ଓଡିଶା

odisha

ETV Bharat / state

ଦୀପାବଳିରେ ସୁରକ୍ଷାକୁ ନେଇ ସଜାଗ ସମ୍ବଲପୁର ପ୍ରଶାସନ, ସବୁଜ ଦୀପାବଳି ପାଳନ ପାଇଁ ପରାମର୍ଶ - SAMBALPUR DIWALI CELEBRATION

ଆଜି ଆଲୋକର ପର୍ବ ଦୀପାବଳି । ସବୁଜ ଦୀପାବଳି ପାଳନ କରିବା ପାଇଁ ନିବେଦନ କରିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ।

sambalpur diwali celebration
sambalpur diwali celebration (ETV Bharat Odisha)

By ETV Bharat Odisha Team

Published : Oct 31, 2024, 6:17 PM IST

ସମ୍ବଲପୁର: ଆଜି ପବିତ୍ର ହେଉଛି ଆଲୋକର ପର୍ବ ଦୀପାବଳି । ଏଥିପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷିତ ଦୀପାବଳି ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି । ଲୋକେ କିପରି ସୁରକ୍ଷିତ ଭାବେ ଦୀପାବଳି ପାଳନ କରିବେ, ବାଣ ଦୋକାନୀମାନେ କିପରି ସୁରକ୍ଷିତ ସ୍ଥାନରେ ବାଣ ବିକ୍ରି କରିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ଗାଇଡ଼ ଲାଇନ ଜାରି କରିଛି । ଏନେଇ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେବା ସହ ସାଧାରଣ ଲୋକଙ୍କୁ ସୁରକ୍ଷିତ ଓ ସଚେତନ ହୋଇ ସବୁଜ ଦୀପାବଳି ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।

sambalpur diwali celebration (ETV Bharat Odisha)

ବାଣ ବିକ୍ରି ପାଇଁ କ'ଣ ରହିଛି ନିୟମ ?:

ଦୀପାବଳି ଅବସରରେ ବାଣ ଦୋକାନୀମାନଙ୍କୁ ପାଇଁ କେତେକ ଗାଇଡଲାଇନ ଜାରି କରିଛି ଜିଲ୍ଲା ପ୍ରଶାସନ । ବାଣ ଦୋକାନୀମାନେ ଖୋଲା ଆକାଶ ତଳେ, ଖୋଲା ମୈଦାନରେ ଦୋକାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଜନ ଗହଳିପୂର୍ଣ୍ଣ ଅଞ୍ଚଳରେ କୌଣସି ଆସ୍ଥୟୀ ବାଣ ଦୋକାନ ପାଇଁ ଅନୁମତି ଦିଆଯାଇନାହିଁ । ଅସ୍ଥାୟୀ ଦୋକାନ ମାନଙ୍କ ଭିତରେ ଦୂରତ୍ୱ ବଜାୟ ରଖିବା, ଛାଇରେ ବାଣ ରଖିବା, ନିଆଁ, ଅଥବା ଖରାରେ ବାଣ ନରଖିବା, ପାଖରେ ପର୍ଯ୍ୟାପ୍ତ ପରିମାଣର ବାଲି, ପାଣି, ଅଗ୍ନି ନିର୍ବାପକ ଯନ୍ତ୍ର ରଖିବା ପାଇଁ ଗାଇଡ଼ ଲାଇନ ଜାରି କରିଛି ଜିଲ୍ଲା ପ୍ରଶାସନ । ଏହାସହ ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ ବାଣ ଦୋକାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ।

sambalpur diwali celebration (ETV Bharat Odisha)
ଏହା ମଧ୍ୟ ପଢନ୍ତୁ...ନିୟମକୁ ବେଖାତିର କରି ଚାଲିଛି ବାଣ ବିକ୍ରି: ବଜାରରେ ଖଚାଖଚ ଭିଡ, ଅଘଟଣ ଘଟିଲେ ଦାୟୀ କିଏ ?
ଏହା ମଧ୍ୟ ପଢନ୍ତୁ...ଦୀପାବଳି ଆସିଲେ ଖୋଜାପଡେ ମାଟି ଦୀପ: ବଞ୍ଚିଛି ପରମ୍ପରା, କିନ୍ତୁ କମିଛି ଚାହିଦା, ମିଳୁନି ପାରିଶ୍ରମିକ

sambalpur diwali celebration (ETV Bharat Odisha)

'ସବୁଜ ଦୀପାବଳୀ ପାଳନ କରନ୍ତୁ':
ସାଧରଣ ଲୋକ ସବୁଜ ଦୀପାବଳୀ ପାଳନ କରନ୍ତୁ ବୋଲି ଅପିଲ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି । ସେ କହିଛନ୍ତି,"ଛୋଟ ପିଲାମାନେ ବାଣ ଫୁଟେଇଲା ସମୟରେ ଘରର ଜଣେ ବରିଷ୍ଠ ଲୋକ ସାଙ୍ଗରେ ରୁହନ୍ତୁ । ବାଣ ଫୁଟେଇବା ବେଳେ ଯେମିତି କୌଣସି ପଶୁ ପକ୍ଷୀଙ୍କୁ ଅସୁବିଧା ନହୁଏ ସେନେଇ ଧ୍ୟାନ ଦିଅନ୍ତୁ । ଚଳିତ ବର୍ଷ ସମଗ୍ର ଜିଲ୍ଲାରେ 164ଟି ଅସ୍ଥାୟୀ ବାଣ ଦୋକାନ ପାଇଁ ଲାଇସେନ୍ସ ଦିଆଯାଇଛି । ବେଆଇନ ଭାବେ କୌଣସି ଦୋକାନ ଥିଲେ ତହସିଲଦାର ଓ ବିଡିଓ ମାନଙ୍କୁ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।"



ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details