ଓଡିଶା

odisha

ETV Bharat / state

ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଚଳଚ୍ଚିତ୍ର ଦକ୍ଷତା ପାଠ୍ୟକ୍ରମ - Courses For Acting

Film Based Skill Course: ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଚଳଚ୍ଚିତ୍ର ଭିତ୍ତିକ ଦକ୍ଷତା ପାଠ୍ୟକ୍ରମ । ଏଥିରେ ଅଭିନୟରେ ଲକ୍ଷ୍ୟ ରଖିଥିବା ଯୁବପିଢିଙ୍କୁ ତାଲିମ ଦିଆଯାଉଛି । ଅଧିକ ପଢନ୍ତୁ

ଚଳଚ୍ଚିତ୍ର ଦକ୍ଷତା ପାଠ୍ୟକ୍ରମ
ଚଳଚ୍ଚିତ୍ର ଦକ୍ଷତା ପାଠ୍ୟକ୍ରମ

By ETV Bharat Odisha Team

Published : Feb 15, 2024, 3:20 PM IST

ଚଳଚ୍ଚିତ୍ର ଦକ୍ଷତା ପାଠ୍ୟକ୍ରମ

କୋରାପୁଟ: ଅଭିନୟ ପ୍ରଶିକ୍ଷଣ ପାଇଁ ଆୟୋଜିତ ହୋଇଛି ଏକ କର୍ମଶାଳା । ଯେଉଁଠି ଅଭିନୟରେ ଲକ୍ଷ୍ୟ ରଖିଥିବା ଯୁବପିଢି ଆସି ତାଲିମ ନେଉଛନ୍ତି । ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଭାରତୀୟ ଚଳଚ୍ଚିତ୍ର ଓ ଦୂରଦର୍ଶନ ପ୍ରତିଷ୍ଠାନ (FTII), ପୁଣେର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ କରାଯାଉଛି । ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଚଳଚ୍ଚିତ୍ର ଭିତ୍ତିକ ଦକ୍ଷତା ପାଠ୍ୟକ୍ରମ ଉପରେ ପ୍ରଶିକ୍ଷଣ ଦିଆଯାଉଛି । ଅଭିନୟ କରିବା କୌଣସି ଜନ୍ମଗତ ଦକ୍ଷତା ନୁହେଁ ବରଂ ଉପଯୁକ୍ତ ତାଲିମ ମାଧ୍ୟମରେ ଜଣେ ଭଲ କଳାକାର ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।

FTII ପ୍ରଫେସର ସଞ୍ଜୟ ମୋରେ କହିଛନ୍ତି, "ଅନୁସୂଚିତ ଜନଜାତିଙ୍କୁ ସଶକ୍ତ କରିବା ପାଇଁ ଚଳଚ୍ଚିତ୍ର ହେଉଛି ଶ୍ରେଷ୍ଠ ମାଧ୍ୟମ । ଏଫଟିଆଇଆଇ ସର୍ବଦା ଅବହେଳିତ ବର୍ଗଙ୍କ ପାଇଁ କାମ କରିଆସିଛି । ମନ୍ତ୍ରଣାଳୟର ସମର୍ଥନ ମାଧ୍ୟମରେ ସେମାନେ ଏଭଳି ଅଧିକ କର୍ମଶାଳା ଆୟୋଜନ କରି ସଫଳତା ହାସଲ କରିପାରିବେ ।" ସେପଟେ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ଏହା ଏକ ଉତ୍ତମ ସୁଯୋଗ ବୋଲି ଡକ୍ଟର ସୌରଭ ଗୁପ୍ତା ସ୍ୱାଗତ ଭାଷଣରେ ମତ ରଖିଛନ୍ତି । ସେହିପରି ଅଭିନେତା ବିଦ୍ୟାଧର ଚୌଧୁରୀ କହିଛନ୍ତି, "କୋରାପୁଟରେ ଶ୍ରୀରାମ ପଣ୍ଡାଙ୍କ ଭଳି ଅଭିନେତାଙ୍କଠାରୁ ଆରମ୍ଭ କରି ଆଜିର ସମୟରେ ଓଲିଉଡ଼ରେ ଖ୍ୟାତି ଅର୍ଜନ କରିଥିବା କୋରାପୁଟର ଝିଅ ଉପାସନା ଭଦ୍ରଙ୍କ ପର୍ଯ୍ୟନ୍ତ ବିଭିନ୍ନ କଳାକାର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ସ୍ୱୟଂସିଦ୍ଧା ଚଳଚ୍ଚିତ୍ରରେ ଅଭିନୟ କରି ଖ୍ୟାତି ଅର୍ଜନ କରିଛନ୍ତି ।"

ଏହା ମଧ୍ୟ ପଢନ୍ତୁ...ଏମ୍ସ ପକ୍ଷରୁ ତିନିଦିନିଆ କର୍ମଶାଳା ଆୟୋଜିତ, ଏନଏସଏସ ମହିଳାଙ୍କ ପାଇଁ ସ୍ବତନ୍ତ୍ର ସିପିଆର ତାଲିମ

କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟ ଓ FTII ର ଏହି ପ୍ରୟାସ ଫଳରେ ଅଭିନୟରେ ଲକ୍ଷ୍ୟ ରଖିଥିବା କୋରାପୁଟ ଅଞ୍ଚଳର ବହୁ କଳାକାର ଉପକୃତ ହେବେ । ଏହି କର୍ମଶାଳା ଚଳଚ୍ଚିତ୍ର ସମ୍ବନ୍ଧୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମର 4 ଟି ମୌଳିକ ପାଠ୍ୟକ୍ରମ ଉପରେ ଆଧାରିତ । ଏହି ପାଠ୍ୟକ୍ରମଗୁଡ଼ିକ ହେଲା ସ୍କ୍ରିନ୍ ଆକ୍ଟିଂରେ ବେସିକ୍ କୋର୍ସ, ସ୍କ୍ରିନପ୍ଲେ ରାଇଟିଂରେ ବେସିକ୍ କୋର୍ସ, ଫିଲ୍ମ ଆପ୍ରେସିଏସନ୍ କୋର୍ସ ଏବଂ ସ୍ମାର୍ଟ ଫୋନ୍ ଫିଲ୍ମ ମେକିଂରେ ବେସିକ୍ କୋର୍ସ। ବିଶେଷଜ୍ଞ ଭାବେ FTII ର ପ୍ରଫେସରମାନେ ୧୫ ଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳାରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବେ । ଏହି ତାଲିମ ଶିବିରରେ ଯୋଗଦେଇଥିବା ଛାତ୍ରଛାତ୍ରୀ ମଧ୍ୟ ବେଶ ଉତ୍ସାହିତ ଥିବା ଜଣାପଡ଼ିଛି । ଏହି କର୍ମଶାଳା ଦ୍ବାରା ସେମାନେ ନିଜର କ୍ୟାରିଅର ଗଢିପାରିବେ ବୋଲି ଆଶା ରଖିଛନ୍ତି।


ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details