ବୌଦ୍ଧ:ଆଜି ପବିତ୍ର ଫାଲଗୁନ ପୂର୍ଣ୍ଣିମା । ଏହି ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ବୌଦ୍ଧ ଜିଲ୍ଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ଉତ୍ସାହ ତଥା ଆନନ୍ଦ ଉଲ୍ଲାସର ସହିତ ଗାଁଠୁ ସହର ସବୁଠି ପାଳିତ ହୋଇଛି ଦୋଳ ପୂର୍ଣ୍ଣିମା । ବିଭିନ୍ନ ଦେବଦେବୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିବା ସହ ଫଗୁ ଓ ଅବିର ଦେଇ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ ଲୋକେ । ସେହିପରି ଜିଲ୍ଲାରେ ଗତକାଲି ହୋଲିକା ଦହନ ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ଗତକାଲି (ରବିବାର) ବିଳମ୍ବିତ ରାତିରେ ମାରଓ୍ବାଡି ସମ୍ପ୍ରଦାୟ ପକ୍ଷରୁ ସ୍ଥାନୀୟ ଭୈରବୀ ପଡ଼ିଆରେ ହୋଲିକା ଦହନ ଉତ୍ସବ ଅତ୍ୟନ୍ତ ଆନନ୍ଦର ସହିତ ପାଳନ କରାଯାଇଥିଲା ।ସେହିଭଳି ଆଜି(ସୋମବାର) ଦିନ ପବିତ୍ର ଫାଲଗୁନ ପୂର୍ଣ୍ଣିମା ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଫଗୁ ଓ ଅବିରର ପର୍ବ ଫଗୁଣ ପୂର୍ଣ୍ଣିମା ପାଳନ କରାଯାଇଛି । ବିଭିନ୍ନ ପାରମ୍ପରିକ ପିଠାପଣାରେ ଚତୁର୍ଦ୍ଦିଗ ମହକି ଉଠିଥିଲା । ସେହିପରି ଆଜି ପବିତ୍ର ଫାଲଗୁନ ପୂର୍ଣ୍ଣିମା ଅବସରରେ ବୈଦ୍ଧ ଜିଲ୍ଲା ସଦରମହକୁମା ଚନ୍ଦ୍ରଚୂଡ ମନ୍ଦିର ଠାରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ପହଞ୍ଚି ଠାକୁରଙ୍କ ଦର୍ଶନ କରିଛନ୍ତି । ସେପଟେ ଆସନ୍ତାକାଲି ହୋଲି ରହିଥିବାରୁ ନାଲି, ନୀଳ, ସବୁଜ ଇତ୍ୟାଦି ରଙ୍ଗର ଫଗୁ ଓ ଅବିରର ପସରା ବିକ୍ରି ପାଇଁ ସ୍ବତନ୍ତ୍ର ଷ୍ଟଲ ଖୋଲିଛି ।