ଓଡିଶା

odisha

ETV Bharat / state

କାଲି ବିଧାନସଭା ବଜେଟ ଅଧିବେଶନ, ସୁରକ୍ଷା ବ୍ୟବସ୍ଥାର ତଦାରଖ କଲେ ଡିଜିପି - ବିଧାନସଭାରେ ସୁରକ୍ଷା ବ୍ୟବସ୍ଥା

Odisha Assembly's Budget Session: ବିଧାନସଭା ବାହାରେ ଓ ଭିତରେ ଅଘଟଣ ରୋକିବା ନେଇ ଏଥର ହୋଇଛି କଡ଼ା ପ୍ରସ୍ତୁତି । ସମସ୍ତ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ପୋଲିସ ଡିଜି । ଅଧିକ ପଢନ୍ତୁ

ସୁରକ୍ଷା ବ୍ୟବସ୍ଥାର ତଦାରଖ
ସୁରକ୍ଷା ବ୍ୟବସ୍ଥାର ତଦାରଖ

By ETV Bharat Odisha Team

Published : Feb 4, 2024, 8:27 PM IST

ସୁରକ୍ଷା ବ୍ୟବସ୍ଥାର ତଦାରଖ

ଭୁବନେଶ୍ୱର:ଆସନ୍ତାକାଲି ବିଧାନସଭା ବଜେଟ ଅଧିବେଶନ । ଏହା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ଡିଜିପି ଓ ବରିଷ୍ଠ ପୋଲିସ ଅଧିକାରୀ । ବିଧାନସଭା ବାହାରେ ଓ ଭିତରେ ଅଘଟଣ ରୋକିବା ନେଇ ଏଥର ହୋଇଛି କଡ଼ା ପ୍ରସ୍ତୁତି । ଡିଜିପି କହିଛନ୍ତି, "ଆଣ୍ଟି ସାବୋଟେଜ ଏଡ଼ାଇବାକୁ ତୟାର ରହିଛନ୍ତି ଟିମ । ୧୩ ତାରିଖ ଯାଏଁ ହେବାକୁ ଥିବା ଏହି ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ପୋଲିସ ଡିଜି ଅରୁଣ କୁମାର ଷଡଙ୍ଗୀ । ଏନେଇ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ ଗୁଇନ୍ଦା ଆଇଜି, ପୋଲିସ କମିଶନର ଉପସ୍ଥିତ ରହିଥିଲେ । ଏହାସହ ଅତିରିକ୍ତ ପୋଲିସ କମିଶନର, ଭୁବନେଶ୍ୱର ଡିସିପି ଓ ଅନ୍ୟାନ୍ୟ ପୋଲିସ ଅଧିକାରୀମାନେ ମଧ୍ୟ ବିଧାନସଭା ପରିସର ଭିତର ଓ ବାହାର ବୁଲି ଦେଖିଛନ୍ତି ।

