ଓଡିଶା

odisha

ETV Bharat / state

ନିର୍ବାଚନି ହିଂସା ରୋକିବାକୁ ଡିଜିପିଙ୍କ ବୈଠକ, ଭିସିରେ ଜିଲ୍ଲା ଏସପିଙ୍କ ସହ ଆଲୋଚନା - DGP meeting - DGP MEETING

DGP meeting: ରାଜ୍ୟରେ ଆଗକୁ ରହିଛି ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଏହି ସମୟରେ ହିଂସାକୁ ରୋକିବାକୁ ସମସ୍ତ ଜିଲ୍ଲା ଏସପିଙ୍କ ସହ ଆଲୋଚନା କଲେ ଡିଜିପି । ଅଧିକ ପଢନ୍ତୁ

DGP VIDEO CONFERENCE WITH ALL SP
DGP VIDEO CONFERENCE WITH ALL SP (ETV BHARAT ODISHA)

By ETV Bharat Odisha Team

Published : May 18, 2024, 12:29 PM IST

DGP VIDEO CONFERENCE WITH ALL SP (ETV BHARAT ODISHA)
ଭୁବନେଶ୍ୱର: ଖଲ୍ଲିକୋଟରେ ନିର୍ବାଚନୀ ହିଂସା ପରେ ତତ୍ପର‌ ପୋଲିସ । ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଭିଡିଓ କନଫେରେନସ ଜରିଆରେ ପୋଲିସ ଡିଜିପି ଅରୁଣା କୁମାର ଷଡଙ୍ଗୀଙ୍କ ବୈଠକ । ସମସ୍ତ ଜିଲ୍ଲା ଏସପିଙ୍କ ସହ ଆଇନଶୃଙ୍ଖଳା ନେଇ ଡିଜିପି ଆଲୋଚନା କରିଛନ୍ତି ।

ପ୍ରତିକ୍ରିୟାରେ ଡିଜିପି କହିଛନ୍ତି, ''ସମସ୍ତ ଏସପି ମାନଙ୍କ ସହ ଭିଡିଓ କନଫରେନ୍ସରେ ବୈଠକ କରଯାଇଛି । ସମସ୍ତ ଜିଲ୍ଲାର ଆଇନ ଶୃଙ୍ଖଳା ନେଇ ଆଉ ଥରେ ରିଭ୍ୟୁ କରାଯାଇଛି । ହିଂସାତ୍ମକ ଘଟଣା ଉପରେ ଜିରୋ ଟଲେରାନ୍ସ ପଲିସି ନୀତିକୁ ଗୁରୁତ୍ବ ଦିଆଯାଇଛି । କାରଣ ହିଂସାକୁ ବରଦାସ୍ତ କରାଯିବ ନାହିଁ । ଯେକୌଣସି ଘଟଣା ଘଟୁଥିଲେ ତତକ୍ଷଣାତ୍ ତୁରନ୍ତ କେସ କରି ଆସାମିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବୁ । ସେ ନେଇ ଏସପି ମାନଙ୍କ ସହ ଆଲୋଚନା କରାଯାଇ ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରିବା ପାଇଁ କୁହାଯାଇଛି । ବର୍ତ୍ତମାନ ସମୟରେ ଯେଉଁ ପୋଲିସ ମାନେ ନିର୍ବାଚନୀ ଡ୍ୟୁଟିରେ ଅଛନ୍ତି ସେମାନେ ଅହୋରାତ୍ର ଡ୍ୟୁଟି କରୁଛନ୍ତି । ସେ ନେଇ ସେ ନିଜର କୃତଜ୍ଞତା ଜ୍ଞାପନ କରିଛି ଓ ସାଧୁବାଦ ଜଣାଇଛନ୍ତି ସେମାନଙ୍କର ତ୍ୟାଗ ସମାଜ ପାଇଁ ।''

