ନୂଆପଡ଼ା:ଗାଁକୁ ନାହିଁ ପକ୍କା ରାସ୍ତା । ଆଜିବି କାଦୁଅ ପଚପଚ ରାସ୍ତାରେ ଯିବାକୁ ପଡୁଛି । ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଦରଗାଁ ନିକଟସ୍ଥ କୋଦୋମୁଣ୍ଡା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତା ଉନ୍ନତିକରଣ ପାଇଁ ସରକାରଙ୍କ ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ସୁଦ୍ଧା ରାସ୍ତାକାମ ହୋଇନାହିଁ । ଫଳରେ ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଯାଏଁ ସମସ୍ତେ ଆଣ୍ଠୁଏ କାଦୁଅରେ ଯାତାୟତ କରି ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ।
ମରଣଯନ୍ତା ପାଲଟିଛି ରାସ୍ତା:
ଝରିଆବାହେଲିପଡାଠାରୁ କୋଦୋମୁଣ୍ଡା ଗାଁକୁ ସଂଯୋଗ କରୁଥିବା ରାସ୍ତା ମରଣଯନ୍ତା ପାଲଟିଛି । ଆଣ୍ଠୁଏ କାଦୁଅ ପାଣିରେ ବିଦ୍ୟାଳୟ ଛାତ୍ରଛାତ୍ରୀ, କୋମଳ ମତି ଅଙ୍ଗନୱାଡି ଶିଶୁ, ଗର୍ଭବତୀ ମହିଳାଙ୍କ ସମେତ ଗାଁର ମହିଳା ପୁରୁଷ ସମସ୍ତେ ବିପଦଶଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି । ଏନେଇ ୱାର୍ଡ ମେମ୍ବର ମହେଶ୍ୱର ଦଳ କହିଛନ୍ତି, "କୋଦୋମୁଣ୍ଡା ଗାଁ ରାସ୍ତା ଉନ୍ନତିକରଣ ପାଇଁ ମନରେଗା ଯୋଜନାରେ 7ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ରାତି ଅଧିଆ ମାଟି ମୋରମ ପକାଇ କାମ ସାରିଦେଇ ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଛି ।" ଏହି ରାସ୍ତାର ମାନ ନିର୍ଣ୍ଣୟ କରିବା ସହିତ ସରକାରଙ୍କ କେତେ ଟଙ୍କା ଆତ୍ମସାତ ହୋଇଛି ତାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ୱାର୍ଡ ମେମ୍ବର ।
ଏହା ବି ପଢନ୍ତୁ...ଲଗାଣ ବର୍ଷାରେ ବେହାଲ ଏନଏଚ-୫୫, ଢେଙ୍କାନାଳକୁ ଯୋଗାଯୋଗ ଠପ୍ - Heavy Rainfall In Dhenkanal
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ: