ଓଡିଶା

odisha

ETV Bharat / state

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୨୯ଯାଏଁ ପ୍ରବଳ ବର୍ଷା - CYCLONIC CIRCULATION FORMED - CYCLONIC CIRCULATION FORMED

Cyclonic circulation formed in East Central Bay of Bengal: ଆଗାମୀ ୨୪ ଘଣ୍ଟା ଭିତରେ ଓଡ଼ିଶାର କେତେକ ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଉ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଅଧିକ ପଢ଼ନ୍ତୁ,

CYCLONE FORMED IN BAY OF BENGAL
CYCLONE FORMED IN BAY OF BENGAL (ETV Bharat Odisha)

By ETV Bharat Odisha Team

Published : Jun 25, 2024, 8:58 PM IST

ଭୁବନେଶ୍ବର:ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଫଳରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ। ୨୯ ତାରିଖ ଯାଏଁ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟାରେ ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ୨୬ ଜୁନ ଅର୍ଥାତ୍ ଆସନ୍ତା କାଲିଠାରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

CYCLONE FORMED IN BAY OF BENGAL (ETV Bharat Odisha)

ଗଞ୍ଜାମ, ଗଜପତି, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର ଓ ରାୟଗଡ଼ା ଜିଲ୍ଲାରେ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହିସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ସେହିପରି ୨୮ରେ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପ୍ରବଳ ବର୍ଷାକୁ ନେଇ ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ବଲାଙ୍ଗୀର, ନୂଆପଡା ଏବଂ ବରଗଡ଼ ଜିଲ୍ଲା ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୨୯ ତାରିଖରେ ଅନେକ ସ୍ଥାନରେ ବିଜୁଳି ଘଡଘଡି ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସମ୍ବଲପୁର ଓ ବରଗଡ଼ ଏବଂ ପ୍ରବଳ ବର୍ଷା ପାଇଁ ଅନୁଗୁଳ ଖୋର୍ଦ୍ଧା, ନୟାଗଡ, ବୌଦ୍ଧ, ସୋନପୁର, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।

CYCLONE FORMED IN BAY OF BENGAL (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ... ମୌସୁମୀ ପ୍ରବାହରେ ରାଜ୍ୟରେ ବର୍ଷା ଜାରି; ନୂଆପଡାରେ ଚାଷ କାମ ଆରମ୍ଭ, ଚାଷୀ ମହଲରେ ଖୁସିର ଲହରୀ - Farmers Started Cultivation

CYCLONE FORMED IN BAY OF BENGAL (ETV Bharat Odisha)

ଅନ୍ୟପଟେ ମୌସୁମୀ ସାରା ରାଜ୍ୟକୁ ଛୁଇଁଥିଲେ ମଧ୍ୟ ଏବେବି ୨୫ ଜିଲ୍ଲାରେ ନିଅଁଟିଆ ବର୍ଷା ରେକର୍ଡ ହୋଇଛି। ଜୁନ ୧ରୁ ଆଜିଯାଏଁ ରାଜ୍ୟରେ ୧୬୩.୮ ମିମି ସ୍ୱାଭାବିକ ବର୍ଷା ହେବାକୁ ଥିବା ବେଳେ ବର୍ତ୍ତମାନ ଯାଏ ୯୪.୬ ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ୱାଭାବିକ ଠାରୁ ୪୨ .୦୦ ପ୍ରତିଶତ କମ ରହିଛି ବୋଲି ବିଭାଗ ସୂଚନା ଦେଇଛି । ପୁରୀ, ମୟୁରଭଞ୍ଜ, ବାଲେଶ୍ୱର ଏବଂ ବଲାଙ୍ଗୀର ଏହି ୪ ଜିଲ୍ଲାରେ ଅଧିକ ନିଅଁଟିଆ ବର୍ଷା ହୋଇଥିବା ବେଳେ ଢେଙ୍କାନାଳ, ଜଗତସିଂହପୁର, କନ୍ଧମାଳ, ନବରଙ୍ଗପୁର ଏବଂ ମାଲକାନଗିରିରେ ସ୍ୱାଭାବିକ ବର୍ଷା ହୋଇଛି । ସେପଟେ ଗତ ୨୪ ଘଣ୍ଟାରେ କିଛି ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ବରଗଡର ପାଇକମାଳରେ ସର୍ବାଧିକ ୫୬.୦୦ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ରାଜ୍ୟରେ ଭବାନୀପାଟଣା ସର୍ବାଧିକ ୩୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

CYCLONE FORMED IN BAY OF BENGAL (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details