ବାଲେଶ୍ବର: ଆରମ୍ଭ ହୋଇଛି ଅଲିଭ ରିଡ଼ଲେ କଇଁଛଙ୍କ ଆଗମନର ସମୟ । ସେମାନଙ୍କ ସ୍ୱାଗତ ଏବଂ ସୁରକ୍ଷା ପାଇଁ ବନ ବିଭାଗ ଯେତିକି ଯତ୍ନବାନ ସେତିକି ଯତ୍ନବାନ ମଧ୍ୟ ମତ୍ସ୍ୟଜୀବୀ ଏବଂ ଟ୍ରଲର ମାଲିକ ସଂଘ । କେବଳ ସେତିକି ନୁହେଁ କଇଁଛଙ୍କ ସୁରକ୍ଷିତ ଅଣ୍ଡାଦାନ ଠାରୁ ଆରମ୍ଭ କରି ଅଣ୍ଡା ଫୁଟିବା ଯାଏଁ ସମସ୍ତ ବ୍ୟବସ୍ଥା ବନ ବିଭାଗ କରୁଥିବା ବେଳେ କିଛି ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ଅଲିଭ ରିଡ଼ଲେଙ୍କ ସୁରକ୍ଷା ଦିଗରେ ଯତ୍ନବାନ ହେଉଥିବା ଦେଖିବାକୁ ମିଳିଛି । ନଭେମ୍ବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସେମାନଙ୍କ ଆଗମନ ଠାରୁ ଆରମ୍ଭ କରି ସୁରକ୍ଷା, ଅଣ୍ଡାଦାନ, ଅଣ୍ଡା ଫୁଟିବା ଏବଂ ସେମାନଙ୍କୁ ପୁଣି ସୁରକ୍ଷିତ ସ୍ଥାନରେ ଛାଡ଼ିବା ଆଦି କାର୍ଯ୍ୟ ସମ୍ପାଦନ କରାଯାଇଥାଏ । ଏସବୁ କାର୍ଯ୍ୟର ସଠିକ ତଦାରଖ ଏବଂ ସଚେତନତା ଉଦ୍ଦେଶ୍ୟରେ ବନ ବିଭାଗ ତତ୍ପରତା ଦେଖାଇଛି । ଟ୍ରଲର ସଂଘ, ମତ୍ସ୍ୟଜୀବୀ ସଂଘ, ବନ କର୍ମଚାରୀ, ସ୍ୱେଚ୍ଛାସେବୀ ସଂଗଠନ ସଦସ୍ୟମାନଙ୍କୁ ଏକଜୁଟ କରି ସଚେତନତା ମୂଳକ କାର୍ଯ୍ୟକ୍ରମ କରିବା ସହ ଆଗାମୀ କାର୍ଯ୍ୟପନ୍ଥା ଆଲୋଚନା କରାଯାଇଛି ।
ବିଗତ ୪ ବର୍ଷର ରିପୋର୍ଟ:
ବିଗତ ୪ ବର୍ଷ ମଧ୍ୟରେ ବାଲେଶ୍ୱର ଉପକୂଳ ଅଞ୍ଚଳରେ କେତେ ଅଲିଭ ରିଡ଼ଲେ ଆସିଛନ୍ତି ଏବଂ କେତେ ଅଣ୍ଡାଦାନ କରିଛନ୍ତି ସେ ସମ୍ପର୍କରେ ଅଧିକ ସୂଚନା ଦେଇ ବାଲେଶ୍ବର ଏସିଏଫସୁଶ୍ରୀ ସସ୍ମିତା ସାହୁ କହିଛନ୍ତି, "ଅଣ୍ଡାଦାନ ୭ଟି ଜାଗାରେ ହୁଏ । ସେଥିପାଇଁ ସେହି ଅଞ୍ଚଳରେ କ୍ୟାମ୍ପ ତିଆରି କରାଯାଇଥାଏ । ଯେଉଁଠି କଇଁଛ ଅଣ୍ଡା ଦିଅନ୍ତି ତାକୁ ଆମେ ସଂଗ୍ରହ କରି ହେଚେରୀରେ ରଖୁ । ଗତ ୪ ବର୍ଷର ତଥ୍ୟ ଅନୁସାରେ, ୨୦୨୦-୨୧ରେ ମାତ୍ର ୨ଟି ଅଲିଭ ରିଡ଼ଲେ କଇଁଛ ଅଣ୍ଡା ଦେବାକୁ ଆସିଥିଲେ । ୩୦୫ଟି ଅଣ୍ଡା ଫୁଟିଥିଲା । ୨୦୨୧-୨୨ରେ ୧୧ଟି କଇଁଛ ଆସିଥିଲେ । ସେଥିରୁ ୯୧୬ଟି ଅଣ୍ଡା ଫୁଟିଥିଲା । ୨୦୨୨-୨୩ରେ ୧୯ଟି କଇଁଛ ଆସିଥିଲେ । ଯାହା ଭିତରୁ ୧୫୬୪ଟି ଅଣ୍ଡା