ସୁରକ୍ଷା ବ୍ୟବସ୍ଥାର ତଦାରଖ

ସୁରକ୍ଷା ପାଇଁ ନିୟୋଜିତ ହେବାକୁ ଥିବା ସୁରକ୍ଷା କର୍ମୀଙ୍କ ସହ ଆଲୋଚନା କରାଯାଇଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ଅଧିବେଶନ ବସିବାକୁ ଯାଉଛି । ବର୍ତ୍ତମାନର ରାଜ୍ୟପାଳଙ୍କ ପ୍ରଥମ ଥର ବିଧାନସଭା ଗସ୍ତକୁ ଦୃଷ୍ଟିରେ ରଖି ଆୟୋଜନ ମଧ୍ୟ କରାଯାଇଛି । ଏନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିପାଇଁ ୨୮ ପ୍ଲାଟୁନ ଫୋର୍ସ ମୁତୟନ ସହ ସୁରକ୍ଷା ପରିଚାଳନା ପାଇ ୬ଜଣ ଅତିରିକ୍ତ ଡିସିପିଙ୍କ ସହ ୨୭ଜଣ ଇନ୍ସପେକ୍ଟର ଓ ଏଏସଆଇ ଦାୟିତ୍ୱରେ ରହିବେ । ଏଥିସହ ୨୦୦ଜଣ କନଷ୍ଟେବଳ ମଧ୍ୟ ବିଧାନସଭା ବାହାରେ ଓ ଭିତରେ ପ୍ରହରା ଦେବେ । ବନ୍ଧୁକଧାରୀ ପୋଲିସ ମୁତୟନ ହେବାକୁ ଥିବାବେଳେ ୧୪ରୁ ୧୫ଜଣିଆ କୁଇକ ରେସ୍ପନ୍ସ ଟିମ୍, ୨ଟି ସ୍ପେଶାଲ ଟାକ୍ଟିକାଲ ୟୁନିଟ ମଧ୍ୟ ନିୟୋଜିତ ହେବେ । ବମ ସ୍କ୍ୱାଡ ଓ ଡଗ ସ୍କ୍ୱାଡଙ୍କୁ ନିୟୋଜିତ କରାଯିବ । ବିଧାନସଭାରେ ସିସିଟିଭି ସର୍ଭିଲାନ୍ସ ସହ କଣ୍ଟ୍ରୋଲ ରୁମରୁ ନଜର ରଖାଯିବ ।

ସୁରକ୍ଷା ବ୍ୟବସ୍ଥାର ତଦାରଖ

ଏହା ମଧ୍ୟ ପଢନ୍ତୁ...ଫେବ୍ରୁଆରୀ ୫ରୁ ବିଧାନସଭା ବଜେଟ ଅଧିବେଶନ, ୮ରେ କାମଚଳା ବଜେଟ

ସୁରକ୍ଷା ବ୍ୟବସ୍ଥାର ତଦାରଖ

ଏହାସହ ଆମ୍ବୁଲାନସ ଓ ଅଗ୍ନିସେବା ଗାଡି ମଧ୍ୟ ମହଜୁଦ ରହିବ । ତେବେ ଆତ୍ମଘାତୀ ମାମଲା ଏଡାଇବାକୁ ଟିମ୍ ପ୍ରସ୍ତୁତ ରହିଛନ୍ତି ବୋଲି କହିଛନ୍ତି ଡିଜିପି ଅରୁଣ କୁମାର ଷଡଙ୍ଗୀ । ମୁଖ୍ୟତଃ ବିଧାନସଭା ଅଧିବେଶନ ସମୟରେ ମଧ୍ୟ ଲୋୟର ପିଏମଜିରେ ଧାରଣା, ପ୍ରତିବାଦ ଓ ରାଲି ମଧ୍ୟ ହୋଇଥାଏ । ସେସବୁକୁ ଦୃଷ୍ଟିରେ ରଖି ମଧ୍ୟ ପୋଲିସ ବନ୍ଦୋବସ୍ତ କରିଛି । ଏନେଇ ବିଧାନସଭା ବାହାରେ ୧୨୦ବାଟାଲିୟନଠୁ ଆରମ୍ଭ କରି ଏଜି ଛକ, କେଶରୀ ସିନେମା ହଲ ଏବଂ ଆଇଜି ପାର୍କ ଦେଇ ବିଧାନସଭା ସାମ୍ନାରେ ଥିବା ରାସ୍ତାରେ ସର୍ବସାଧାରଣ ଯାତାୟତ ଉପରେ ପ୍ରତିବନ୍ଧକ ଲଗାଯାଇଛି ।ଏନେଇ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ ଆଡଭାଇଜରି କରାଯାଇଛି । ସେହି ସବୁ ରୁଟ୍ ଦେଇ ଯିବା ଆସିବା କରିବାକୁ ଥିବା ଗାଡି଼ ଅନ୍ୟ ଡାଇଭର୍ସନ ଦେଇ ଯିବା ପାଇଁ ଜନସାଧାରଣଙ୍କୁ ଅବଗତ କରାଯାଇଛି ।


ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details