ଓଡିଶା

odisha

ETV Bharat / state

ବିପଦରେ ଶ୍ରୀମନ୍ଦିର ମେଘନାଦ ପାଚେରୀ ! ଆଇନ ମନ୍ତ୍ରୀ କହିଲେ, 'ତୁରନ୍ତ ମରାମତି ହେବ' - CRACK IN MEGHNAD WALL

ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀ ସୃଷ୍ଟି ହୋଇଛି ଫାଟ । ପାଚେରୀ ଦେଇ ନିଷ୍କାସନ ହେଉଛି ଡ୍ରେନ ପାଣି । ତୁରନ୍ତ ମରାମତି ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ।

CRACK IN MEGHNAD WALL
CRACK IN MEGHNAD WALL (ETV Bharat Odisha)

By ETV Bharat Odisha Team

Published : Nov 3, 2024, 8:53 PM IST

ପୁରୀ/ଭୁବନେଶ୍ବର: ବିପଦରେ ଶ୍ରୀମନ୍ଦିରର ମେଘନାଦ ପ୍ରାଚୀର । ରକ୍ଷଣାବେକ୍ଷଣ ଅଭାବରୁ ଏହା ଭୁଶୁଡି ପଡିବା ଆଶଙ୍କା ଦେଖାଦେଇଛି । ଶ୍ରୀମନ୍ଦିର ସିଂହଦ୍ଵାର ପାଖରେ ଥିବା ରାମଦୟା ପରିଷଦ ନିକଟ ମେଘନାଦ ପାଚେରୀରେ ସୃଷ୍ଟି ହୋଇଛି ଫାଟ । ଆନନ୍ଦ ବଜାରର ହାତ ଧୁଆ ପାଣି ଡ୍ରେନରେ ନିଷ୍କାସିତ ହେବା ପରିବର୍ତ୍ତେ ମେଘନାଦ ପାଚେରୀରେ ଥିବା ଫାଟ ଦେଇ ଜଳ ନିଷ୍କାସନ ହେଉଛି । ମେଘନାଦ ପାଚେରୀରେ ପାଣି ଲିକେଜ କରି ଶିଉଳି ଲାଗି ଲାଗିଯାଇଛି ।

CRACK IN MEGHNAD WALL (ETV Bharat Odisha)

ମେଘନାଦ ପାଚେରୀରେ ଫାଟ !

ପ୍ରତିଦିନ ଶ୍ରମନ୍ଦିର ଅଧିକାରୀ ଓ ଏଏସଆଇ ଅଧିକାରୀ ଶ୍ରୀମନ୍ଦିରକୁ ଆସୁଥିବାବେଳେ ଆଶ୍ଚର୍ଯ୍ୟର ବିଷୟ ଶ୍ରୀମନ୍ଦିର ମେଘନାଦ ପାଚେରୀର ସୁରକ୍ଷା ନେଇ କୌଣସି ପଦକ୍ଷେପ ନେଉନାହାନ୍ତି । ଯାହା ଫଳରେ ପାଣି ଲିକେଜ ଯୋଗୁଁ ମେଘନାଦ ପାଚେରୀ ଦୁର୍ବଳ ହୋଇ ଭୁଶୁଡ଼ିଯିବାର ଆଶଙ୍କା ରହିଛି । ମେଘନାଦ ପାଚେରୀର ସୁରକ୍ଷା ନେଇ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ ଏଏସଆଇ ଅଧିକାରୀ ଚୁପ୍ ବସିବା ଘଟଣାକୁ କଡ଼ା ସମାଲୋଚନା କରିଛନ୍ତି ଜଗନ୍ନାଥ ପ୍ରେମୀ, ବୁଦ୍ଧିଜୀବୀ ଓ ସେବାୟତ।

CRACK IN MEGHNAD WALL (ETV Bharat Odisha)

