ETV Bharat / state

କ୍ଷୀର ପିଉଥିଲେ ସାବଧାନ ! ଅପମିଶ୍ରିତ ନକଲି କ୍ଷୀର ଜବତ - Fake Milk Products Factory Busted - FAKE MILK PRODUCTS FACTORY BUSTED

Duplicate Milk Factory Busted: ନକଲି କ୍ଷୀର କମ୍ପାନୀ ଉପରେ ଚଢ଼ାଉ । ଅପମିଶ୍ରଣ କରି ପ୍ରସ୍ତୁତ ହେଉଥିଲା ନକଲି କ୍ଷୀର । ଅଧିକ ପଢ଼ନ୍ତୁ

Milk Factory
Milk Factory (ETV Bharat Odisha)
author img

By ETV Bharat Odisha Team

Published : Sep 23, 2024, 6:48 PM IST

କଟକ: ଦିନକୁ ଦିନ ନକଲି ସାମଗ୍ରୀ ବିକ୍ରି ବଜାରରେ ବଢିବାରେ ଲାଗିଛି । କେତେବେଳେ ନକଲି ତେଲ ତ ଆଉ କେତେବେଳେ ନକଲି ଡାଲି, ପୁଣି କେତେବେଳେ ନକଲି ଚା' । ଏଭଳି ନକଲି ସାମଗ୍ରୀ କଟକରୁ ପୂର୍ବରୁ ଠାବ କରିବା ସହ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ବର୍ତ୍ତମାନ ବଜାରରେ ନକଲି କ୍ଷୀର, ଦହି ଓ ଲସି ଦେଖିବାକୁ ମିଳିଛି । ନକଲି କ୍ଷୀର କମ୍ପାନୀରେ ଚଢାଉ କରାଯାଇ ଅସଲି କ୍ଷୀରରେ ବିଭିନ୍ନ ରାସାୟନିକ ଗୁଣ୍ଡ ମିଶି ପ୍ରସ୍ତୁତି କରାଯାଉଥିବା ଅପମିଶ୍ରିତ କ୍ଷୀରକୁ ଜବତ କରିଛି ପୋଲିସ ।

ନକଲି କ୍ଷୀର କମ୍ପାନୀ:

Adulterated Milk Factory Busted (ETV Bharat Odisha)

କଟକ ଜଗତପୁର ଥାନା ଆତୋଡା ଛକରେ ଥିବା ନକଲି କ୍ଷୀର କମ୍ପାନୀରେ କମିଶନରେଟ ପୋଲିସର ଚଢାଉ । ଅସଲି କ୍ଷୀରରେ କାଷ୍ଟିଂ ପାଉଡର ଏବଂ ଲୁଣ ମିଶ୍ରଣ ଭଳି ଅନେକ ରାସାୟନିକ ଗୁଣ୍ଡ ମିଶାଯାଇ କ୍ଷୀର ପ୍ରସ୍ତୁତି କରାଯାଉଥିଲା । ତାହା ପୁଣି ବେଆଇନ ଭାବରେ । ତେବେ ଖବର ପାଇ କଟକ କମିଶନରେଟ ପୋଲିସ ଅପମିଶ୍ରିତ କ୍ଷୀର କମ୍ପାନୀରେ ଚଢ଼ାଉ କରିଥିଲା । ଏହାସହ ଖାଦ୍ୟ ନିରାପତ୍ତା ବିଭାଗ ପହଞ୍ଚି ଯାଞ୍ଚ କରି କ୍ଷୀର ଜବତ କରି ପରୀକ୍ଷା ପାଇଁ କ୍ଷୀର ସାମ୍ପଲକୁ ପଠାଇଛି । ସେପଟେ କମ୍ପାନୀକୁ ସିଲ କରାଯାଇ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ମାନୁ ନଥିଲେ ପ୍ୟାକେଜି୍ଂ ଓ ଲେବଲିଂର ନିୟମ:

Adulterated Milk Factory Busted

ଏନେଇ କଟକ ଅତିରିକ୍ତ ଡିସିପି ଅନିଲ ମିଶ୍ର କହିଛନ୍ତି, ଆଜି ଜଗତପୁର ଆଇଆଇସି ଏକ ବିଶେଷ ସୁତ୍ରରୁ ଖବର ପାଇଥିଲେ ଯେ, ଅତୋଡା ପାଖରେ ଥିବା ଏକ କ୍ଷୀର ପ୍ରସ୍ତୁତ କରୁଥିବା କମ୍ପାନୀରେ ନିୟମ ଅନୁସାରେ କିଛି କରାଯାଉ ନାହିଁ । ଅପମିଶ୍ରଣ କରି କ୍ଷୀର ପ୍ରସ୍ତୁତ କରାଯାଉଛି, ଯାହା ଖାଦ୍ୟ ଉପଯୋଗୀ ନୁହେଁ । ଏହା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ । ଏନେଇ ଖବର ପାଇବା ପରେ ଜୋନ-୧ ଏସିପି ଓ ଅନାନ୍ୟ ଷ୍ଟାଫ୍‌, ଫୁଡ୍‌ ଇନ୍‌ସ୍ପେକ୍ଟର, ହେଲ୍ଥ ଇନ୍‌ସ୍ପେକ୍ଟରଙ୍କ ସହାୟତାରେ ଆଜି ଚଢ଼ାଉ କରାଯାଇଥିଲା । ଏଠାରେ ଦେଖିବାକୁ ପାଇଲୁ ଯେ, ଅସ୍ବାସ୍ଥ୍ୟକର ପରବେଶରେ କ୍ଷୀର ତିଆରି କରାଯାଉଛି । ଫୁଡ୍‌ ଲାଇେସେନ୍ସରେ ଥିବା ନିୟମକୁ ସେ ପାଳନ କରୁନାହାମନ୍ତି । ପ୍ୟାକେଜି୍ଂ ଓ ଲେବଲିଂର ନିୟମ ଅନୁସରଣ କରିନାହାନ୍ତି ।"

କ୍ଷୀର ସହ ନକଲି ଦହି ଓ ଲସି:

ଅତିରିକ୍ତ ଡିସିପି ଅନିଲ ମିଶ୍ର ଆହୁରି ମଧ୍ୟ କହିଛନ୍ତି, "ଗୁଣ୍ଡ ପାଉଡ଼ର ଆଣି ସେଥିରେ ସୋଡିୟମ ହାଇଡ୍ରକ୍ସାଇଡ ଓ ନର୍ମାଲ ପାଣି ମିଶାଇ ପ୍ୟାକେଜିଂ କରି ବଜାରକୁ ଛାଡୁଥିଲେ । ୬ରୁ ୮ ମାସ ମଧ୍ୟରେ ଏହି ୟୁନିଟ ଆରମ୍ଭ ହୋଇଛି । ମାଲିକ ପ୍ରଦୀପ କୁମାର ପରିଡାଙ୍କୁ ଅଟକ ରଖିଛୁ । ଏହି କମ୍ପାନୀକୁ ସିଲ କରାଯାଇଛି । ଏଠାରେ କ୍ଷୀର, ଦହି ଓ ଲସି ତିଆରି କରୁଥିଲେ । ଏହାକୁ ଚୌଦ୍ବାର, କେନ୍ଦ୍ରାପଡ଼ା ଓ ପୁରୀକୁ ବିକ୍ରି ପାଇଁ ପଠାଯାଉଥିଲା । ବର୍ତ୍ତମାନ ତଦନ୍ତ ଚାଲିଛି । ଯାହାଯାହା ଅନିୟମିତତା ଥିବ ସେ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।"

ଏହା ମଧ୍ୟ ପଢ଼ନ୍ତୁ...ଟଙ୍କା ନେଉଥିଲେ ଅସଲି ବ୍ରାଣ୍ଡର, ବିକୁଥିଲେ ପାଣି - Duplicate Liquor Seized

ଏହା ମଧ୍ୟ ପଢ଼ନ୍ତୁ...ନକଲି ତରଳ ୟୁରିଆ ରାକେଟ ପର୍ଦ୍ଦାଫାସ: ଜଗତପୁରରେ ଫ୍ୟାକ୍ଟ୍ରି, ଖୋର୍ଦ୍ଧାରେ ଡିପୋ - Fake Urea Liquid

ଏହା ମଧ୍ୟ ପଢ଼ନ୍ତୁ...ବିପଦକୁ ହାତ ଠାରି ଡାକୁଛି ନକଲି ଖାଦ୍ୟ ସାମଗ୍ରୀ, ସତର୍କ କଲେ ଡାକ୍ତର ଓ ଖାଦ୍ୟ ସୁରକ୍ଷା ବିଭାଗ - duplicate food product seized

ଅସ୍ବାସ୍ଥ୍ୟକର ପରିବେଶରେ କ୍ଷୀର ପ୍ରିସ୍ତୁତ:

ଖାଦ୍ୟ ନିରାପତ୍ତା ନୋଡାଲ ଅଫିସର ସତ୍ୟବ୍ରତ ମହାପାତ୍ର କହିଛନ୍ତି, "ଆଇଆଇସି ଜଗତପୁର ଠାରୁ ଆମେ ଏଭଳି ଏକ ଅପମିଶ୍ରିତ କ୍ଷୀର ପ୍ରସ୍ତୁତ କରୁଥିବା କମ୍ପାନୀ ବିସୟରେ ଖବର ପାଇଲୁ । ଖାଦ୍ୟ ନିରାପତ୍ତା ବିଭାଗ ଆସି ଦେଖିଲୁ ଯେ, ଏଠାରେ ଅନେକ ବ୍ୟତିକ୍ରମ ଅଛି । ଷ୍ଟୋରେଜ ସିଷ୍ଟମ ଭଲ ନାହିଁ । ସିଷ୍ଟମେଟିକ୍‌ ଲ୍ୟାବ ନାହିଁ । ସମ୍ପୂର୍ଣ୍ଣ ଭାବରେ ଅସ୍ବାସ୍ଥ୍ୟକର ପରିବେଶରେ କ୍ଷୀର ପ୍ରିସ୍ତୁତ କରାଯାଉଥିଲା । ଏହି କ୍ଷୀର ଖାଇବା ଦ୍ବାରା ଅନେକ ସଂକ୍ରମଣ ହେବାର ଆଶଙ୍କା ରହିଛି ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.