ଓଡିଶା

odisha

ETV Bharat / state

ମିଳିଲାନି ମହାପ୍ରୟାଣ ଗାଡ଼ି, 20 କିମି ଭାରରେ ବୁହାହେଲା ମୃତଦେହ - ଭାରରେ ବୁହା ହେଲା ମୃତଦେହ

Dead Body Carried On Cot: ମୃତଦେହ ନେବାକୁ ମିଳିଲାନି ମହାପ୍ରୟାଣ ଗାଡି । ଗାଡ଼ି ମିଳିଲାନି ବୋଲି 20କିମି ଭାରରେ ବୁହାହୋଇ ଆସିଲା ମୃତଦେହ । ଅଧିକ ପଢ଼ନ୍ତୁ

ଭାରରେ ବୁହାହେଲା ମୃତଦେହ
ଭାରରେ ବୁହାହେଲା ମୃତଦେହ

By ETV Bharat Odisha Team

Published : Jan 26, 2024, 8:20 PM IST

ଭାରରେ ବୁହାହେଲା ମୃତଦେହ

ନବରଙ୍ଗପୁର: ମୃତଦେହ ନେବାକୁ ମିଳିଲାନି ମହାପ୍ରୟାଣ ଗାଡି । ମୃତ୍ୟୁ ପରେ ମୃତଦେହକୁ ଘରେ ପହଞ୍ଚାଇବା ପାଇଁ ମହାପ୍ରୟାଣ ଗାଡି ବ୍ୟବସ୍ଥା କରିଛନ୍ତି ସରକାର । କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗାଡ଼ି ମିଳିଲାନି ବୋଲି 20କିମି ଭାରରେ ବୁହାହୋଇ ଆସିଲା ମୃତଦେହ । ତେବେ ଏଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ଫୁପୁଗାଁ ଗ୍ରାମରେ । ଏହି ଘଟଣା ସରକାରଙ୍କ ମହାପ୍ରୟାଣ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କୁମଲି ଗ୍ରାମପଞ୍ଚାୟତ ନିକଟ ପୁର୍ଣିଗୁଡା ଗ୍ରାମର କରୁଣା ଆମନାତ୍ୟ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁର ଅଭି ଆମନାତ୍ୟଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କର ଗୋଟିଏ ପୁଅ ଏବଂ ଦୁଇଟି ଝିଅ ରହିଛନ୍ତି । ତେବେ ସାନ ଝିଅ ଜନ୍ମ ହୋଇ 3 ମାସ ହୋଇଥିବାରୁ କରୁଣା ଅମାନାତ୍ୟ ତାଙ୍କ ବାପାଙ୍କ ଘର ପୁର୍ଣିଗୁଡାକୁ ଯାଇଥିଲେ । କିନ୍ତୁ ଅସୁସ୍ଥତା କରାଣ ବସତଃ ଗତ ରାତିରେ ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା ।

ସେପଟେ କରୁଣାଙ୍କ ସମ୍ପର୍କୀୟମାନେ ମୃତଦେହ ନେବା ପାଇଁ ମହାପ୍ରୟାଣ ଗାଡିକୁ ଡାକିଥିଲେ । କିନ୍ତୁ ଅନେକ ଚେଷ୍ଟା ପରେ ମଧ୍ୟ ସରକାରୀ ଗାଡି କିମ୍ବା କୌଣସି ସରକାରୀ ସାହାଯ୍ୟ ସୁବିଧା ମିଳିନଥିଲା । ସେମାନେ ଗରିବ ଶ୍ରେଣୀର ହୋଇଥିବାରୁ ଅର୍ଥାଭାବରୁ କୌଣସି ଗାଡିର ବ୍ୟବସ୍ଥା ମଧ୍ୟ କରିପାରିନଥିଲେ l ଫଳର କରୁଣାଙ୍କ ସମ୍ପର୍କୀୟମାନେ କୌଣସି ଉପାୟ ନପାଇ ବାଧ୍ୟ ହୋଇ ପ୍ରାୟ 20 କିଲୋମିଟର ଖଟିଆରେ ବୋହି ମୃତଦେହକୁ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ଫୁପୁଗାଁ ଗ୍ରାମକୁ ଆଣିଥିଲେ । ଏହାସହ ସେଠାରେ ମୃତଦେହକୁ ସତ୍କାର କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ମହିଳାଙ୍କୁ ଦଳିଦେଲା ଦନ୍ତା: ମିଳିଲାନି ମହାପ୍ରୟାଣ ଗାଡି, ମେଡିକାଲରୁ ୧୩ କିମି ବୁହା ହେଲା ମୃତଦେହ

ତେବେ ସରକାର ଜନ୍ମ ଠାରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କରୁଥିବା ବେଳେ ଏହି ଯୋଜନା ଗରିବଙ୍କ କାମରେ ଲାଗି ପାରୁନାହିଁ । ଏତେ ସରକାରୀ ବ୍ୟବସ୍ଥା ଥାଇ ବି ମୃତଦେହ ବୋହିବାକୁ ଗାଡ଼ି ଖଣ୍ଡେ ମିଳି ନପାରିବା ବିଡ଼ମ୍ବନାର ବିଷୟ । ମୃତଦେହର ଏଭଳି ଅସମ୍ମାନକୁ ବିଭିନ୍ନ ମହଲରେ ନାପସନ୍ଦ କରାଯିବା ସହିତ ଏଭଳି ଘଟଣାକୁ ନେଇ ଗ୍ରାମବାସୀ ସରକାରୀ ଯୋଜନାମାନଙ୍କୁ ତାଚ୍ଛଲ୍ୟ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details