'ଏଏସଆଇ ଚୁପ୍ ବସିଛି କାହିଁକି ?'
ବରିଷ୍ଠ ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି,"ଶ୍ରୀମନ୍ଦିର ହେଉଛି ଏକ ଐତିହ କୀର୍ତ୍ତିରାଜି । ଏହା ଆମସାର୍ ଆକ୍ଟରେ ପରିଚାଳିତ । ଏହି ଆକ୍ଟର ନିୟମ ଅନୁଯାୟୀ ପ୍ରତ୍ୟେକ ଐତିହ୍ୟ କୀର୍ତ୍ତିରାଜିର ସୁରକ୍ଷା ଦାୟିତ୍ବ ଏଏସଆଇ ଦ୍ବାରା ହେବ । ହେଲେ ମେଘନାଦ ପାଚେରୀରେ ଫାଟ ହୋଇ ପାଣି ଲିକ୍ କରି କାନ୍ଥରେ ଶିଉଳି ଲାଗି ଥିବାବେଳେ ଆଜି ପର୍ଯ୍ୟନ୍ତ କାହିଁକି ଏଏସଆଇ ଚୁପ୍ ବସିଛି । ଏହାର ତୁରନ୍ତ ମରାମତି କରିବା ଉଚିତ୍ । ମେଘନାଦ ପାଚେରୀରେ ପାଣି ଲିକ୍ କରି ପାଚେରୀ ପ୍ରତୀ ବିପଦ ସୃଷ୍ଟି ହୋଇଥିବାବେଳେ କାହିଁକି ଏଏସଆଇ ଚୁପ୍ ବସିଛି । "

CRACK IN MEGHNAD WALL (ETV Bharat Odisha)

ଜଗନ୍ନାଥ ପ୍ରେମୀଙ୍କ ମନରେ କ୍ଷୋଭ:


ଜଗନ୍ନାଥ ପ୍ରେମୀ ରମେଶ ପ୍ରସାଦ ସିହ୍ନା କହିଛନ୍ତି,"ମେଘନାଦ ପାଚେରୀରୁ କେବଳ ପାଣି ନୁହେଁ କାଦୁଅ ମଧ୍ୟ ଝରୁଛି । ଏହା ଉପରେ ତୁରନ୍ତ ରାଜ୍ୟ ସରକାର ଦୃଷ୍ଟି ଦେବା ଆବଶ୍ୟକ ରହିଛି । ଯେଉଁଠି ସାଧାରଣ ଲୋକ ଆସି ମେଘନାଦ ପାଚେରୀର ଦୂରବସ୍ଥା ଦେଖିଲେଣି ସେତେବେଳେ ଏଏସଆଇ ଅଧିକାରୀ ଏପର୍ଯ୍ୟନ୍ତ ନଦେଖିବା ଅତି ଦୁଃଖଦାୟକ ଘଟଣା । ତୁରନ୍ତ ରାଜ୍ୟ ସରକାର ମେଘନାଦ ପ୍ରାଚୀରର ସୁରକ୍ଷା ପାଇଁ ପଦକ୍ଷେପ ନିଅନ୍ତୁ । ସେମାନେ କାହିଁକି ଚୁପ୍ ବସିଛନ୍ତି । ଅବହେଳା କରିଥିବା ଉଭୟ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯାଉ ।"

MINISTER PRITHVIRAJ HARICHANDAN (ETV Bharat Odisha)

ଦୁଃଖ ଦାୟକ ଘଟଣା କହିଲେ ସେବାୟତ :

ସେହିପରି ଶ୍ରୀମନ୍ଦିର ସେବାୟତ କୀର୍ତ୍ତି ପ୍ରକାଶ ଦାସ ମହାପାତ୍ର କହିଛନ୍ତି," ମେଘନାଦ ପାଚେରୀରେ ପାଣି ଗଳିବା ଅତି ଦୁଃଖ ଦାୟକ ଘଟଣା । ଏଏସଆଇ ବର୍ଷତମାମ ଶ୍ରୀମନ୍ଦିରରେ କାର୍ଯ୍ୟ କରୁଥିଲେ ମଧ୍ୟ ଏଭଳି ଦୁଃଖ ଦାୟକ ଘଟଣା ସାମ୍ନାକୁ ଆସୁଛି । ବିଭିନ୍ନ ନିଯୋଗର ଗୃହରେ ପାଣି ଗଳୁଥିବାବେଳେ ଏଏସଆଇ ଏନେଇ କୌଣସି ପଦକ୍ଷେପ ନେଉନାହିଁ ।"

CRACK IN MEGHNAD WALL (ETV Bharat Odisha)

ଏମିତି କହିଲେ ଏଏସଆଇ ଅଧିକାରୀ:

ପୁରୀ ସର୍କଲରେ ଏଏସଆଇ ଅଧିକାରୀ ଜ୍ୟୋତି ରଞ୍ଜନ ପ୍ରଧାନ କହିଛନ୍ତି," ଆନନ୍ଦ ବଜାରରେ ଭକ୍ତଙ୍କ ପାଇଁ ହୋଇଥିବା ହାତ ଧୁଆ ବେସିନ ପାଣି ମେଘନାଦ ପାଚେରୀରେ ଲିକ୍ କରୁଛି । ଶ୍ରୀମନ୍ଦିର ଆନନ୍ଦ ବଜାରରେ ଡ୍ରେନେଜ କାର୍ଯ୍ୟ ମରାମତି ଶ୍ରୀମନ୍ଦିର ପ୍ରଶାସନ କରିଥାଏ । ଏହି ସମସ୍ୟାର ସମାଧାନ ପାଇଁ ମନ୍ଦିର ପ୍ରଶାସନକୁ ପ୍ରାୟ ଦେଢ଼ ବର୍ଷ ହେବ ଚିଠି କରିଛୁ । ମୂଷା ଗାତ କରି ଦେଇଥିବା ଅନୁମାନ କରାଯାଉଛି । ଫଳରେ ପାଣି ଡ୍ରେନ ବାଟେ ନଯାଇ ମେଘନାଦ ପାଚେରୀରେ ଲିକ୍ କରୁଛି ।"

ଏହା ମଧ୍ୟ ପଢନ୍ତୁ ...ରତ୍ନଭଣ୍ଡାରରେ ନାହିଁ ଗୁପ୍ତ ସୁଡ଼ଙ୍ଗ, ନୂଆବର୍ଷରୁ ଗଣତି ମଣତି

ଏହା ମଧ୍ୟ ପଢନ୍ତୁ ...ଏଣିକି ସ୍ୱର୍ଗଦ୍ୱାରରେ ଗୋବର ଘଷିରେ ହେବ ମୃତଦେହ ଦାହ

ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ:

ମେଘନାଦ ପାଚେରୀରେ ଫାଟ ନେଇ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ । ସେ କହିଛନ୍ତି," ଫାଟକୁ ତୁରନ୍ତ ମରାମତି କରାଯିବ । ଆଗକୁ ଯେମିତି କୌଣସି ସମସ୍ୟା ହେବ ନାହିଁ , ତାହା ଉପରେ ଗୁରୁତ୍ୱ ଦେଉଛୁ । ମେଘନାଦ ପାଚେରୀ ଫାଟ ସୃଷ୍ଟି ହୋଇଛି । ସେଥିପାଇଁ ଏଏସଆଇର ବୈଷୟିକ ଟିମ ନଜର ରଖିଛନ୍ତି । କୌଣସି ପ୍ରକାର ରାଜନୈତିକ ଟିପ୍ପଣୀ କରିବାକୁ ମୁଁ ଚାହେଁନି । ଅତୀତରେ କିଛି ଭୁଲ କାରଣରୁ ଭବିଷ୍ୟତରେ କିଛି ଭୁଲ ହୁଏ । ଆଗାମୀ ଦିନରେ ତାର ମରାମତି ହେବ । "

ଖବର ପ୍ରକାଶ ପରେ ଚେତିଲା ମନ୍ଦିର ପ୍ରଶାସନ:
ସେପଟେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମେଘନାଦ ପାଚେରୀରେ ଲାଗିଥିବା ଶିଉଳିକୁ ସଫା କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନର ଉନ୍ନୟନ ଅଧିକାରୀ ଦେବଦ୍ରତ ସାହୁ କହିଛନ୍ତି,"ଆନନ୍ଦ ବଜାରରେ ଭକ୍ତଙ୍କ ହାତ ଧୁଆ ପାଣି ଡ୍ରେନରେ ସଠିକ୍ ଭାବରେ ଯାଇନପାରି ମେଘନାଦ ପାଚେରୀକୁ ଲିକ୍ କରୁଛି । ଖୁବଶୀଘ୍ର ଡ୍ରେନେଜ୍ କାର୍ଯ୍ୟ ହେବ । "



ଇଟିଭି ଭାରତ, ପୁରୀ /ଭୁବନେଶ୍ବର

ABOUT THE AUTHOR

...view details