ନିମାପଡା:ସେବାୟତଙ୍କୁ ଅଣସେବାୟତ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ । ସାକ୍ଷୀଗୋପାଳ ମନ୍ଦିରର ବରିଷ୍ଠ ସେବାୟତ ତଥା ପୂର୍ବତନ ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ପୁରୀ ଜିଲ୍ଲା ସେବକ ସାହିରେ ଥିବା ଜାଗେଶ୍ବରୀ ମଣ୍ଡପରେ ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘର ବୈଠକରେ ସଭାପତି ଓ ସମ୍ପାଦକଙ୍କ ଉପସ୍ଥିତିରେ ଦୁଇଜଣ ଯୁବ ସେବାୟତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବରିଷ୍ଠ ସେବାୟତ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଏହାମଧ୍ୟ ପଢନ୍ତୁ.. ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲା, ଜେଲ ଗଲେ ପିଣ୍ଟୁ ଦାଶ - Pintu Dash Arrested
ସୂଚନା ଅନୁଯାୟୀ, ଆଜି (ବୁଧବାର) ପୁରୀ ଜିଲ୍ଲା ସେବକ ସାହିରେ ଥିବା ଜାଗେଶ୍ବରୀ ମଣ୍ଡପରେ ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘର ବୈଠକ ଚାଲିଥିଲା । ଏହି ବୈଠକ ସମୟରେ ହଠାତ ଅନ୍ୟ ୨ ଜଣ ସେବାୟତ କୃଷ୍ଣଚନ୍ଦ୍ର ମହାପାତ୍ର ଓ ତାଙ୍କ ଭାଇ କୀର୍ତ୍ତି ରଞ୍ଜନ ମହାପାତ୍ର ବୈଠକ ମଝିରେ ସମସ୍ତଙ୍କ ଉପସ୍ଥିତିରେ ହଠାତ ବରିଷ୍ଠ ସେବାୟତ ତଥା ପୂର୍ବତନ ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଅଣସେବାୟତ କିଭଳି ଭାବରେ ମନ୍ଦିରରେ ସେବାୟତ ଭାବରେ ସେବା ପୂଜା କରୁଛନ୍ତି ପ୍ରସଙ୍ଗ ଉଠାଯାଇଥିବାରୁ ଏହାକୁ ବିରୋଧ କରିଥିବା ଯୋଗୁ ଏହି ଆକ୍ରମଣ ହୋଇଥିବା ଜଣାପଡିଛି ।