ଫୁଟିଥିଲା । କିନ୍ତୁ ଗତବର୍ଷ ଏହା ବୃଦ୍ଧି ହୋଇ ୭୧ଟି କଇଁଛ ଅଣ୍ଡାଦାନ ପାଇଁ ଆସିଥିଲେ । ସେମାନଙ୍କ ପାଖରୁ ୫୪୬୩ ଅଣ୍ଡା ଫୁଟିଥିଲା । ତାଙ୍କୁ ନେଇ ପୁଣି ସମୁଦ୍ରରେ ଛଡ଼ା ହୋଇଥିଲା । ମୁଖ୍ୟତଃ ୨ଟି ରେଞ୍ଜର ଉପକୂଳ ଅଞ୍ଚଳରେ ଅଲିଭ ରିଡ଼ଲେ ଅଣ୍ଡାଦାନ କରୁଛନ୍ତି । ଚାନ୍ଦିପୁର ଏବଂ ଜଳେଶ୍ବର ରେଞ୍ଜ । ଚାନ୍ଦିପୁର ରେଞ୍ଜ ଅଞ୍ଚଳରେ ୪ଟି ଯଥା ପରିଖି, ହଂସକୁରା, ଚୌମୁଖ ଏବଂ ତାଳପଦା । ସେହିପରି ଜଳେଶ୍ୱର ରେଞ୍ଜ ଅଞ୍ଚଳରେ ତାଳସାରି, ମୁରଲିଚଢା ଏବଂ କୀର୍ତ୍ତନୀୟା ଅଞ୍ଚଳରେ ଅଣ୍ଡାଦାନ କରୁଛନ୍ତି ।"
ଅଲିଭ ରିଡ଼ଲେ କଇଁଛ ସୁରକ୍ଷା:
ଏସିଏଫସୁଶ୍ରୀ ସସ୍ମିତା ସାହୁ ଆହୁରି କହିଛନ୍ତି, "କିଛି କଇଁଛଙ୍କ ମୃତ୍ୟୁ ହୋଇଛି । ମତ୍ସ୍ୟଜୀବୀଙ୍କ ଜାଲରେ ଲାଗି କିଛି ମୃତ୍ୟୁବରଣ କରିଛନ୍ତି । ହେଲେ କେତୋଟି କଇଁଛଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଆଶା କରୁଛୁ କି ଏ ବର୍ଷ ଅଧିକ ଅଲିଭ ରିଡ଼ଲେ ଆସିବେ । ଯେହେତୁ ଗତ ୪ ବର୍ଷ ଧରି ସେମାନଙ୍କ ଆଗମନର ବୃଦ୍ଧି ହେଉଛି ସେଥିପାଇଁ ଗତବର୍ଷ ତୁଳନାରେ ଏଥର ଅଧିକ ଆସିବାର ସମ୍ଭାବନା ରହିଛି । ସୁରକ୍ଷା ପାଇଁ ସମୁଦ୍ର କୂଳ ସଫା କରାଯାଉଛି । ୭ଟି କ୍ୟାମ୍ପରେ ଜଗୁଆଳି ନିୟୋଜିତ ରହିଛନ୍ତି । କେତେବେଳେ କଇଁଛମାନେ ଆସୁଛନ୍ତି, ଅଣ୍ଡା ଦେଉଛନ୍ତି ସେମାନେ ପ୍ରତିଦିନ ପାଟ୍ରୋଲିଂ କରିବେ । ପରେ ଆମ ଷ୍ଟାଫ ଏବଂ ଜଗୁଆଳିମାନେ ଅଣ୍ଡା ଆଣି ହେଚେରୀରେ ଯତ୍ନର ସହ ରଖିବେ । ଏହାସହ ମତ୍ସ୍ୟଜୀବୀ, ଲୋକମାନଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ବୋର୍ଡ ଲଗାଯାଉଛି । ମତ୍ସ୍ୟ ବିଭାଗ, ମେରାଇନ ପୋଲିସ ସହିତ ବନ ବିଭାଗର ଷ୍ଟାଫମାନେ ରେଗୁଲାର ପାଟ୍ରୋଲିଂ କରୁଛନ୍ତି । ଆମେ ଅନୁରୋଧ କରୁଛୁ କି ଯେଉଁ ମତ୍ସ୍ୟଜୀବୀମାନଙ୍କ ଜାଲରେ କଇଁଛ ଲାଗିଯାଉଛନ୍ତି ସେମାନଙ୍କୁ ଯତ୍ନର ସହ ବାହାର କରିବେ ନ ହେଲେ ଆମକୁ ଯୋଗାଯୋଗ କଲେ ଆମେ ତାଙ୍କୁ ଉଦ୍ଧାର କରି ଉପଯୁକ୍ତ ସ୍ଥାନରେ ରଖି ପାରିବୁ ।"
ଜୀବିକା ହରାଇବେ ୧୫ ଲକ୍ଷ ମତ୍ସ୍ୟଜୀବୀ: