ଓଡିଶା

odisha

ETV Bharat / state

ଅବପାତ ରୂପ ନେଲା ସଦୃଶ ଲଘୁଚାପ, ପାରାଦ୍ବୀପରୁ ୭୩୦ କିମି ଦୂରରେ କେନ୍ଦ୍ରୀଭୂତ, ୨୪ରେ ଭୀଷଣ ବାତ୍ୟା

ବଙ୍ଗୋପସାଗରରେ ସଦୃଶ ଲଘୁଚାପ ନେଲା ଅବପାତ ରୂପ । ଆଜି ସଂଧ୍ୟାରେ ଗଭୀର ଅବପାତ ଏବଂ ଆସନ୍ତାକାଲି ବାତ୍ୟା । ୨୪ରେ ଭୀଷଣ ବାତ୍ୟା ରୂପ ନେବା ପରେ ଲ୍ୟାଣ୍ଡଫଲ୍ ।

ଅବପାତରେ ପରିଣତ ନେଲା ସଦୃଶ ଲଘୁଚାପ, କାଲି ସୁଧା ନେବ ବାତ୍ୟାର ରୂପ
ଅବପାତରେ ପରିଣତ ନେଲା ସଦୃଶ ଲଘୁଚାପ, କାଲି ସୁଧା ନେବ ବାତ୍ୟାର ରୂପ (ETV Bharat Odisha)

By ETV Bharat Odisha Team

Published : 5 hours ago

Updated : 2 hours ago

ହାଇଦ୍ରାବାଦ:ଅବପାତରେ ପରିଣତ ହେଲା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଗତକାଲିଠାରୁ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଆଜି ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଆଜି ସଂଧ୍ୟା ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହେବା ସହ ଆସନ୍ତାକାଲି (23 ତାରିଖ) ପୂର୍ବାହ୍ନ ସୁଦ୍ଧା ବାତ୍ୟାର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପୂର୍ବାନୁମାନ କରିଛି ।

  • କାଲି ନେବ ବାତ୍ୟାର ରୂପ

23 ତାରିଖ ସକାଳେ ଏହା ବାତ୍ୟାର ରୂପ ନେବା ପରେ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳମୁହାଁ ହେବ । ଏବେ ସୁଦ୍ଧା ଏହାର ଗତିପଥ ଓ ତୀବ୍ରତା ନେଇ ପ୍ରାଥମିକ ଆକଳନ କରାଯାଇଛି । ଓଡିଶାର ପୁରୀ ଓ ପଶ୍ଚିମବଙ୍ଗ ଉପକୂଳର ସାଗରଦ୍ବୀପ ମଧ୍ୟରେ ଏହା 24 ତାରିଖ ରାତି କିମ୍ବା 25 ତାରିଖ ଭୋର୍‌ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବାର ପ୍ରାରମ୍ଭିକ ଆକଳନ କରିଛି ପାଣିପାଗ ବିଭାଗ । ଏହା ଗଭୀର ଅବପାତରେ ପରିଣତ ହେବା ପରେ ଏହାର ଗତିପଥ ଓ ନିର୍ଦ୍ଦିଷ୍ଟ ଲ୍ୟାଣ୍ଡଫଲ ପଏଣ୍ଟ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରାଯାଇ ପାରିବ । ଏବେ ସୁଦ୍ଧା ‘ଆଇଏମଡି’ ଜାରି କରିଥିବା ପୂର୍ବାନୁମାନରେ ପରବର୍ତ୍ତୀ ସମୟରେ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିପାରେ ।

ଅବପାତ ରୂପ ନେଲା ସଦୃଶ ଲଘୁଚାପ, ପାରାଦ୍ବୀପରୁ ୭୩୦ କିମି ଦୂରରେ କେନ୍ଦ୍ରୀଭୂତ, ୨୪ରେ ଭୀଷଣ ବାତ୍ୟା (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ପୁରୀ-ସାଗର ଦ୍ୱୀପ ମଧ୍ୟରେ ବାତ୍ୟା 'ଦାନା' ଲ୍ୟାଣ୍ଡଫଲ ! ୨୪ ରାତି-୨୫ ପାହାନ୍ତାରେ ଛୁଇଁବ ସ୍ଥଳଭାଗ

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାକୁ ବାତ୍ୟା ‘ଦାନା’ ଭୟ: ଲଘୁଚାପ ପରେ ୪ ଜିଲ୍ଲାକୁ ରେଡ ଆଲର୍ଟ, ମିଶନ ଜିରୋ କାଜୁଆଲିଟି

24ରେ ଭୀଷଣ ବାତ୍ୟାର ରୂପ ନେବ:-

23 ରେ ବାତ୍ୟାର ରୂପ ନେବା ପରେ ଏହା ଅଧିକ ଘନୀଭୂତ ହୋଇ ଭୀଷଣ ସାମୁଦ୍ରିକ ବାତ୍ୟା ବା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ପ୍ରଭାବରେ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଲ୍ୟାଣ୍ଡଫଲ୍‌ ବେଳେ ସର୍ବାଧିକ ପବନର ବେଗ ଘଣ୍ଟାପ୍ରତି 100 ରୁ 120 କିମି ମଧ୍ୟରେ ରହିବ । ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ସବୁ ଜିଲ୍ଲାଗୁଡିକରେ ରେଡଆଲର୍ଟ ଜାରି କରାଯାଇଛି । ସମସ୍ତ ମତ୍ସ୍ୟଜୀବୀଙ୍କୁ ଆଜି ସୁଦ୍ଧା ଗଭୀର ସମୁଦ୍ର ମଧ୍ୟରୁ କୂଳକୁ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ସରକାର ଓ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

