ଓଡିଶା

odisha

ETV Bharat / state

ଶ୍ରମ ବିଭାଗର ନିର୍ଦ୍ଦେଶକୁ ବେଖାତିର, ଟାଣ ଖରାରେ କାର୍ଯ୍ୟ କରୁଛନ୍ତି ଶ୍ରମିକ - construction work in heat wave - CONSTRUCTION WORK IN HEAT WAVE

CONSTRUCTION WORK IN HEAT WAVE: ରାଉରକେଲାରେ ଶ୍ରମ ବିଭାଗର ନିର୍ଦ୍ଦେଶକୁ ବେଖାତିର । ଦିନ ଦ୍ୱିପ୍ରହର ଟାଣ ଖରାରେ କାର୍ଯ୍ୟ କରୁଛନ୍ତି ଶ୍ରମିକ । ଶ୍ରମ ବିଭାଗ କହୁଛି ନିଆଯାଉଛି ପଦକ୍ଷେପ କିନ୍ତୁ ବାସ୍ତବ ଚିତ୍ର ଅଲଗା । ଅଧିକ ପଢନ୍ତୁ

CONSTRUCTION WORK IN HEAT WAVE
CONSTRUCTION WORK IN HEAT WAVE (ETV Bharat Odisha)

By ETV Bharat Odisha Team

Published : Jun 14, 2024, 2:16 PM IST

ରାଉରକେଲା: ପ୍ରଚଣ୍ଡ ଖରାରେ ବର୍ତ୍ତମାନ ସିଝୁଛି ରାଉରକେଲା ସହର । କଲବଲ କରୁଛି ତାତି । ସୂର୍ଯ୍ୟଙ୍କ କିରଣରେ ଜଳୁଛି ବର୍ତ୍ତମାନ ସାରା ସୁନ୍ଦରଗଡ଼ ଜିଲ୍ଲା । ଖରା ସାଙ୍ଗକୁ ଗୁଳୁଗୁଳିରେ ସିଝୁଛନ୍ତି ଲୋକେ । ଗୁଳୁଗୁଳି ପ୍ରବଳ ଅନୁଭବ ହେଉଛି ସାଙ୍ଗକୁ ଟାଣ ଖରା ବର୍ତ୍ତମାନ ଲୋକଙ୍କୁ କରୁଛି ହନ୍ତସନ୍ତ । ରାଉରକେଲା ସହରରେ ଖରାକୁ ନେଇ ଅସ୍ତବ୍ୟସ୍ତ ଜନ ଜୀବନ । ଯିଏ ଯେଉଁଠି ଛାଇ ଟିକିଏ ପାଇଲା ମାନେ ବସି ପଡ଼ି ଖରାରୁ ତ୍ରାହି ପାଇଁ କରୁଛନ୍ତି ପ୍ରଚେଷ୍ଟା । କିନ୍ତୁ ଏହାରି ମଧ୍ୟରେ ଶ୍ରମିକ ମାନେ ଡହଡହ ଖରାରେ କାର୍ଯ୍ୟ କରୁଛନ୍ତି । ଖାସ କରି ଦିନ ୧୨ଟାରୁ ୧ଟା ସମୟରେ ମଧ୍ୟ ଟାଣ ଖରାରେ କାର୍ଯ୍ୟ କରୁଛନ୍ତି ଶ୍ରମିକ ।

CONSTRUCTION WORK IN HEAT WAVE (ETV Bharat Odisha)

