ଓଡିଶା

odisha

By ETV Bharat Odisha Team

Published : Feb 5, 2024, 10:28 PM IST

ETV Bharat / state

ଉଦଘାଟନ ହେଉନି ଥାନାର ନୂତନ କୋଠା; ହନ୍ତସନ୍ତ ଜନସାଧାରଣ

Demands For Inauguration Of New Police Station: ଭୂତକୋଠି ପାଲଟିଛି ଖୋର୍ଦ୍ଧା ଜିଲ୍ଲାର ଆଦର୍ଶ ଥାନା ଓ ବାଘମାରୀ ନୂତନ ଥାନା ଗୃହ । ଅଧିକ ପଢ଼ନ୍ତୁ

ଉଦଘାଟନ ହେଉନି ଥାନାର ନୂତନ କୋଠା
ଉଦଘାଟନ ହେଉନି ଥାନାର ନୂତନ କୋଠା

ଉଦଘାଟନ ହେଉନି ଥାନାର ନୂତନ କୋଠା

ଖୋର୍ଦ୍ଧା: ଦୀର୍ଘ ଏକ ବର୍ଷ ହେବ କାମ ସରିଲାଣି । କିନ୍ତୁ ଆଜି ପର୍ଯ୍ୟନ୍ତ ଉଦଘାଟନ ହୋଇପାରୁନି । ଭୂତକୋଠି ପାଲଟିଛି ଖୋର୍ଦ୍ଧା ଜିଲ୍ଲାର ଆଦର୍ଶ ଥାନା ଓ ବାଘମାରୀ ନୂତନ ଥାନା ଗୃହ । ଚତୁଃପାର୍ଶ୍ଵକୁ ଦେଖିଲେ ସତେ ଯେମିତି ଗ୍ୟାରେଜ ନଚେତ କବାଡ଼ିଆଖାନା ଭଳି ମନେ ହେଉଛି । ଗୋଟିଏ ଥାନା ନିର୍ମାଣ ବାବଦକୁ ପ୍ରାୟ ୨ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । କିନ୍ତୁ ଉଦଘାଟନ କେବେ ହେବ ତାହାର ଉତ୍ତର କାହା ପାଖରେ ନାହିଁ ।

ପ୍ରାୟ ୩ ରୁ ୪ ବର୍ଷ ହେବ ଖୋର୍ଦ୍ଧା ବିଜେବି ହାଇସ୍କୁଲ ଛାତ୍ରାବାସରେ ଜିଲ୍ଲାର ଏକ ଗୁରୁତ୍ବପୂର୍ଣ୍ଣ ଆଦର୍ଶ ଥାନା କାର୍ଯ୍ୟକ୍ଷମ କରୁଛି । ଏହି ଥାନାର ଗୋଟିଏ ପାର୍ଶ୍ଵରେ ୧୬ନଂ ଜାତୀୟ ରାଜପଥ ଏବଂ ଅନ୍ୟପାର୍ଶ୍ୱରେ ୫୭ ନଂ ଜାତୀୟ ରାଜପଥ ଯାଇଛି । ସେ ଦୃଷ୍ଟିକୋଣରୁ ଅଇନ ଶୃଙ୍ଖଳା, ଧନଜୀବନ ସୁରକ୍ଷା କ୍ଷେତ୍ରରେ ଏହି ଥାନାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଏଥିସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏହି ଥାନା ଅଧୀନରେ ଯାଉଥିବା ବେଳେ ନିୟମିତ ଆନ୍ଦୋଳନ, ଧାରଣା, ବିକ୍ଷୋଭ ସମୟରେ ଏହି ଥାନା ପୁଲିସର ବେଶ ଭୂମିକା ରହିଛି । ଏହାସହ ବେଆଇନ ଖଣି ଖାଦନ ଚୋରି ଓ ନିୟମିତ ଜାତୀୟ ରାଜପଥରେ ଲୁଟ, ରାହାଜାନି, ବ୍ରାଉନସୁଗାର କାରବାର ଭଳି ମାମଲା ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଏହି ଦୃଷ୍ଟିକୋଣରୁ ରାଜ୍ୟ ସରକାର ଟାଉନ ଥାନା ଭାବେ ପରିଚିତ ଭକ୍ତ ପୂରାତନ ଥାନାକୁ ମଡ଼େଲ ତଥା ଆଦର୍ଶ ଥାନା ଭାବେ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....23 ଜିଲ୍ଲାରେ ଖୋଲିଲା 30 ନୂଆ ଥାନା, ମୈତ୍ରିବିହାର ଥାନାରୁ ମୁଖ୍ୟମନ୍ତ୍ରୀଙ୍କ ଶୁଭାରମ୍ଭ

ସେହିପରି ୫୭ନଂ ଜାତୀୟ ରାଜପଥ କଡରେ ଥିବା ବାଘମାରୀ ଫାଣ୍ଡିକୁ ୨୦୧୯ ମସିହାରେ ରାଜ୍ୟ ସରକାର ଜନସଂଖ୍ୟା ଓ ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ଫାଣ୍ଡିକୁ ଥାନାରେ ରୂପାନ୍ତରିତ କରିଥିଲେ । ସେବେଠାରୁ (୨୦୧୯-୨୦ ମସିହା)ରୁ ନୂତନ କୋଠା ଆରମ୍ଭ ହୋଇ ପ୍ରାୟ ଏକ ବର୍ଷ ହେବ କାର୍ଯ୍ୟ ଶେଷ ହେଲାଣି । କିନ୍ତୁ ନୂଆ ଥାନା କୋଠା ପ୍ରାୟ ଏକ ବର୍ଷ ହେବ ସରିଥିଲେ ମଧ୍ୟ ଏହାର ଉଦଘାଟନ କରାଯାଉନି । ଫଳରେ ଅସ୍ଥାୟୀ ଭାବେ ଚାଲିଥିବା ଥାନାରେ ମହିଳା ଓ ଶିଶୁ ଡେସ୍କ କାର୍ଯ୍ୟକ୍ଷମ ନେଇ ସମସ୍ୟା ଦେଖାଯାଉଥିବା ବେଳେ ଅଭିଯୋଗ କରିବାକୁ ଆସୁଥିବା ଲୋକ ଓ ବରିଷ୍ଠ ନାଗରିକଙ୍କ ପାଇଁ ଗଛ ତଳେ ନଚେତ ବାରଣ୍ଡାରେ ବସିବା ଦେଖାଯାଉଛି । ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ନୂତନ ଭାବେ ନିର୍ମାଣ ହୋଇଥିବା ଥନାକୁ କାର୍ଯ୍ୟକ୍ଷମ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ସେପଟେ ଖୋର୍ଦ୍ଧା ଆଦର୍ଶ ଥାନା ଓ ବାଘମାରି ଥାନାର ନୂତନ କୋଠା କେବେ ଉଦଘାଟନ ହେବ ସେ ସମ୍ପର୍କରେ ଏସପି ସିଦ୍ଧାର୍ଥ କଟାରିଆଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଖୁବଶୀଘ୍ର ଏହି ଦୁଇ ଥାନାର ନୂତନ କୋଠାକୁ ଉଦଘାଟନ କରାଯିବ ବୋଲି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details