ଓଡିଶା

odisha

ETV Bharat / state

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ମୁକାବିଲା ପାଇଁ ପ୍ରସ୍ତୁତ ସିଏମସି, ଖୋଲୁଛି ଜଳଛତ୍ର - Heat wave

Jala chhatra in Cuttack: କଟକ ସହରରେ ଅସହ୍ୟ ଗରମ ସହ ଗୁଳୁଗୁଳି ଆରମ୍ଭ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସିଏମସି ପକ୍ଷରୁ ସହରର ପ୍ରତି ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରାଯାଉଛି । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Apr 6, 2024, 2:11 PM IST

Jala chhatra in Cuttack
Jala chhatra in Cuttack

Jala chhatra in Cuttack

କଟକ:ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ । ତତଲା କଢେଇରେ ସିଝୁଛି ସିଲଭରସିଟି । ଦିନ ୧୦ଟା ବାଜିଗଲେ ବଢୁଛି ତାତି । କିଛି ଆବଶ୍ୟକ ନଥିଲେ ଅନେକ ଲୋକ ଘରୁ ମଧ୍ୟ ବାହାରକୁ ବାହାରୁ ନାହାନ୍ତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ତାତି ଅସହ୍ୟ ହେଉଛି । ବର୍ତ୍ତମାନ ସ୍ଥିତି ଓ ଆଗାମୀ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି କଟକ ମହାନଗର ନିଗମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସହରର ପ୍ରତି ସ୍ଥାନରେ ଜଳଛତ୍ର ବ୍ୟବସ୍ଥା କରାଯିବା ନେଇ ସୂଚନା ଦେଇଛନ୍ତି ସିଏମସି କମିଶନ ।

ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରିବା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ଆରମ୍ଭ ହୋଇଛି ଜଳଛତ୍ର ଯୋଜନା । ବିଶେଷକରି ବାଦାମବାଡ଼ି , ଲିଙ୍କ ରୋଡ଼ ଆଦି ଅଞ୍ଚଳରେ ଧୀରେ ଧୀରେ ଜନ ଶୂନ୍ୟ ହେବାର ଲାଗିଲାଣି। ଖରାର ପ୍ରଚଣ୍ଡତା ଦିନକୁ ଦିନ ବୃଦ୍ଧି ପାଉଥିଲା ବେଳେ ଲୋକ ମାନେ ମଧ୍ୟ ସଚେତନତା ଅବଲମ୍ବନ କରିବା ଆରମ୍ଭ କରିଦେଲେଣି। ତେଣୁ ଆଗମୀ ସ୍ଥିତିକୁ ନଜର ରେ ରଖି ସିଏମସି ବ୍ୟାପକ ପ୍ରସ୍ତୁତି କରିଛି। ଲୋକ ମାନଙ୍କ ପାଇଁ କିପରି ଥଣ୍ଡା ଓ ବିଶୁଦ୍ଧ ଜଳ ଯୋଗେଇ ହେବ ସନେଇ ଏବେଠୁ ଯୋଜନା ଜାରି ରହିଛି । କଟକର ପ୍ରମୁଖ ସ୍ଥାନମାନଙ୍କରେ ଜଳଛତ୍ର ରହିବ । ଆଉ ଯାହାର ଲାଭ ଉଠାଇ ପାରିବେ ଲୋକେ । ତେବେ କିଛିଦିନ ଧରି ତାପମାତ୍ରା 40 ଡିଗ୍ରୀ ଉପରେ ରହୁଥିବାରୁ ତତଲା କଡେଇରେ ସିଝିଗଲା ଭଳି ପରିସ୍ଥିତି ଉପୁଜିଛି ଓଡ଼ିଶାରେ ।ଏପରି ସ୍ଥଳେ କଟକ ମହାନଗର ନିଗମ ମାତ୍ର 6 ଟି ଜଳଛତ୍ର କେନ୍ଦ୍ର ଖୋଲି ହାତବନ୍ଦୀ ବସିଛି। କମିଶନର କହିଛନ୍ତି ଆଗକୁ ଆଉ 4 ଟି ଖୋଲାଯିବ ସହ ବିଭିନ୍ନ ଅନୁଷ୍ଠାନ ସହାୟତାର ଅଧିକରୁ ଅଧିକ ଜଳଛତ୍ର ଖୋଲାଯିବ।

ଏହା ମଧ୍ୟ ପଢନ୍ତୁ - ଅଂଶୁଘାତ ରୋକିବାକୁ ପଦକ୍ଷେପ, ଖରାରେ କାମ କରିବେନି ଶ୍ରମିକ

ପ୍ରକାଶ ଥାଉକି, ସେହିପରି ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ ସୂଚନା ଜାରି ହୋଇଛି । ଅତ୍ୟଧିକ ଆବଶ୍ୟକ ନ ଥିଲେ ଘରୁ ବାହାରନ୍ତୁ ନାହିଁ । ବିଶେଷ କରି ଖରାର ପ୍ରଖର ପ୍ରକୋପ ସମୟ ଯେପରିକି ୧୧ଟାରୁ ୩ଟା ଭିତରେ ଘରୁ ରହିବା ପାଇଁ କୁହାଯାଇଛି । ଛୋଟ ପିଲା, ବୟସ୍କ,ରୋଗାକ୍ରାନ୍ତ ଓ ଗର୍ଭବତୀ ମହିଳାଙ୍କୁ ଏହି ଖରାରୁ ବାରଣ କରାଯାଇଛି । ପ୍ରଚୁର ପରିମାଣର ପାଣି ଓଆରଏସ ଲେମ୍ବୁ ପାଣି ପିଇବା ସହ ଘରୁ ବାହାରିବ ସମୟରେ ହାଲୁକା କପଡାର ବସ୍ତ୍ର ସହ ପାଣି ବୋତଲ, ଛତା ଭଳି ଖରାରୁ ବର୍ତ୍ତିବା ପାଇଁ ଅବଶ୍ୟକୀୟ ସାମଗ୍ରୀ ସହ ବାହାରିବା ପାଇଁ ବିଭାଗ ସତର୍କ କରାଇଛି । ଗ୍ରାମାଞ୍ଚଳରେ ବିଶେଷ କରି ଚାଷୀଙ୍କୁ ଜମିକୁ ଯିବା ପାଇଁ ବାରଣ କରାଯାଇଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details