ଓଡିଶା

odisha

ETV Bharat / state

ସିଲଭରସିଟିରେ ଖୁସିର ଲହରୀ, ବାଲିଯାତ୍ରା ପାଇବ ଅନ୍ତର୍ଜାତୀୟ ମାନ୍ୟତା ! - International Status Of Baliyatra - INTERNATIONAL STATUS OF BALIYATRA

Baliyatra To Get International Status: ବାଲିଯାତ୍ରାକୁ ମିଳିବାକୁ ଯାଉଛି ଅନ୍ତର୍ଜାତୀୟ ମାନ୍ୟତା । ଏହାକୁ ନେଇ କଟକବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଅଧିକ ପଢନ୍ତୁ

Baliyatra To Get International Status
Baliyatra To Get International Status (ETV Bharat Odisha)

By ETV Bharat Odisha Team

Published : Jul 14, 2024, 4:36 PM IST

କଟକ: ଐତିହାସିକ ବାଲିଯାତ୍ରାକୁ ମିଳିବ ଅନ୍ତର୍ଜାତୀୟ ମାନ୍ୟତା । ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ପରେ ଏହାକୁ ନେଇ ଆଶା ସଞ୍ଚାର ହୋଇଛି । ଦୀର୍ଘଦିନ ଧରି ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ପ୍ରଚେଷ୍ଟା ଚାଲି ଆସୁଥିବାବେଳେ ଏବେ ଆଉ ପାଦେ ଆଗକୁ ଯାଇଛି ବାଲିଯାତ୍ରା ପ୍ରସଙ୍ଗ । ଯାହାକୁ ସବୁ ମହଲରେ ସ୍ବାଗତ କରାଯାଇଛି । ରାଜ୍ୟର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟିକ ଓ ସାଂସ୍କୃତିକ ମେଳାକୁ ମିଳିବ ଅନ୍ତର୍ଜାତୀୟ ମାନ୍ୟତା । ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଯୋଡି ହୋଇ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ କଟକ । ଓଡ଼ିଆ ସାଧବପୁଅ, ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ସ୍ମୃତି ବହନ କରୁଥିବା କଟକ ବାଲିଯାତ୍ରା ପାଇଁ ସୃଷ୍ଟି ହୋଇଛି ନୂଆ ଆଶା । ଏହାକୁ ନେଇ କଟକବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Baliyatra To Get International Status (ETV Bharat Odisha)

କଟକବାସୀଙ୍କ ବହୁ ଦିନର ସ୍ୱପ୍ନ ବାସ୍ତବ ରୂପ ନେବାକୁ ଯାଉଛି । କଟକ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଚେଷ୍ଟା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ସ୍ୱାଗତ କରିଛନ୍ତି ପୂର୍ବତନ ମନ୍ତ୍ରୀ ସମୀର ଦେ । ସେ କହିଛନ୍ତି, ଏହା କଟକବାସୀଙ୍କ ବହୁ ଦିନର ଦାବି ଥିଲା। ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀ କଟକ ବାଲିଯାତ୍ରା କଥା ଉଲ୍ଲେଖ କରିଛନ୍ତି ।" ଅନ୍ୟପଟେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ପୂର୍ବରୁ ବହୁବାର ପ୍ରଚେଷ୍ଟା କରାଯାଇଛି ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ । ସେ କହିଛନ୍ତି ଯେ, ସାଂସଦ ଥିବା ସମୟରେ ମଧ୍ୟ ସଂସଦରେ ଦାବି ଉପସ୍ଥାପନ କରାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି କେନ୍ଦ୍ରକୁ ଚିଠି ଲେଖିଥିଲେ ।"

ଏହା ବି ପଢନ୍ତୁ....ବାଲିଯାତ୍ରାରେ ୧୦୦ କୋଟି ବେପାର; ଓରମାସ କରିଛି ୩୭ କୋଟି !
ଏହା ବି ପଢନ୍ତୁ...ବାଲିଯାତ୍ରାରେ କିନ୍ନର ହେଉଛନ୍ତି ସ୍ୱାବଲମ୍ବୀ, ଷ୍ଟଲରେ ଜମୁଛି ଗ୍ରାହକଙ୍କ ଭିଡ଼

ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ନେଇ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ଆସିବା ପରେ କଟକବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ରାଜ୍ୟବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ବାସ୍ତବ ଆଡକୁ ଅଗ୍ରସର ହେଉଛି । ଯାହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହେଉଥିବା ଏହି ଐତିହାସିକ ବାଣିଜ୍ୟ ମେଳା ୭ରୁ ୮ଦିନ ଧରି ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହୋଇଥାଏ । ଏହି ମେଳାରେ ରାଜ୍ୟ ସମେତ ଦେଶ ବିଦେଶରୁ ପ୍ରତିଦିନ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ । ଆଉ ଅନ୍ତର୍ଜାତୀୟ ମାନ୍ୟତା ମିଳିଲେ ଏହାର କଳେବର ବୃଦ୍ଧି ପାଇବ ବୋଲି ଆଶା ରହିଛି ।

ଏହା ବି ପଢନ୍ତୁ...ବାଲିଯାତ୍ରାରେ ମେଳା ବୁଲା ସାଙ୍ଗକୁ ୱାଟର ସ୍ପୋର୍ଟ୍ସର ମଜା

ଇଟିଭି ଭାରତ, କଟକ

ABOUT THE AUTHOR

...view details