥିବା ବେଳେ ଭୋଟ କାର୍ଡ ପାଇଁ ଉଚ୍ଛେଦ କରାଯିବ ନା ନାହିଁ । ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।



ଇଟିଭି ଭାରତ, ବରଗଡ

ABOUT THE AUTHOR

...view details