ଓଡିଶା

odisha

By ETV Bharat Odisha Team

Published : Feb 15, 2024, 9:44 PM IST

Updated : Feb 15, 2024, 10:41 PM IST

ETV Bharat / state

ଓଡିଶାରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ନିର୍ବାଚନୀ ପ୍ରସ୍ତୁତିର କରିବେ ସମୀକ୍ଷା

EC Team Odisha Visit: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର ଓ ଟିମ । ଆଜିଠୁ ୩ ଦିନିଆ ଗସ୍ତରେ ରହି ନିର୍ବାଚନୀ ପ୍ରସ୍ତୁତିର କରିବେ ସମୀକ୍ଷା । ଅଧିକ ପଢନ୍ତୁ

EC Team Odisha Visit
EC Team Odisha Visit

ଓଡିଶାରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ବର:ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ତେବେ ରାଜ୍ୟରେ ନିର୍ବାଚନୀ ପ୍ରସ୍ତୁତିର ସମୀକ୍ଷା ପାଇଁ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ସେ ଆଜି (ଗୁରୁବାର)ଠୁ ତିନି ଦିନିଆ ଓଡିଶା ଗସ୍ତରେ ଥିବା ବେଳେ ତାଙ୍କ ସହ ଏକ ସ୍ବତନ୍ତ୍ର ଟିମ ମଧ୍ୟ ରହିଛନ୍ତି । ଆସନ୍ତା ୧୭ ତାରିଖ ଯାଏଁ ସେ ରାଜ୍ୟରେ ରହି ବିଭାଗ ସ୍ତରର ବୈଠକ ସହ ପ୍ରସ୍ତୁତିର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି ।

ଓଡିଶାରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର

ସାଧାରଣ ନିର୍ବାଚନ ଲାଗି ଓଡ଼ିଶାରେ ପ୍ରସ୍ତୁତିର ସମୀକ୍ଷା କରିବାକୁ ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରୀୟ ନିର୍ବାଚନ ଆୟୋଗ । ବିଳମ୍ବିତ ସନ୍ଧ୍ୟାରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ତାଙ୍କ ଟିମ ଓଡ଼ିଶାରେ ପହଞ୍ଚିଛନ୍ତି । ଏହି ସ୍ବତନ୍ତ୍ର ଟିମରେ ରହିଛନ୍ତି ନିର୍ବାଚନ କମିଶନର ଅରୁଣ ଗୋଏଲ, ବରିଷ୍ଠ ଡେପୁଟି ନିର୍ବାଚନ କମିଶନର ଧର୍ମେନ୍ଦ୍ର ଶର୍ମା ଓ ନିତେଶ ବ୍ୟାସ, ଡେପୁଟି ନିର୍ବାଚନ କମିଶନର ମନୋଜ କୁମାର ସାହୁ, ଡିରେକ୍ଟର ଜେନେରାଲ ବି ନାରାୟଣନ, ଡିରେକ୍ଟର ପଙ୍କଜ ଶ୍ରୀବାସ୍ତବ, ସେକ୍ରେଟାରୀ ରାକେଶ କୁମାର । ଏହି ଟିମକୁ ସ୍ବାଗତ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ଭୁବନେଶ୍ବରରେ ପହଞ୍ଚିବା ପରେ ସିଧାସଳଖ ଏକ ଘରୋଇ ହୋଟେଲ ଅଭିମୁଖେ ବାହାରିଛି ଟିମ । ଓଡିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ ହେବ । ତେଣୁ ନିର୍ବାଚନ ଲାଗି ଓଡିଶା କେତେ ପ୍ରସ୍ତୁତି ଅଛି ତାହାର ସମୀକ୍ଷା କରିବେ ନିର୍ବାଚନ ଆୟୋଗ ଓ ଟିମ । ଇଭିଏମର ସ୍ଥିତି, ବୁଥ ସ୍ତରରେ ପ୍ରସ୍ତୁତି ଆଦିର ସମୀକ୍ଷା ହେବ ।

ତିନି ଦିନିଆ ଓଡିଶା ଗସ୍ତରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ

ଏହା ବି ପଢନ୍ତୁ- ପାଖଉଛି ନିର୍ବାଚନ: ଆଜି ଓଡି଼ଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର, 3 ଦିନ ଧରି କରିବେ ସମୀକ୍ଷା

ଆସନ୍ତାକାଲି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ଆଲୋଚନା କରିବେ ଆୟୋଗ ଓ ଟିମ ସଦସ୍ୟ । ସେହିପରି ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ ଡିଜି, ଗୃହ ସଚିବ ଓ ଅନ୍ୟାନ୍ୟ ବିଭାଗ ସହିତ ଆଲୋଚନା କରିବ ଟିମ । ସେହିପରି ନିର୍ବାଚନ ଆୟୋଗଙ୍କ ଟିମ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସମସ୍ତ ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଓ ଟିମ ଉପସ୍ଥିତ ରହିବେ । ସେପଟେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ନିର୍ବାଚନ ପାଇଁ ନିଆଯାଉଛି ବ୍ୟାପକ ପଦକ୍ଷେପ । ରାଜ୍ୟର ସମସ୍ତ ରିଟର୍ଣ୍ଣିଂ ଅଧିକାରୀ ଓ ସହକାରୀ ରିଟର୍ଣ୍ଣିଂ ଅଧିକାରୀଙ୍କୁ ୨ଟି ପର୍ଯ୍ୟାୟରେ ତାଲିମ କାର୍ଯ୍ୟକ୍ରମ ଶେଷ ହୋଇଛି । ଇଭିଏମ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ଯାଞ୍ଚ ମଧ୍ୟ ହୋଇଛି ।

ତିନି ଦିନିଆ ଓଡିଶା ଗସ୍ତରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 15, 2024, 10:41 PM IST

ABOUT THE AUTHOR

...view details