  • ଅବପାତର ରୂପ ନେଲା ଲଘୁଚାପ
  • ପାରାଦ୍ବୀପରୁ ୭୩୦ କି.ମି ଦୂରରେ କେନ୍ଦ୍ରୀଭୂତ
  • ଆଜି ସଂଧ୍ୟା ସୁଦ୍ଧା ଗଭୀର ଅବପାତ
  • ଆସନ୍ତାକାଲି ପୂର୍ବାହ୍ନ ସୁଦ୍ଧା ନେବ ବାତ୍ୟାର ରୂପ
  • 24 ତାରିଖ ସକାଳେ ଅତିଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା
  • 24 ମଧ୍ୟରାତ୍ରି ଓ 25 ଭୋର ମଧ୍ୟରେ ଲ୍ୟାଣ୍ଡଫଲ୍‌
  • ପୁରୀ- ସାଗରଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ ଆକଳନ

ପାରାଦୀପଠାରୁ ପ୍ରାୟ ୭୩୦ କି.ମି ଦୂରରେ ଅବପାତ

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ, ଅବପାତଟି ବର୍ତ୍ତମାନ ପାରାଦୀପଠାରୁ ପ୍ରାୟ ୭୩୦ କି.ମି ଓ ଖେପୁପୁରାଠାରୁ ୭୪୦ କି.ମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହାର ପ୍ରଭାବରେ ବିଶେଷ କରି ଉପକୂଳ ଓଡିଶା ,ଉତ୍ତର ଓଡିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ରହିବ । ଆସନ୍ତାକାଲିଠୁ ବଢିବ ବର୍ଷାର ପରିମାଣ । ୨୩ରେ ପ୍ରବଳ ବର୍ଷାକୁ ନେଇ ବାଲେଶ୍ବର, ଯାଜପୁର,ଭଦ୍ରକ,କେନ୍ଦ୍ରାପଡା ଜଗତସିଂହପୁର ଓ ପୁରୀକୁ ୟେଲୋ ବର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୨୪ ତାରିଖରେ ରାଜ୍ୟରେ ଭୀଷଣ ବର୍ଷା ନେଇ ୭ ଜିଲ୍ଲାକୁ ରହିଛି ରେଡ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୨୪ ଓ ୨୫ ତାରିଖରେ ୨୦ ସେ.ମି ରୁ ୩୦ ସେ.ମି ଯାଏ ଵର୍ଷା ହେବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ ସରକାର ଖୋଲିଲେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ବାତ୍ୟା 'ଦାନା'ର ଟିକିନିକ ଅପଡେଟ ଦେବ ଏସଆରସି

ଏହା ମଧ୍ୟ ପଢ଼ନ୍ତୁ...ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ, ଅଫିସ ଆସିବେ ଅଫିସର, କୃଷି ଓ ରାଜସ୍ବ ମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା

  • ଏହି ସବୁ ଜିଲ୍ଲା ପାଇଁ ରେଡ ଓ୍ବାର୍ଣ୍ଣିଂ

୨୪ ତାରିଖ ପାଇଁ ମୟୁରଭଞ୍ଜ ,କଟକ, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, ବାଲେଶ୍ୱର ଓ ଯାଜପୁରକୁ ରେଡ ୱାର୍ଣ୍ଣିଂ ରହିଛି । ପୁରୀ ,ନୟାଗଡ ଖୋର୍ଦ୍ଧା,ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ଗଞ୍ଜାମରେ ପ୍ରବଳରୁ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ବୌଦ୍ଧ, ଝାରସୁଗୁଡା, ଦେଓଗଡ ,ସମ୍ବଲପୁର ଓ ସୋନପୁର,ଗଜପତି ,କନ୍ଧମାଳ,ବୌଦ୍ଧ ଓ ସୁନ୍ଦରଗଡ ପ୍ରବଳ ବର୍ଷା ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୨୫ ରେ ମୟୁରଭଞ୍ଜ ,କେନ୍ଦୁଝର ,ବାଲେଶ୍ୱର ଓ ଭଦ୍ରକରେ ଭୀଷଣ ବର୍ଷାକୁ ନେଇ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ ,ଦେଓଗଡ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁରକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

  • ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକ ପାଇଁ ମଧ୍ୟ ଓ୍ବାର୍ଣ୍ଣିଂ

ବରଗଡ଼, ଝାରସୁଗୁଡା, ସମ୍ବଲପୁର, ସୋନପୁର, ବୌଦ୍ଧ, ରାୟଗଡା,ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମକୁ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ସମୁଦ୍ର ଅଶାନ୍ତ ରହିବା ସହ ଆଜିଠାରୁ ୨୬ ତାରିଖରେ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଅନ୍ୟପଟେ ୨୦ ରୁ ୩୦ ସେମି ବର୍ଷା ହେବାର ସମ୍ଭାବନା ଥିବା ବେଳେ ତଳିଆ ଅଞ୍ଚଳରେ ପାଣି ଜମିବା ସହ ବନ୍ୟା ଓ ଭୂସ୍ଖଳନ ସ୍ଥିତି ସୃଷ୍ଟି ହୋଇପାରେ ବୋଲି ବିଭାଗ ଆକଳନ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 2 hours ago

ABOUT THE AUTHOR

...view details