ଓଡିଶା

odisha

By ETV Bharat Odisha Team

Published : 4 hours ago

ETV Bharat / state

ଆସୁଛନ୍ତି ମା' ଦୁର୍ଗା, ସଜେଇ ହେଲାଣି ବଲାଙ୍ଗୀର - Durga puja preparation meeting

DURGA PUJA PREPARATION: ଧରାପୃଷ୍ଟକୁ ଆସୁଛନ୍ତି ଜଗତ ଜନନୀ ମା' ଦୁର୍ଗା । ବଲାଙ୍ଗୀରରେ ଚାଲିଛି ଜୋରସୋର୍ ପ୍ରସ୍ତୁତି । ସେପଟେ ସବୁ ପୂଜା କମିଟିକୁ ଡାକି ବୈଠକ କରିଛି ପୌର ପ୍ରଶାସନ । ଅଧିକ ପଢନ୍ତୁ

DURGA PUJA PREPARATION MEETING
DURGA PUJA PREPARATION MEETING (ETV Bharat Odisha)

ବଲାଙ୍ଗୀର: ଜଗତ ଜନନୀ ମା' ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ଗଗନ ପବନ । ଦୁର୍ଗାପୂଜା ପାଇଁ ପଲ୍ଲୀଠୁ ଦିଲ୍ଲୀ ସବୁଠି ଆରମ୍ଭ ହୋଇଛି ଜୋରସୋର ପ୍ରସ୍ତୁତି । ସେହିପରି ବଲାଙ୍ଗୀରରେ ମଧ୍ୟ ମା'ଙ୍କ ମୃଣ୍ମୟୀ ପ୍ରତିମୂର୍ତ୍ତୀ ନିର୍ମାଣ ଚାଲିଥିବାବେଳେ କିଭଳି ଶାନ୍ତିଶୃଙ୍ଖଳାର ସହ ପୂଜା ସମାପନ ହେବ ସେନେଇ ପ୍ରଶାସନ ପକ୍ଷରୁ ବାସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ ।

ଦୁର୍ଗାପୂଜା ପ୍ରସ୍ତୁତି ବୈଠକ:

DURGA PUJA PREPARATION MEETING (ETV Bharat Odisha)

ଦୁର୍ଗାପୂଜା ପାଇଁ ବଲାଙ୍ଗୀରରେ ଚାଲିଛି ଜୋରଦାର ପ୍ରସ୍ତୁତି । ସବୁ ପୂଜା ମଣ୍ଡପରେ ମା'ଙ୍କ ମୂର୍ତ୍ତି ନିର୍ମାଣ ଚାଲିଥିବାବେଳେ ତୋରଣ ବନ୍ଧା କାର୍ଯ୍ୟ ଜାରି ରହିଛି । ସେହିପରି ପ୍ରଶାସନ ମଧ୍ୟ ଏହି ପାର୍ବଣ ଋତୁ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଛି । ଆଉ କିଛି ଦିନ ପରେ ରୀତି ନୀତିରେ ମା' ପୂଜା ପାଇବେ ଏବଂ ସାରା ସହର ସୁନ୍ଦର ତୋରଣ ଓ ଲାଇଟ ସାଜସଜ୍ଜାରେ ଝଲସିବ । ଚଳିତ ବର୍ଷ ବଲାଙ୍ଗୀରର ମୁଖ୍ୟ 17ଟି ଦୁର୍ଗାପୂଜା କମିଟି ମା'ଙ୍କ ପୂଜା ଆୟୋଜନ କରୁଛନ୍ତି । ଏହି ଅବସରରେ ଭକ୍ତଙ୍କ ପ୍ରବଳ ସମାଗମ ହେବ । ଯାହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ମଧ୍ୟ ତତ୍ପର ହୋଇଛି । ବଲାଙ୍ଗୀର ପୌରପରିଷଦ ସବୁ ପୂଜା କମିଟି ଏବଂ ପୋଲିସ ପ୍ରଶାସନକୁ ନେଇ ଏକ ପ୍ରସ୍ତୁତି ବୈଠକ କରିଛି ।

DURGA PUJA PREPARATION MEETING (ETV Bharat Odisha)

ଏଥର ବଲାଙ୍ଗୀରରେ 17ଟି ଦୁର୍ଗା ପୂଜା ମଣ୍ଡପ

ଚଳିତ ବର୍ଷ ବଲାଙ୍ଗୀରର ମୁଖ୍ୟ 17ଟି ଦୁର୍ଗା ପୂଜା କମିଟି ମା'ଙ୍କ ପୂଜା ଆୟୋଜନ କରୁଛନ୍ତି । ଯେଉଁଥିରେ ପୁରୁଣା ରାଜବାଟି, ରାଧାରାଣୀ ପଡ଼ା, ରୁଗୁଡ଼ି ପଡ଼ା, ଟିକ୍ରା ପଡ଼ା, ପେଳେଶ ଲାଇନ୍, ସାଗର ପଡ଼ା, ତୁଳସୀ ନଗର, ଗାନ୍ଧୀ ନଗର ପଡ଼ା, ତେଲିଘୋଟ ପଡ଼ା, ଜଗନ୍ନାଥ ପଡ଼ା, କ୍ଲବ ପଡ଼ା, ବିକ୍ରମ ଛକ, ଏବି ଏସ ଏସ ଦୁର୍ଗା ମଣ୍ଡପ, ରିଜର୍ଭ ପୋଲିସ, ଶାନ୍ତି ପଡ଼ା, ସରକାରୀ ବସଷ୍ଟାଣ୍ଡ ଓ ଜିଲ୍ଲା କାରାଗାରରେ ମା' ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେବ । ଏହା ପାଇଁ ସବୁ କମିଟି ତାଙ୍କ ପ୍ରସ୍ତୁତି ଜାରି ରଖିଛନ୍ତି ।

DURGA PUJA PREPARATION MEETING (ETV Bharat Odisha)

ପ୍ରସ୍ତୁତି ବୈଠକକୁ ସ୍ବାଗତ କଲେ ପୂଜା କମିଟି:

ଟିକରାପଡ଼ା ପୂଜା କମିଟି ସଭାପତି ପ୍ରକାଶ ନେପାକ କହିଛନ୍ତି,"ପ୍ରଥମ ଥର ପାଇଁ ପୌରପରିଷଦ ଏଭଳି ଏକ ବୈଠକର ଆୟୋଜନ କରିଛି । ଯାହାଖୁବ୍ ଫଳପ୍ରଦ ହେବ । ଏହି ବୈଠକରେ ସବୁ ସମସ୍ୟାର ଆଲୋଚନା ହୋଇଥିଲା । ସୁରକ୍ଷା ବ୍ୟବସ୍ଥା ଠାରୁ ପରିମଳ ବ୍ୟବସ୍ଥା ଓ ଟ୍ରାଫିକ ସବୁ ବିଷୟ ଆଲୋଚନା ହୋଇଥିଲା । ସମସ୍ତେ ନିୟମ ମାନି ପୂଜା କରିବୁ ।"

ଏହା ମଧ୍ୟ ପଢନ୍ତୁ....ଏହି ମଣ୍ଡପରେ ଆରମ୍ଭ ହୋଇଥିଲା ଦୁର୍ଗା ପୂଜା ପରମ୍ପରା, ଶୁଭେ ମା’ଙ୍କ ଘୁଙ୍ଗୁର ଶବ୍ଦ ! - Binod Bihari Puja Mandap

ଏହା ମଧ୍ୟ ପଢନ୍ତୁ....ଆସୁଛି ପାର୍ବଣ ଋତୁ; ପୂଜା ବଜାରରେ ଧମାଲ୍ କରିବ ମେଲୋଡି, ଝୁମିବେ ଦର୍ଶକ - melody team preparation

ଏହା ମଧ୍ୟ ପଢନ୍ତୁ....'ବାଡ଼ି ଖେଳ' ବଖାଣୁଛି ବୀରତ୍ବର ଗାଥା, ଦୁର୍ଗାପୂଜା ପୂର୍ବରୁ ଜୋରଦାର ଅଭ୍ୟାସ - Stick Play

'ଅସାମାଜିକ କାର୍ଯ୍ୟକଳାପ ଉପରେ କଡ଼ା ନଜର':

ବଲାଙ୍ଗୀର SDPO ପ୍ରଦୀପ ସାହୁ କହିଛନ୍ତି,"ପୌରପରିଷଦ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଶାନ୍ତି ଶୃଙ୍ଖଳା ସହ ପୂଜା କରିବା ପାଇଁ ବିଭିନ୍ନ ଆଲୋଚନା ହୋଇଥିଲା । ଅନେକ ପ୍ରସ୍ତାବ ମଧ୍ୟ ମିଳିଥିଲା । ସେହିପରି ସବୁ ପୂଜା କମିଟିକୁ ନିୟମ ଅନୁସାରେ ପୂର୍ବରୁ ସବୁ ଆୟୋଜନ ପାଇଁ ଆଗୁଆ ଅନୁମତି ନେବା ପାଇଁ ନିବେଦନ କରାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ବିଷୟ ମଧ୍ୟ ଆଲୋଚନା ହୋଇଥିଲା । ପୂଜା ସମୟରେ ଅସାମାଜିକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯାଇଛି ।"

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details