ଓଡିଶା

odisha

ETV Bharat / state

ରାଜଧାନୀ ଫୁଟପାଥରୁ ଦୀପ କିଣିଲେ ମୁଖ୍ୟମନ୍ତ୍ରୀ, ପୁରୁଣା ସ୍ମୃତିକୁ କଲେ ତାଜା - DIWALI 2024

ଆଲୋକର ପର୍ବ ଦୀପାବଳି ପାଇଁ ଭୁବନେଶ୍ୱର ରାଜମହଲର ଫୁଟପାଥରୁ ଦୀପ କିଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Etv Bharat
Etv Bharat (Etv Bharat)

By ETV Bharat Odisha Team

Published : Oct 31, 2024, 2:34 PM IST

ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳି ପାଇଁ ଫୁଟପାଥରୁ ଦୀପ କିଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାସ୍ତାକଡରେ ବିକ୍ରି କରୁଥିବା ମହିଳାଙ୍କଠାରୁ ଦୀପ କିଣିଛନ୍ତି ମୁଖ୍ୟମନ୍ତ୍ରୀ । 20 ବର୍ଷ ଧରି ଦୋକାନ କରିଥିବା ତ୍ରିବେଣୀ ସାହୁଙ୍କଠାରୁ ମୁଖ୍ୟମନ୍ତ୍ରୀ ଦୀପ କିଣିବା ସହ ଦୀପାବଳୀର ଆନୁସଙ୍ଗିକ ସାମଗ୍ରୀ ମଧ୍ୟ କିଣିଛନ୍ତି । କେବଳ ଗୋଟିଏ ଦୋକାନରୁ ନୁହେଁ ବରଂ ଆଖପାଖରେ ଥିବା ଅନ୍ୟ ଦୋକାନରୁ ମଧ୍ୟ ବୁଲି ବୁଲି ଦୀପାବଳିର ସାମଗ୍ରୀ କିଣିଥିଲେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପତ୍ନୀ ।

ମୁଖ୍ୟମନ୍ତ୍ରୀ ଫୁଟପାଥରକୁ ଆସି ଏଭଳି ଦୀପ କିଣିବା ସାଧାରଣ ବ୍ୟବସାୟୀକୁ ପ୍ରୋତ୍ସାହିତ କରିଛି । ମୁଖ୍ୟମନ୍ତ୍ରୀଙ୍କୁ ଫୁଟପାଥରୁ ଦୀପ କିଣିଥିବାରୁ ଖୁସି ପ୍ରକାଶ କରିଛନ୍ତି ବ୍ୟବସାୟୀ । ମୁଖ୍ୟମନ୍ତ୍ରୀ ଚାହିଁଥିଲେ ଘରେ ଯାଇ ଦୀପ ପହଞ୍ଚିଥାନ୍ତା କିନ୍ତୁ ସେ ତାହା ନକରି ନିଜେ ଦୋକାନରେ ପହଞ୍ଚି ‘ଭୋକଲା ଫର ଲୋକାଲ’ର ବାର୍ତ୍ତା ଦେଇଛନ୍ତି । କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ଦୀପ କିଣି ତାଙ୍କୁ ପ୍ରୋତ୍ସାହିତ କରିଛନ୍ତି ସିଏମ୍‌ । ଆଲୋକର ପର୍ବ ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରୀଙ୍କର ଏହି ନିଆରା ଦୀପ କିଣାକୁ ନେଇ ବେଶ ଖୁସି ପ୍ରକଟ କରିଛନ୍ତି ଖରା, ଶୀତ-କାକରରେ ବସି ବିକୁଥିବା ଛୋଟ ଛୋଟ ଛୋଟ ବ୍ୟବସାୟୀ ।

ଏହା ମଧ୍ୟ ପଢନ୍ତୁ-ଜନ୍ମମାଟିରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ, ସକାଳୁ କେନ୍ଦୁଝର ଗସ୍ତ କରିବେ ମୋହନ

  • ଦୀପାବଳୀର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସେପଟେ ଦୀପ କିଣିସାରିବା ପରେ ସାରା ଓଡିଶାବାସୀଙ୍କୁ ଦୀପାବଳୀର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ''ଅନ୍ଧାରରୁ ଆଲୋକ ଓ ଅନ୍ୟାୟରୁ ନ୍ୟାୟ ଆଡକୁ ଯିବା ଆମକୁ ଏ ପର୍ବ ଶିଖାଏ । ଆମ ସଂସ୍କୃତି ଓ ପରମ୍ପରାର ଏହି ଧରାବରହକୁ ନେଇ ପାଳନ ହେଉଥିବା ଏହି ପର୍ବରେ ଓଡ଼ିଶାର ଲୋକମାନେ କିଭଳି ଶାନ୍ତି ରହିବେ ମୁ ମା' କାଳୀଙ୍କ ନିକଟରେ ପ୍ରାର୍ଥନା କରୁଛି । ମୁଁ ପୂର୍ବରୁ ପ୍ରତିବର୍ଷ ଏହି ସ୍ଥାନରୁ ଦୀପ କିଣି ପୁରୁଣା ସ୍ମୃତିକୁ ମନେପକେଇଲି । ଆମ ଓଡ଼ିଆ ବ୍ୟବସାୟୀଙ୍କଠାରୁ ଦୀପ କିଣି ଆମ ଅସ୍ମିତାର ନିଦର୍ଶନ ଦେଇ ବେଶ ଖୁସି ହେଲି । ''

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details