ETV Bharat / state

ପ୍ରବାସୀ ଭାରତୀୟ ପ୍ରଦର୍ଶନୀ ବୁଲି ଦେଖିଲେ କେନ୍ଦ୍ରମନ୍ତ୍ରୀ, କିଣିଲେ ହାତ ତିଆରି ଜ୍ୟାକେଟ୍ - 18TH PRAVASI BHARATIYA DIVAS

ପ୍ରଦର୍ଶନୀ ବୁଲିଲେ, ଭୁରି ଭୁରି ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏହାକୁ ୨ରୁ ୩ ଦିନ ବଢାଇବା ପାଇଁ କଲେ ଅନୁରୋଧ

18th Pravasi Bharatiya divas
18th Pravasi Bharatiya divas (ETV Bharat Odisha)
author img

By ETV Bharat Odisha Team

Published : Jan 10, 2025, 9:29 PM IST

ଭୁବନେଶ୍ୱର: ସରିଛି ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ଜାନୁଆରୀ ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ତ୍ରିଦିବସୀୟ ସର୍ବଭାରତୀୟ କାର୍ଯ୍ୟକ୍ରମର ଆଜି ଅନ୍ତିମ ଦିନ ଅର୍ଥାତ୍ ଉଦଯାପନୀ ଦିବସ ରହିଥିଲା । ଏହି ସମ୍ମିଳନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ, କେନ୍ଦ୍ର ଜନଜାତି ମନ୍ତ୍ରୀଙ୍କ ସମେତ ୭ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଭାରତୀୟ ସାମିଲ ଦେଇଥିଲେ । ଏହି ସମ୍ମିଳନୀରେ ଅନେକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା । ଓଡ଼ିଶା କଳା, ଐତିହ୍ୟ ତଥା ହସ୍ତକଳାକୁ ନେଇ ବିଭିନ୍ନ ଷ୍ଟଲ କରାଯାଇଥିଲା ।

ଷ୍ଟଲ ବୁଲି ଦେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ:

18th Pravasi Bharatiya divas (ETV Bharat Odisha)

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବା ସହ ଷ୍ଟଲଗୁଡିକ ବୁଲି ଦେଖିବା ସହ ସମ୍ବନ୍ଧୀୟ ଅନେକଗୁଡିକ ପ୍ରଶ୍ନ କରିଥିଲେ । ଏହି ଅବସରରେ ସେ କହିଛନ୍ତି, " ଖୁବ ସୁନ୍ଦର ପ୍ରଦର୍ଶନୀ ଦେଖିବାର ସୁଯୋଗ ମିଳିଲା । ଏଠିକାର ହସ୍ତତନ୍ତ, ହାତ ତିଆରି ଉପକରଣ, ଅନ୍ୟାନ୍ୟ ଉପକରଣ ବିଷୟରେ ଦେଖିବାକୁ ମିଳିଲା । ଓଡିଶାର କଳା ଓ ସଂସ୍କୃତି, ଓଷା, ମହାପ୍ରଭୁ ଜଗନ୍ନାଥ, ବାଲୁକା କଳା ଏସବୁ ଏକାଠି ଗୋଟିଏ ବାସ୍କେଟରେ ଦେଖାଇବାର ଓଡିଶାର ପ୍ରୟାସ ବହୁତ ପ୍ରଶଂସନୀୟ । ଏହାସହ ଭାରତର ଅନ୍ୟ ରାଜ୍ୟ ଗୁଡ଼ିକର କଳା ଓ ସଂସ୍କୃତି କେନ୍ଦ୍ର ସରକାରଙ୍କ ଦ୍ଵାରା ସ୍ଥାନିତ ହୋଇଅଛି । ଏହା ଭାରତ ଓ ଓଡ଼ିଶାର ମହାନ୍ ପରମ୍ପରାକୁ ଦର୍ଶାଉଛି । ଏଠାରେ ଏକ ମ୍ୟାପ୍ ରହିଛି ଯେଉଁଥିରେ ନୌବାଣିଜ୍ୟ ବେଳେ କିଭଳି ଉତ୍ତରା ପବନରେ ଯାତ୍ରା କରୁଥିଲେ ତାହା ଦର୍ଶାଯାଇଛି । ତାହା ଖୁବ୍ ପ୍ରଭାବିତ କରିଛି ।"

18th Pravasi Bharatiya divas
18th Pravasi Bharatiya divas (ETV Bharat Odisha)

ଏହାମଧ୍ୟ ପଢନ୍ତୁ...

ପ୍ରବାସୀ ଭାରତୀୟଙ୍କ ସୁରକ୍ଷାରେ ‘କୃଷ୍ଣ’, ଅଙ୍କଲ୍‌ କଂସଙ୍କୁ ଦେଖିବାକୁ ଭିଡ଼

ଡଙ୍ଗରିଆଙ୍କ ଶାଲ୍‌ ବୋହିନେଲେ ପ୍ରବାସୀ, ଆମେରିକା ଯିବାକୁ ଦେଲେ ନିମନ୍ତ୍ରଣ

ପ୍ରବାସୀ ଭାରତୀୟ ମହାକୁମ୍ଭ ଉଦଯାପିତ, 27 ପ୍ରବାସୀଙ୍କୁ ସମ୍ମାନିତ କଲେ ମହାମହିମ

ପ୍ରବାସୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମସ୍ୟା ସମାଧାନ ଲାଗି ଦେଲେ ପ୍ରତିଶ୍ରୁତି

ପୂର୍ବ ଭାରତର ଦ୍ବାର ଓଡ଼ିଶା, ଦେଶ ବିକାଶର ନେବ ନେତୃତ୍ବ: ମୁଖ୍ୟମନ୍ତ୍ରୀ

କଟକ ବୁଲିଲେ ପ୍ରବାସୀ ଭାରତୀୟ, ଦହିବରା ଆଳୁଦମର କଲେ ପ୍ରଶଂସା

ପ୍ରଦର୍ଶନୀ ୨ରୁ ୩ ଦିନ ବଢାଇବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ:

ଏଭଳି ଆୟୋଜନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଆଉମଧ୍ୟ ଷ୍ଚଲରୁ ଏକ ହାତ ତିଆରି ଜ୍ୟାକେଟ କିଣିଥିଲେ କେନ୍ଦ୍ରମନ୍ତ୍ରୀ । ଆଉମଧ୍ୟ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି ଏହି ପ୍ରଦର୍ଶନୀ ଆଉ ଦୁଇ ତିନି ଦିନ ସେହିଠାରେ ରଖିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଯାହା ଫଳରେ ଓଡ଼ିଶାର କଳା ସଂସ୍କୃତିର ଝଲକ ସମସ୍ତେ ଦେଖିପାରିବେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.