ଏହା ମଧ୍ୟ ପଢନ୍ତୁ-ଖଲ୍ଲିକୋଟ ନିର୍ବାଚନୀ ହିଂସା, ତଦନ୍ତ କରିବ SIT - KHALLIKOTE PRE POLL VIOLENCE

ଗଞ୍ଜାମ ଖଲ୍ଲିକୋଟରେ ହୋଇଥିବା ଘଟଣା ନେଇ ଡିଜିପି କହିଛନ୍ତି, ''ଗତ ୧୫ତାରିଖ ରାତିରେ ଯେଉଁ ଘଟଣା ଘଟିଥିଲା ସେନେଇ ୯ ଜଣ ଆସାମୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଖଲ୍ଲିକୋଟ ନିର୍ବାଚନୀ ହିଂସା ସମୟରେ ବିଜେପି କର୍ମୀଙ୍କୁ ହତ୍ୟା ଘଟଣାରେ ଆଉ ଯେଉଁ ମାନେ ଅଭିଯୁକ୍ତ ରହିଛନ୍ତି ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ। 9ଗିରଫ ଅଭିଯୁକ୍ତ କୋର୍ଟ ଫର ଓ୍ବାର୍ଡ ସମୟରେ ଗାଁ ଲୋକେ ବିରୋଧ କରିଥିଲେ । ସେଠାରେ ୧୪୪ ଧାରା‌ ଜାରି ରହିଛି । ଘଟଣାକୁ ଗୁରୁତର ସହ ନେଇଛୁ । ଆଉ କୌଣସି ହିଂସାକାଣ୍ଡ ଯଦି ହୁଏ ଦୃଢ଼ ହସ୍ତରେ ଦମନ ପାଇଁ ସବୁ ଜିଲ୍ଲା ଥାନାକୁ ନିର୍ଦେଶ ରହିଛି । ଖଲ୍ଲିକୋଟ ଘଟଣାରେ ଏସ ଆଇଟି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏକ ଟିମ୍ ଗଠନ କରି ଘଟଣାର ତଦନ୍ତ କରି ଅନ୍ୟ ଅଭିଯୁକ୍ତକୁ ଗିରଫ କରିବେ।ଏପରିକି ସାଇଣ୍ଟିଫିକ ଡିଜିଟାଲ ଇନଭେଷ୍ଟିଗେସନ କରି ସମର୍ଥ ତଥ୍ୟ ପ୍ରମାଣ ଯୋଗାଡ଼ କରିବେ। ୩୦ଦିନି ଭିତରେ ଚାର୍ଜସିଟ୍ କରିବା ସହ ଯେପରି ଶୀଘ୍ର ଟ୍ରାୟଲ ଆରମ୍ଭ ହୋଇ ଶୀଘ୍ର ସରିବ ସେନେଇ ରେଞ୍ଜ ଆଇଜି ଓ ଡିଅଆଜିଙ୍କୁ କୁହାଯାଇଛି। ଗଞ୍ଜାମରେ ଯେହେତୁ ଆଗକୁ ୨୦ରେ ନିର୍ବାଚନ ଅଛି ସେନେଇ ଛତ୍ରପୁରରେ ଏଡିଜି ହେଡକ୍ବାଟର ଆଇପିଏସ ଆର କେ ଶର୍ମାଙ୍କୁ କ୍ୟାମ୍ପ କରିବାକୁ କୁହାଯାଇଛି । ସେ ଗଞ୍ଜାମ ଉପରେ ନଜର‌ ରଖିବେ। ମୋବାଇଲ ପାଟ୍ରୋଲି ମୁତୟନ କରାଯିବଫ୍ଲାଗ ମାର୍ଚ୍ଚ ଚାଲିଛି, ମୋବାଇଲ ପାଟ୍ରୋଲି ୟୁନିଟକୁ ଅଧିକ ନଜର ରଖିବାକୁ କୁହାଯାଇଛି ।''

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details