ତେବେ ଶ୍ରମ ବିଭାଗ ପକ୍ଷରୁ ଗ୍ରୀଷ୍ମପ୍ରବାହ ଯୋଗୁଁ ଖରାରେ ଶ୍ରମିକଙ୍କ କାର୍ଯ୍ୟ କରିବ ଉପରେ ରୋକ ଲଗାଯାଇଥିଲା ଖାସ କରି ଦିନ ୧୧ ଟାରୁ ନେଇ ଦିନ ୩ଟା ଯାଏଁ ଖରାରେ ଶ୍ରମିକମାନେ କୌଣସି ପ୍ରକାର କଠିନ କାର୍ଯ୍ୟ ଖରାରେ କରିବେ ନାହିଁ କିନ୍ତୁ ବାସ୍ତବରେ ଏହାର ରୂପ ସମ୍ପୂର୍ଣ୍ଣ ଅଲଗା । ରାଉରକେଲା ସହରରେ ସମ୍ପୂର୍ଣ୍ଣ ଭାବରେ ଏହି ଗାଇଡ଼ ଲାଇନକୁ ଅବହେଳା କରାଯାଉଛି । ବିଭିନ୍ନ ସଂଗଠନ ଏବଂ କଣ୍ଟ୍ରାକ୍ଟରମାନଙ୍କ ମନମାନି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଶ୍ରମିକ । ସମସ୍ତ କଷ୍ଟ୍ରକ୍ସନ ସାଇଟ ସହ ଅନ୍ୟାନ୍ୟ ସ୍ଥାନରେ ଡହଡହ ଖରାରେ କାର୍ଯ୍ୟ କରାଉଛନ୍ତି କଣ୍ଟ୍ରାକ୍ଟର ।

ଖାସ କରି ବିଭିନ୍ନ କଂଷ୍ଟ୍ରକ୍ସନ ସ୍ଥାନରେ ଏହି ଗାଇଡ଼ ଲାଇନକୁ ସମ୍ପୂର୍ଣ୍ଣ ଭାବରେ ଅବହେଳା କରାଯାଇଛି ଏବଂ ବେଖାତିର ହୋଇ କାର୍ଯ୍ୟ କରୁଛନ୍ତି କଣ୍ଟ୍ରାକ୍ଟର । ତେବେ କିଛିଦିନ ତଳେ ଶ୍ରମିକ ଶ୍ରେଣୀର ଲୋକେ ଗ୍ରୀଷ୍ମପ୍ରବାହ ପ୍ରବଳ ହେବାରୁ ଅଂଶୁଘାତରେ ୯ଜଣଙ୍କ ମୂଲ୍ୟବାନ ଜୀବନ ଯାଇଥିଲା ଏବଂ ପ୍ରାୟ ୪୦ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ବର୍ତ୍ତମାନ ଏହାପରେ ମଧ୍ୟ କାହାରି ମୁଣ୍ଡରେ ଚିନ୍ତା ପଶିନାହିଁ ।

ଏହା ମଧ୍ୟ ପଢନ୍ତୁ.....ନୂଆ ସରକାରର ବିକାଶ ନେଇ ଆଶାବାଦୀ ବାଲେଶ୍ୱରବାସୀ - Balasore people On New Govt

ଗୋଟିଏ ପକ୍ଷରେ ଶ୍ରମ ବିଭାଗ ଅଧିକାରୀ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଥିବା କଥା କହିଥିବା ବେଳେ କିନ୍ତୁ ବାସ୍ତବରେ ଏହାର ଚିତ୍ର ସମ୍ପୂର୍ଣ୍ଣ ଅଲଗା । ତେବେ ଆମେ ଶ୍ରମିକଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ କିନ୍ତୁ ସେ ନିଜ ଚାକିରୀ ଭୟରେ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ଏବଂ ଆମେ ସାଇଟ ଇଞ୍ଜିନିୟର ସହ କଂଣ୍ଟ୍ରାକ୍ଟରଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲୁ । ସେ ମଧ୍ୟ ଫୋନ ଉଠାଇ ଏସମ୍ପର୍କରେ ପ୍ରତିକ୍ରିୟା ନଦେଇ ଫୋନ କାଟି ଦେଇଥିଲେ ।ତେବେ ଏଠାରୁ ସ୍ପଷ୍ଟ ଅନୁମେୟ ଯେ, ଶ୍ରମ ବିଭାଗ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ନଚେତ ଶ୍ରମିକଙ୍କୁ ଟାଣ ଖରାରେ କଠିନ କାମ କରିବାକୁ ବାରଣ କରିଥାନ୍ତେ ଠିକା ସଂସ୍ଥା ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details